ଦେଖିବାକୁ ମିଳିଛି ଏକ ଅଭିନବ ଉପାୟରେ ପ୍ରତି-ବାଦ । ବ୍ଲକ ମିଟିଙ୍ଗରେ ସମିତିସଭ୍ୟଙ୍କ ସହ ମିଶି ଛେଳି ମାଗୁଛି ଘର ।

ନିକଟରେ ବ୍ଲକ ପଞ୍ଚାୟତସମିତି ମିଟିଙ୍ଗରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃ-ଶ୍ୟ । ଛେଳି ସମିତିସଭ୍ୟ ସହ ଯାଇଛି ସମିତି ମିଟିଙ୍ଗ କୁ ନ୍ୟା-ୟ ମାଗିବା ପାଇଁ । ପଞ୍ଚାୟତ ସମିତି ବୈଠକରେ ଛେଳି ଦେଖି ଚିହିଁକି ଉଠିଲେ ଅଧ୍ୟକ୍ଷ । ଆଉ ରା-ଗରେ ଗରଗର ହୋଇ ସମିତି ସଭ୍ୟଙ୍କୁ ଗେଟ୍ ଆଉଟ୍ କହିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷ । ଏଭଳି ଅଭା-ବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ବୈଠକରେ । ଘ-ଟଣା ଅନୁସାରେ, ଗତକାଲି ଦେଓଗାଁ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତି ବୈଠକ ବସିଥିଲା ।

କିନ୍ତୁ ପଞ୍ଚାୟତ ସମିତି ଇତିହାସରେ କେବେ ଘଟିନଥିବା ଘ-ଟଣା ଏହି ବୈଠକରେ ଘଟିଥିଲା । ଠିକା କାମକୁ ନେଇ ସରପଞ୍ଚ, ସମିତି ସଭ୍ୟଙ୍କ ମଧ୍ୟରେ ଟଣାଓଟରା ତ ଲାଗିଲା । ପରେ ଯାହା ଘ-ଟିଲା ତାହା ଦେଖି ବ୍ଲକ ଅଧ୍ୟକ୍ଷଙ୍କ ରାଗ ପଞ୍ଚମ । ଗାଈ ଓ ଛେଳି ଗୁହାଳ ବିଲ ନେଇ ହାତୀସରା ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ର ବୈଠକକୁ ଏକ ଛେଳି ଆଣିଥିଲେ ।  ଦେଓଗାଁ ବ୍ଲକ ରେ “ମୋ ଗୁହାଳ” ଯୋଜନା ରେ ବିଗତ ଦେଢବର୍ଷ ମଧ୍ୟରେ ପ୍ରାୟ ୮୯୫ଟି କାର୍ଯ୍ୟଦେଶ ଦିଆଯାଇଥିଲେ ମଧ୍ୟ ଟଙ୍କା ପଡୁନଥିବାରୁ ସାଧାରଣ ଜନତା ସମିତିସଭ୍ୟ ମାନଙ୍କୁ ବାରମ୍ବାର ଅଭି-ଯୋଗ କରି ଆସୁଥିଲେ l

ଆଉ ଲୋକଙ୍କ ଅଭି-ଯୋଗରେ ଅତିଷ୍ଟ ହୋଇ ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ସମିତିସଭ୍ୟ ବିଶ୍ୱଜିତ ପାତ୍ର ଗୋଟିଏ ଛେଳି ନେଇ ପ୍ରତି-ବାଦ କରିବାକୁ ଯାଇଥିଲେ । ଆଜ୍ଞା ହଁ ବର୍ଷ ବର୍ଷ ହେଲା ବ୍ଲକର ୮ ଶହରୁ ଅଧିକ ହିତାଧିକାରୀଙ୍କ ଗୁହାଳ ବିଲ ବାକି ପଡ଼ିଛି । ଏନେଇ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳି ନାହିଁ । ତେଣୁ ସମିତି ବୈଠକରେ ଏକ ଅଭିନବ ଢ଼ଙ୍ଗରେ ପ୍ରତି-ବାଦ କରିଥିଲେ ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ର । ସାଥିରେ ଏକ ଛେଳି ଆଣି ବୈଠକରେ ଗୁହାଳ ବିଲ ପାସ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ।

କିନ୍ତୁ ବୈଠକରେ ଛେଳି ଦେଖି ବିଗିଡିବା ସହ ରା-ଗରେ ଗରଗର ହୋଇ ଯାଇଥିଲେ ଅଧ୍ୟକ୍ଷ । ଏବଂ ସଂପୃକ୍ତ ସମିତି ସଭ୍ୟଙ୍କୁ ଗେଟ୍ ଆଉଟ୍ କହିଥିଲେ ବ୍ଲକ ଅଧ୍ୟକ୍ଷ । ଏହାକୁ ନେଇ ବୈଠକରେ ପ୍ରବଳ ପା-ଟିତୁ-ଣ୍ଡ ହୋଇଥିଲା । ଏତେ ହୋହାଲ୍ଲା ହେଲା ଯେ, ବ୍ଲକ ଅଧ୍ୟକ୍ଷ ସଦସ୍ୟଙ୍କୁ ମନାଇବାରେ ଅସମର୍ଥ ହୋଇ ପଡିବା ସହ ପୋଲିସର ସହାୟତା ଲୋଡ଼ିଥିଲେ । ତେବେ ସମିତି ବୈଠକକୁ ପୋ-ଲିସ ପ୍ରବେଶ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସମିତି ସଭ୍ୟ । ଅଧ୍ୟକ୍ଷଙ୍କ ଏଭଳି ଆଚରଣକୁ ନାପସନ୍ଦ କରିବା ସହ ନିର୍ବାଚିତ ପ୍ରତିନିଧିମାନେ ପ୍ରବଳ ପା-ଟିତୁ-ଣ୍ଡ କରିଥିଲେ । ଶେଷରେ ନିରୁପାୟ ଅଧ୍ୟକ୍ଷ ସଂପୃକ୍ତ ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ରଙ୍କୁ କୋଳାଇ ନେଇଥିଲେ । ପ୍ରଥମେ ରାଗରେ ପଞ୍ଚମ ହୋଇଥିବା ଅଧ୍ୟକ୍ଷ ପରେ ନରମି ଯାଇଥିଲେ ।

Leave a Reply

Your email address will not be published. Required fields are marked *