6 ବର୍ଷ ପରେ ଏକା ସାଙ୍ଗରେ ଜନ୍ମ ନେଲେ 3 ଶିଶୁ, ଲୋକେ କହୁଛନ୍ତି ରାମ,ଲକ୍ଷ୍ମଣ,ସୀତା ଆସିଛନ୍ତି।:-

ଆଜି ହେଉଛି ପବିତ୍ର ରାମ ନବମୀ। ଆଜି ଭଳି ଦିନରେ ଏକ ଗ-ର୍ଭରୁ ଜନ୍ମ ନେଇଛନ୍ତି 3 ଶିଶୁ। ଏବେ ସବୁଆଡେ ସେହି ଗୋଟିଏ ଚର୍ଚ୍ଚା। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଏହି 3 ଶିଶୁଙ୍କୁ ଜନ୍ମ ଦେଇଛି ଏକ ମାଆ। ଲୋକେ କହୁଛନ୍ତି ରାମ ନବମୀରେ ପ୍ରଭୁ ଶ୍ରୀରାମ ଆସିଛନ୍ତି ମାତା ସୀତା ଏବଂ ଭାଇ ଲକ୍ଷ୍ମଣଙ୍କୁ ନେଇ।

ଆମେ କହୁଛୁ ବେତନଟୀ ବ୍ଲକ ଅଧିନ ଅଁଳା ପଂଚାୟତ ଗଡ଼କୁମାର ଗ୍ରାମର ଗୌତମ ନାୟକଙ୍କ ଧର୍ମ ପତ୍ନୀ ଦେବଜାନୀ ନାୟକଙ୍କ କଥା। ଦେବଜାନୀଙ୍କର ଗତକାଲି ପ୍ରସବ ଯ-ନ୍ତ୍ରଣା ହୋଇଥିଲା। ଆଉ ତାପରେ ସ୍ୱାମୀ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ।

ସେଠାରେ ପତ୍ନୀ 2ଟି ପୁତ୍ର ସନ୍ତାନ ଏବଂ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।ତେବେ ଏକାବେଳେ 3 ଛୁଆ ଜନ୍ମ ହେବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଲୋକେ କହିଛନ୍ତି ରାମ ନବମୀ ଅବସରରେ ରାମ,ଲକ୍ଷ୍ମଣ ସୀତା ଜନ୍ମ ହୋଇଛନ୍ତି। ଆଉ କିଛି ଲୋକ କହିଛନ୍ତି ରାମ ସୀତା କଣ ଭାଇ ଭଉଣୀ।

ଗୋଟିଏ କୋଳରୁ ଜନ୍ମ ନେଇଛନ୍ତି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ମାଆ ସୁଭଦ୍ରା। ତେବେ ଏହି ଦମ୍ପତିଙ୍କର ଗତ 6 ବର୍ଷ ପୂର୍ବରୁ ବିବାହ ହୋଇଥିଲେ ମଧ୍ୟ କୌଣସି ସନ୍ତାନ ଜନ୍ମ ହେଉନଥିଲେ। ଆଉ ଆଜି ଭଳି ପବିତ୍ର ଦିନରେ ହଠାତ ଜନ୍ମ ନେଇଛନ୍ତି 3 ଶିଶୁ।

Leave a Reply

Your email address will not be published. Required fields are marked *