ଯେବେଠାରୁ ବାପା ଆଉ ଜେଜେମାଆ ଜେ-ଲ ଚାଲିଗଲେ, ଆମେ ସେବେଠୁ ଖାଇବାକୁ ପାଉନୁ, କି ପାଠ ମଧ୍ୟ ପଢି ପାରୁନୁ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜଳନ୍ଦା ଗ୍ରାମରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। କୁନି ବୟସକୁ ମୁଣ୍ଡ ଉପରେ ଲଦି ହୋଇଯାଇଛି ଦୁଃ-ଖର ପାହାଡ଼। ଦୁନିଆକୁ ବୁଝିବା ଆଗରୁ 2 ଭଉଣୀଙ୍କ ଉପରେ ମା-ଡ଼ି ବସିଛି ଦାୟିତ୍ୱର ବୋଝ। ପୂର୍ବରୁ ମାଆକୁ ହରାଇ ସାରିଥିବା ବେଳେ ଏବେ ମାଆର ହ-ତ୍ୟା ଅଭି-ଯୋଗରେ ବାପା ଏବଂ ଜେଜେମାଆ ଜେ-ଲ୍‌ରେ ଅଛନ୍ତି।

ଘରେ 80 ବର୍ଷୀୟ ଜେଜେ ବାପା ଥିବା ବେଳେ ସେ ପକ୍ଷାଘାତ ରୋ-ଗରେ ପୀ-ଡିତ। ଏପରି ପରିସ୍ଥିତିରେ ଦୁଇ ଓଳି ଦୁଇ ମୁଠା ଦାନା କିପରି ପେଟକୁ ଦେବେ ତାକୁ ନେଇ ବହୁତ ଚିନ୍ତାରେ ଘରର 3 ସଦସ୍ୟ। ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ଜଳନ୍ଦା ଗ୍ରାମର ସୁରେଶ ସାହୁଙ୍କ ପତ୍ନୀଙ୍କର 2019 ମସିହାରେ ମୃ-ତ୍ୟୁ ହୋଇଥିଲା।ସେତେବେଳେ ସୁରେଶଙ୍କ ଶ୍ୱଶୁର ଘର ଅଭି-ଯୋଗ ଆଧାରରେ ପୋ-ଲିସ ସୁରେଶଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ଗି-ରଫ କରିଥିଲା।

ତେବେ ମାସେ ପରେ ମାଆ ଜେ-ଲ୍‌ରୁ ବାହାରି ଆସିଥିବା ବେଳେ 3 ବର୍ଷ ପରେ ଗତ ନଭେମ୍ବର ମାସରେ ସୁରେଶ ଜେ-ଲ୍‌ରୁ ବାହାରିଥିଲେ। କିନ୍ତୁ ଘ-ଟଣା ଏହିଠାରେ ଶେଷ ହେଲା ନାହିଁ ବରଂ ପ୍ରାୟ 8 ଦିନ ପୂର୍ବେ ଯାଜପୁର ରୋଡ ଅତିରିକ୍ତ ଜିଲ୍ଲାର କୋର୍ଟ ଏହି ମାମ-ଲାର ରାୟ ପ୍ରକାଶ କରି ଉଭୟ ମାଆ ଏବଂ ପୁଅଙ୍କୁ ଆଜୀବନ ଜେ-ଲ୍‌ ଦ-ଣ୍ଡାଦେ-ଶ ଶୁଣାଇଛନ୍ତି।

ଏବେ ଘରେ ବେସାହାରା ହୋଇ ପଡିଛନ୍ତି ସୁରେଶଙ୍କ ବାପା ଏବଂ ତାଙ୍କର 2 କୁନି ଝିଅ। ସୁରେଶଙ୍କ ପିତା ପ-କ୍ଷାଘା-ତରେ ପୀ-ଡିତ ଥିବାରୁ ଅନ୍ୟର ସାହାରା ନ ନେଲେ ବିଛଣାରୁ ଉଠିବା ସମ୍ଭବ ହେଉନାହିଁ । ସେପଟେ ସୁରେଶଙ୍କ ବଡ଼ ଝିଅ ଶୁଭସ୍ମିତା ସାହୁ ଉପରେ ଏବେ ପରିବାର ପୁରା ବୋଝ।

