ଗାଡି ଚଳାଇବା ବେଳେ ସୋଇପଡିଲେ ଗାଡି ଚାଳକ, ଖାଇକୁ ଖସିଲା ପିକଅପ ଭ୍ୟାନ… ଆଉ ତାପରେ।:-

ରାତି ପାହିଲେ ବଡ ଭାଇର ବାହାଘର ହୋଇଥାନ୍ତା। ପରିବାର ଲୋକ ଏଥିପାଇଁ ବହୁତ ଖୁସି ଥିଲେ। କେତେ ବେଳେ ବଡ ଭାଇ ବାହା ହେବ ସେହି ଆଶାରେ ଚାହିଁବସିଥିଲା ସାନ ଭାଇ। କିନ୍ତୁ ଖୁସିର ପରିବାରରେ ଲାଗିଗଲା କାହାର ଖରାପ ନଜର।

ଆଉ ଚାଲିଗଲା ସାନ ଭାଇର ଜୀବନ। ଆଜ୍ଞା ହଁ ବାଲେଶ୍ୱର ଜିଲ୍ଲା ସୋର ଥା-ନା ଅନ୍ତର୍ଗତ ବର୍ତ୍ତନା ଗାଁରେ ଘଟିଛି ଏହି ଦୁଃ-ଖଦ ଘ-ଟଣା। ରାତି ପାହିଲେ ବରକୁ ନେଇ କନ୍ୟାଘରକୁ ବାହାରିଥାନ୍ତେ ବରଯାତ୍ରୀ। ବର୍ତ୍ତନା ଗାଁର ବୈଦ୍ୟନାଥ ରଣାଙ୍କ ବଡପୁଅ ପୁଅ ଭରତ ରଣାଙ୍କ ସୋର କୁଶଲେଶ୍ୱର ଶିବ ମନ୍ଦିରରେ ବିବାହ ଥିଲା।

ସବୁ ସାଜସଜ୍ଜା ସରିଥିଲା। ଭୋଜି ଭାତ ଏବଂ ହସଖୁସିରେ ଘର ପରିବେଶ ଫାଟି ପଡୁଥିଲା। କିନ୍ତୁ ହତାଠ୍‌ ମାଡ଼ି ଆସିଲା ଦୁଃ-ଖ। ବାହାଘର ପାଇଁ ଭରତଙ୍କ ସାନ ଭାଇ ବସନ୍ତ ଖନ୍ତାପଡl ଦହିପୁର ଗାଁରୁ ମାଉସୀ ଏବଂ 2ବର୍ଷର ଝିଅକୁ ନେଇ ବାଇକ୍‌ରେ ଆସୁଥିଲେ।

16 ନମ୍ବର ଜାତୀୟ ରାଜପଥ ବାହାନଗା ଭେନସ ଇଂଜିନିୟରିଙ୍ଗ କଲେଜ ନିକଟରେ ଭାରସାମ୍ୟ ହରାଇ ଏକ ଖାତକୁ ଖସିପଡିଥିଲା ବାଇକ। ସେଠାରୁ ଉ-ଦ୍ଧାର କରାଯାଇ ଖନ୍ତାପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା।

କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ଦୁର୍ଘ-ଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମାଉସୀ ଏବଂ ତାଙ୍କ ଝିଅ। ସାନ ଭାଇର ମୃ-ତ୍ୟୁ ପରେ ବଡ଼ ଭାଇ ବାହାଘର ଅଟକି ଯାଇଛି। ଗାଁରେ ଶୋକା-କୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *