ଲାଡେନ ପରି ଲୁ-ଚି ରହି କରୁଛି ପ୍ଲାନିଂ, 11 ଜଣ ଯବାନଙ୍କ ମୃ-ତ୍ୟୁର ଷ-ଡ଼ଯ-ନ୍ତ୍ର ରଚିଥିଲା ଏହି ହିଡିମା

ଲାଡେନ ପରି ଲୁ-ଚି ରହି କରୁଛି ପ୍ଲାନ। 11 ଜଣ ଯବାନ ସହିଦ ହେବା ପଛରେ ରହିଛି ଏହି ବ୍ୟକ୍ତି। ଏ ହେଉଛି ମାଓ ନେତା ହିଡିମା। ଏହି ହିଁ ରଚିଥିଲେ ଦନ୍ତେୱାଡାରେ ଚକ୍ରବ୍ୟୁହ। କାହାକୁ କେତେବେଳେ ମ-ରାଯିବ ସବୁ ରଚିଥାଏ ଏହି ହିଡିମା। ଜଙ୍ଗଲର ସାହାରା ନେଇ ଲୁ-ଚି ରହିଥାଏ ଏହି ମାଓ ନେତା।

କେତେବେଳେ ଆକ୍ର-ମଣ କରିବ କେହି ଜାଣି ପାରନ୍ତି ନାହିଁ। ଦେହ ଦେଖିବାକୁ ଡାଙ୍ଗ ପରି କିନ୍ତୁ ବୁଦ୍ଧି ପୁରା ପ୍ରଖର। ତେବେ କେବଳ ଏହି ବିସ୍ପୋ-ରଣ ନୁହେଁ ବରଂ ଏପରି କାହିଁ କେତେ ବିସ୍ପୋ-ରଣ ଏବଂ ଗୁ-ଳି କରି ହ-ତ୍ୟା କରିଛି ତାହା ଅଗଣନୀୟ।

ତେବେ ଦାନ୍ତେୱାଡା ଘଟ-ଣାକୁ କହିବାକୁ ଗଲେ ଅରନପୁର ଜଙ୍ଗଲରେ ଲୁ-ଚିଥିବା ମାଓବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ସାରି ଦାନ୍ତେୱାଡା ଅଭିମୁଖେ ଫେରୁଥିଲେ ଡିଆରଜି ଯବାନ। ଫେରିବା ବାଟରେ ଜଙ୍ଗଲ ରାସ୍ତାରେ, ମାଓବାଦୀ ଖଞ୍ଜିଥିବା ଆଇଇଡିର ଶକ୍ତିଶାଳୀ ବିସ୍ଫୋ-ରଣରେ ଉଡିଯାଇଥିଲା ଯବାନ ଭର୍ତି ଗାଡି।

କେହି କିଛି ବୁଝିବା ପୂର୍ବରୁ, ଗାଡିରେ ଥିବା 10 ଜଣ ଡିଆରଜି ଯବାନ ସହିଦ ହୋଇଯାଇଛନ୍ତି। ଏହା ସହ ଗାଡି ଚଳାଉଥିବା ଡ୍ରାଇଭରଙ୍କର ବି ମୃ-ତ୍ୟୁ ହୋଇଛି।ବିସ୍ଫୋ-ରଣର ଦୃ-ଶ୍ୟ ଦେଖିଲେ ଆପଣ ମଧ୍ୟ ଜାଣିପାରିବେ ଯେ ବିସ୍ଫୋ-ରଣ କେତେ ପ୍ରଚ-ଣ୍ଡ ଥିଲା।

ବିସ୍ଫୋ-ରଣ ସ୍ଥଳରେ ସୃଷ୍ଟି ହୋଇଛି ବିରାଟ ଗର୍ତ।ଯେଉଁ ସ୍ଥାନରେ ରାସ୍ତା ଥିଲା ଗାଡି ଯାଉଥିଲା, ବିସ୍ଫୋ-ରଣ ପରେ ସେଠାରେ ସୃଷ୍ଟି ହୋଇଛି ଏକ ବିଶାଳ କାୟ ଗର୍ତ। ଯବାନମାନେ ଯେଉଁ ଗାଡିରେ ଯାଉଥିଲେ ସେହି ଗାଡି ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡିଛି। ନକ୍ସଲ ଆକ୍ର-ମଣରେ ଏତେ ସଂଖ୍ୟାରେ ଯବାନ ସହିଦ ହେବା ଖବର ସାରାଦେଶକୁ ସ୍ତବ୍ଧ କରି ଦେଇଛି।

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ, କେନ୍ଦ୍ର ଗୃହମନ୍ତ୍ରୀ କଥା ହୋଇଛନ୍ତି। ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତି-ଶ୍ରୁତି ଦେଇଛନ୍ତି। ଆଉ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏଭଳି କା-ଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଛଡା ଯିବ ନାହିଁ। ନକ୍ସଲ ଆକ୍ର-ମଣକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ।

କହିଛନ୍ତି ଯବାନଙ୍କ ବ-ଳିଦା-ନ ସବୁବେଳେ ମନେ ରହିବ। ତେବେ ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ନି-ପାତ କରିବା ପାଇଁ ଯାଇଥିଲେ ଡିଆରଜି ଯବାନ। କିନ୍ତୁ ଫେରିବା ବାଟରେ ଯବାନଙ୍କ ର-କ୍ତରେ ହୋଲି ଖେଳିଛନ୍ତି ନକ୍ସଲ। ଛତିଶଗଡରେ ନକ୍ସଲ ଆକ୍ର-ମଣ ପରେ, ଓଡିଶାର ମାଲକାନଗିରି, କୋରାପୁଟ ଏବଂ ନବରଂଗପୁର ଜିଲ୍ଲାକୁ ହାଇଆର୍ଲଟ ଜାରି କରିଛି ଗୁଇନ୍ଦା ବିଭାଗ।

Leave a Reply

Your email address will not be published. Required fields are marked *