ଜାଣନ୍ତୁ ମାତ୍ର ୩୦ ହଜାର ଟଙ୍କା ଦରମାରେ କୁବେର ଇଞ୍ଜିନିୟର କେମିତି ଜିଉଁଥିଲା ଆଲିସାନ ଲାଇଫ୍ ଷ୍ଟାଇଲ ।

ବନ୍ଧୁଗଣ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ଘରୁ ମିଳିଛି ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‌ଲୋକାୟୁକ୍ତ ଗୁରୁବାର ସକାଳେ ଏକ ବଡ଼ ଧରଣର ଚଢ଼ାଉ କରିଥି‌ଲେ । ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ପୁଲିସ ହାଉସିଙ୍ଗ କର୍ପୋରେସନରେ କାମ କରୁଥିବା ସବ-ଇଞ୍ଜିନିୟର ହେମା ମୀନାଙ୍କ ଘରେ ଚଢ଼ାଉ କରିଥିଲେ । ଏବେ ବି କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏଯାବତ ହେମା ମୀନାଙ୍କ ଘରୁ ୭କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇ ସାରିଲାଣି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି, ସବ-ଇଞ୍ଜିନିୟର ହେମା ମୀନାଙ୍କ ମାସିକ ବେତନ ହେଉଛି ୩୦ହଜାର ଟଙ୍କା । କିନ୍ତୁ ତାଙ୍କର ରହିଛି କୋଟିକୋଟି ଟଙ୍କାର ସମ୍ପତ୍ତି ।

ହେମା ତାଙ୍କ ବାପାଙ୍କ ନାମରେ ୨୦ହଜାର ବର୍ଗ ଫୁଟର ଜମି ନେଇଥିବା ବେଳେ ୧ କୋଟି ଟଙ୍କାର ଘର ବି ନିର୍ମାଣ କରିଥିବା ସୂଚନା ମିଳିଛି । ତେବେ ହେମା ମୀନାଙ୍କ ବିରୋଧରେ ୨୦୨୦ରେ ଆୟ ଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା । ଏହାପରେ ଯାଞ୍ଚ ଆରମ୍ଭ ହୋଇ ମାମଲା ରୁଜୁ ହୋଇଥିଲା । କୁହାଯାଉଛି କି ହେମାଙ୍କ ଦରମା ଯେତିକି ତାହାଠାରୁ ୨୩୦ଗୁଣା ସମ୍ପତ୍ତି ତାଙ୍କର ରହିଛି ତାଙ୍କ ପାଖରେ ।

ତେବେ କେବଳ ଏତିକି ନୁହେଁ ସେ କୃଷି ପାଇଁ ବ୍ୟବହୃତ ହେଉଥିବା ଦାମୀଦାମୀ ଯନ୍ତ୍ରପାତି ବି କିଣିଥିଲେ । ତେବେ ଏତେ ଗୁଡ଼ିଏ ସମ୍ପତ୍ତିର ସେ ହିସାବ ଏବେ ଦେଇ ପାରୁନାହାନ୍ତି ।  ହେମା ‌ଲୋକାୟୁକ୍ତଙ୍କ ପ୍ରଶ୍ନବାଣରେ ଛନ୍ଦି ହୋଇ ପଡ଼ିଛନ୍ତି । ଆଉ ଏପରି ସ୍ଥଳେ ସେ କେମିତି ଲୋକାୟୁକ୍ତଙ୍କ ପ୍ରଶ୍ନର ସାମ୍ନା କରି‌ବେ କିଛି ବୁଝି ପାରୁ ନାହାନ୍ତି । ହେମା ମୀନାଙ୍କ ଘରୁ ଦୁର୍ନୀତି ନିରୋଧ ଶାଖା ପକ୍ଷରୁ କରାଯାଇଥିବା ରେଡ୍‌ ଭଳି ମିଳିଛି ଅମାପ ସମ୍ପତ୍ତି ।

୫ରୁ ୭ଟି ଦାମୀ କାର୍‌ ସହ ୨୦ଟି ଗାଡ଼ି, ୨୦ ହଜାର ବର୍ଗ ଫୁଟର ଜମି, ୨୪ଟି ପ୍ରାଇଜଡ୍‌ ଗିର ବ୍ରୀଡ଼ର ଗାଈ ଓ ୩୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ୯୮ ଇଞ୍ଚର ଟିଭି ତାଙ୍କ ଘରୁ ରେଡ୍‌ କରିଥିବା ଅଧିକାରୀମାନେ ଠାବ କରିଛନ୍ତି । ମାତ୍ର ୧୦ ବର୍ଷର ଚାକିରି ମଧ୍ୟରେ ମହିଳା ଇଞ୍ଜିନିୟର ଜଣଙ୍କ କେମିତି ଏତେ ଟଙ୍କାର ମାଲିକ ହେଲା, ସେକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ବି ରେଡ୍‌ ଚାଲିଥିବାରୁ ଆହୁରି ନେକ ସମ୍ପତ୍ତି ମିଳିବାର ସମ୍ଭାବନା ଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *