“ମୁଁ ପିୟୁଷ ପାଖରେ ରହିବି ତା ସ୍ତ୍ରୀ କୁ ସଉତୁଣୀ କରିବି.. ତା ଝିଅକୁ ଝିଅ ବୋଲି ଡାକିବି” : ରାଣୀ ପଣ୍ଡା ।

ରାଣୀ ପଣ୍ଡା ନିକଟରେ ପିୟୁଷଙ୍କ ଘରକୁ ଯାଇଥିଲେ । ତେବେ ସେହି ସମୟରେ ପିୟୁଷ ତ୍ରୀପାଠୀ ଓ ରାଣୀ ପଣ୍ଡା ଉଭୟଙ୍କ ସହିତ ଏକ ସାକ୍ଷାତକାର କରାଯାଇଥିଲା । ସେହି କଥାବାର୍ତା ସମୟରେ ରାଣୀଙ୍କୁ ପଚରା ଯାଇଥିଲା ଯେ ସେ ପିୟୁଷଙ୍କ ଘରକୁ ଆସିଲେ ତାଙ୍କ ମାଆଙ୍କ ସହିତ ମଧ୍ୟ ଦେଖାହେଲେ ତାଙ୍କୁ କହିଲେନି ବାହା ହେବେ ବୋଲି ପିୟୁଷଙ୍କୁ ବୋଲି । ତେବେ ଏହି ପ୍ରଶ୍ନରେ ରାଣୀ ହଁସି ଉତ୍ତର ଦେଇଥିଲେ ଯେ, ସେ ଆଉ କହିବେ କଣ । ଶାଶୂଙ୍କୁ ମୁଣ୍ଡିଆ ମାରିଲେ ନମସ୍କାର କଲେ ଶ୍ୱଶୁର ଭି ବସିଥିଲେ ତାଙ୍କୁ ମଧ୍ୟ ମୁଣ୍ଡିଆ ଟେ ମାରିଲେ ।

ବାହାଘର ପାଇଁ ସେମାନେ ରାଜି ହେବେ ତ ବୋଲି ଯେତେବେଳେ ପଚରା ଯାଇଥିଲା ରାଣୀ କହିଥିଲେ ଯେ ରାଜି କଣ ହେବେ ସେ ସେଇଠି ପେଟେଇକି ଶୋଇବେ । ସେ ଦୁଆର ମୁହଁରେ ଜଗିବେ ଆଉ ପିୟୁଷଙ୍କ ସ୍ତ୍ରୀ ଘର ଭିତରେ ଜଗିବ । ପିୟୁଷ ଘରକୁ ଆସିଲେ ରାଣୀ କବାଟ ଖୋଲିବେ ଆଉ ତାଙ୍କ ସ୍ତ୍ରୀ ଭାତ ଥାଳି ବାଢ଼ିକି ରଖିଥିବେ ଖାଇବାକୁ । ତେବେ ପିୟୁଷ ବାହାଘର ପାଇଁ ରାଜି କି ନାହିଁ ପଚାରିବାରୁ ରାଣୀ କହିଥିଲେ ବାହା ହେବା କଣ ଦରକାର ।

ବନ୍ଧୁତା ଥିଲେ ବାହାଘର ହେବା କିଛି ଦରକାର ନାହିଁ । ସ୍ତ୍ରୀ ସବୁବେଳେ ସ୍ୱାର୍ଥବାଦୀ ହୋଇ ରହିପାରେ କିନ୍ତୁ ଭଲ ସାଙ୍ଗ ଗୋଟେ କେବେ ସ୍ୱାର୍ଥପରତା ହିସାବରେ ରହିବନି ଜୀବନରେ । ପିୟୁଷଙ୍କ ସହ ଚିହ୍ନା ପରିଚୟ ରାଜକନ୍ୟା ସିରିଏଲ ଠାରୁ ହୋଇଥିଲା । ରାଣୀ ସେଇଟାକୁ ଅଡିସନ୍ ଦେବାକୁ ଯାଇଥିଲେ ହିରୋଇନ୍ ପାଇଁ ଆଉ ପିୟୁଷ ଲିଡ ଆକ୍ଟର ଥିଲେ ଆଉ ସେଇଠି ଦେଖା ସାକ୍ଷାତ୍ ହୋଇଥିଲା ।

ତେବେ ପ୍ରଶଂସକ ମାନଙ୍କୁ କହିବାକୁ ଯାଇ ରାଣୀ କହିଥିଲେ ଯେ ଗ୍ରୀନ ରୁମ୍ ଭିତରେ ଆସି ଦୟାକରି ଗହଳି କରନ୍ତୁ ନାହିଁ । ଭଲ ପାଇବା ହୃଦୟରେ ରଖନ୍ତୁ । ଦୁନିଆଟି ବହୁତ୍ ଛୋଟ ତେଣୁ ନିହାତି ଭାବରେ ବାହାରେ କଉଠି ଭେଟ ହେଲେ ଶାନ୍ତିରେ କଥାବାର୍ତ୍ତା ହେଇପାରିବା ଆଉ ଫୋଟ ଉଠାଇ ପାରିବା । କିନ୍ତୁ କାମ ଟାଇମ୍ ରେ ଯେଉଁ ଆସିକି ଅସୁବିଧା କରୁଛନ୍ତି ସେମିତି କରନ୍ତୁ ନାହିଁ ବୋଲି ରାଣୀ ଅନୁରୋଧ କରିଛନ୍ତି । ରାଣୀ ଆଗକୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନାମକ ଏକ ନୂଆ ନାଟକ କରିବାକୁ ଯାଉଛନ୍ତି ଆଉ ପିୟୁଷ ସେହି ନାଟକକୁ ଭଗବାନ୍ କରନ୍ତୁ ବହୁତ୍ ସଫଳତା ମିଳୁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *