ଜ୍ୱାଇଁ ଆଉ ଝିଅକୁ ଡାକିଲେ ଘରକୁ , କିନ୍ତୁ ଝିଅକୁ ଆଉ ଜ୍ୱାଇଁ ସହ ଛାଡିଲେନି, ବର୍ତମାନ ସ୍ତ୍ରୀ ଶାଢ଼ୀ ଧରି କା-ନ୍ଦୁଛି ସ୍ୱାମୀ

ଗେଲରେ ଜ୍ୱାଇଁ ଝିଅକୁ ଘରକୁ ଡାକିଲେ ଝିଅର ବାପାମାଆ। କିନ୍ତୁ ଠିକ ଫେରିଲା ବେଳକୁ ଖାଲି ହାତରେ ଫେରିଲା ସ୍ୱାମୀ। ଝିଅକୁ ଆଉ ସ୍ୱାମୀ ହାତରେ ଛାଡ଼ିଲେନି ବାପାମାଆ। ଏବେ ସ୍ତ୍ରୀକୁ ଝୁରି ଝୁରି କାନ୍ଦୁଛନ୍ତି ସ୍ୱାମୀ। ଏହାସହ ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି।

ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧୁସିରି ଥା-ନା ଅଧିନ ଓଳଙ୍ଗ ପଂଚାୟତ ସାଠିବାଙ୍କୁଡା ଗ୍ରାମର ରମାକାନ୍ତ ଜେନାଙ୍କ ପୁଅ ବିଦ୍ୟାଧର ଜେନା 6 ମାସ ଧରି ତିହିଡି ଥା-ନା ନାଳକୁଣ୍ଡା ଗ୍ରାମର ନବଘନ ନାୟକଙ୍କ ଝିଅ ରାଜସ୍ମିତା ନାୟକଙ୍କୁ ଭଲ ପାଉଥିଲେ।

ଝିଅଟି ନିଜ ପିଇସୀ ଘରେ ରହି ପଢ଼ୁଥିବା ବେଳେ ଏହି ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା। ଘରଲୋକ ଏହି ବିଷୟରେ ଜାଣିବା ପରେ ଉଭୟଙ୍କର ସମ୍ପ-ର୍କକୁ ବି-ରୋଧ କରିଥିଲେ। କାରଣ ଉଭୟଙ୍କର ଜାତି ଭିନ୍ନ ଥିଲା। କିନ୍ତୁ ଝିଅଟି ଜିଦ ଧରିବାରୁ ବାଧ୍ୟ ହୋଇ ବାପାମାଆ ଝିଅଟିର ବିବାହ ଲୋକନାଥ ମନ୍ଦିରରେ ଉକ୍ତ ପୁଅ ସହ କରାଇଦେଲେ।

ଏହାପରେ ଉଭୟ ଦୀର୍ଘ ଅଢ଼େଇ ବର୍ଷ ଧରି ଏକାଠି ରହି ଖୁସିରେ ଜୀବନଯାପନ କଲେ। ତାପରେ ହଠାତ ଝିଅର ବାପଘର ପଟୁ ଏକ କଲ ଆସିଲା। ଆଉ କଲରେ ଝିଅର ବାପା ଉଭୟ ଜ୍ୱାଇଁ ଏବଂ ଝିଅକୁ ଘରକୁ ଡାକିଲେ। ତାପରେ ଜ୍ୱାଇଁ ଜଣକ ଝିଅକୁ ନେଇ ଘରକୁ ଗଲା ସେଠାରେ କିଛିଦିନ ରହିଲା ପରେ ଜ୍ୱାଇଁ ଜଣକ ଯିବାକୁ ବାହାରିଲେ।

କିନ୍ତୁ ଝିଅର ବାପା ମାଆ କହିଲେ ଯେ ତୁମେ ଯାଅ ଆଉ କିଛି ଦିନ ପରେ ଆମେ ଝିଅକୁ ଶାଶୂଘର ଛାଡ଼ିବୁ। କିନ୍ତୁ ଏହାର ଚାରିଦିନ ପରେ ଯେତେବେଳେ ଜ୍ୱାଇଁ ଜଣକ ଫୋନ କଲେ ସେତେବେଳେ ଆଉ ଝିଅର ବାପଘର ଲୋକ ଫୋନ ଉଠାଇଲେ ନାହିଁ।

ସେପଟେ ତୁମର ଛୋଟ ଜାତି ସେଥିପାଇଁ ଆମେ ଆଉ ଝିଅକୁ ଛାଡ଼ିବୁ ନାହିଁ କହି ଝିଅକୁ ଆଉ ପଠାଇଲେ ନାହିଁ। ଏହା ଶୁଣି ପୁରା ଭାଙ୍ଗି ପଡ଼ିଲା ସ୍ୱାମୀ। ଏବେ ସ୍ତ୍ରୀର ଲୁଗା ଏବଂ ସୁନାଗହଣା ଧରି କାନ୍ଦୁଛି ସ୍ୱାମୀ। ସେପଟେ ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛି ସ୍ୱାମୀ। ନ୍ୟା-ୟ ଦେବାକୁ ଦାବି କରିବା ସହ ମିଡିଆ ଆଗରେ ମଧ୍ୟ ସମସ୍ତ କଥା ପ୍ରକାଶ କରିଛି ସ୍ୱାମୀ।

Leave a Reply

Your email address will not be published. Required fields are marked *