ବାପା ଏବଂ ଜେଜେମାଆଙ୍କୁ ପାଖରେ ନ ପାଇ ସାନ ଭଉଣୀ ଆଖିରୁ ଲୁହ ଗଡ଼ାଉଥିବା ବେଳେ ତାକୁ ବୁଝାଇବାକୁ ଯାଇ କୋଳେଇ ନେଉଛି ବଡ ଭଉଣୀ। ଶୁଭସ୍ମିତା କହିଛନ୍ତି ଯେ, “ଜେଜେମାଆଙ୍କୁ ପୋ-ଲିସ ବାନ୍ଧି ନେବା ପରଠାରୁ ଘରେ ଆଉ ଚୁଲି ଜଳୁ ନାହିଁ। ଏପରିକି ସାହି ପଡିଶାରେ କିଏ ଦେଲେ ଖାଉଛନ୍ତି ନ ହେଲେ ଉପାସରେ ପାଣି ପିଇ ଶୋଇ ପଡୁଛନ୍ତି।

ଯେତିକି ଖାଇବାକୁ ମିଳୁଛି ଜେଜେ ଏବଂ ସାନ ଭଉଣୀକୁ ଖୁଆଇବା ପରେ ନିଜ ପାଟିକୁ ନେଉଛି ଶୁଭସ୍ମିତା। ସାନ ଭଉଣୀର ମୁଣ୍ଡ କୁଣ୍ଡାଇବା, ଗାଧୋଇ ଦେବାଠାରୁ ଆରମ୍ଭ କରି ତା ହାତ ଧରି ସେ ନିତିଦିନ ସ୍କୁଲ ବି ଯାଉଛନ୍ତି। ବାପା, ଜେଜେମା’ ଜେ-ଲ୍‌ ପଳାଇଛନ୍ତି । ସେମାନଙ୍କ କଥା ବହୁତ ମନ ପଡ଼ୁଛି। ଗାଁ ଲୋକେ ଯାହା ଦେଉଛନ୍ତି ଖାଉଛୁ, ନ ହେଲେ ଓପାସ ରହୁଛୁ।ସରକାର କିଛି ସାହାଯ୍ୟ ନ କଲେ ଆମେ ଭାସିଯିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଶୁଭସ୍ମିତା।”

ସୁରେଶଙ୍କ ପରିବାରର ଅବସ୍ଥା ସମ୍ପ-ର୍କରେ ଗ୍ରାମବାସୀ ଏବଂ ସରପଞ୍ଚଙ୍କ ପକ୍ଷରୁ କୋରାଇ ବିଡ଼ିଓଙ୍କୁ ଅବଗତ କରାଯାଇଛି। ବିଡିଓ ମଧ୍ୟ ଯଥାଶୀଘ୍ର ସହାୟତା ଯୋଗାଇଦେବାକୁ ପ୍ରତି-ଶ୍ରୁତି ଦେଇଛନ୍ତି। ତେବେ କୋରେଇ ବିଡିଓ କହିଛନ୍ତି ଯେ, ଏହି ଘ-ଟଣା ସମ୍ପର୍କରେ ଜିଲ୍ଲାର ଶିଶୁ ସୁର-କ୍ଷା ଅଧିକାରୀଙ୍କୁ ଅବଗତ କରାଇଛୁ।

ସରକାରୀ ସ୍ତରରେ ଯଥା ସମ୍ଭବ ପଦକ୍ଷେପ ନିଆଯିବ। ପିଲାମାନଙ୍କୁ ମଙ୍ଗଳ ଗୃହରେ ରଖାଯିବ। ବୃଦ୍ଧଙ୍କୁ ବୃଦ୍ଧାଶ୍ରମରେ ରଖାଯିବ। ଦୁର୍ଦ୍ଦିନ ଆଉ ଅ-ଭାବ ଅସୁବିଧା ମଧ୍ୟରେ ଗତି କରୁଥିବା ଏହି ପରିବାରକୁ ଦେଖିଲେ ଗାଁ ଲୋକେ ଆଖିରୁ ଲୁ-ହ ଗଡ଼ାଉଛନ୍ତି। କିନ୍ତୁ ସବୁକିଛି ଠିକ ହୋଇଯିବ ବୋଲି ପ୍ରତି-ଶୃତି ଦେଇଛନ୍ତି ବିଡ଼ିଓ।

Leave a Reply

Your email address will not be published. Required fields are marked *