ଦଶ ବର୍ଷ ତଳେ ରାମ ନବମୀ ଦିନ ଗୋଟିଏ ପୁଅ ମ-ରିଥିଲା,ଗତକାଲି ରାମନବମୀରେ ମଧ୍ୟ ଆଉ ଗୋଟିଏ ପୁଅ ଛାଡିକି ଚାଲିଗଲା

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥା-ନା ଅନ୍ତର୍ଗତ ମଇତାପୁର ପଞ୍ଚାୟତ ସିମୁଳିଆ ଗାଁରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦା-ରକ ଘ-ଟଣା। 10 ବର୍ଷ ତଳେ ରାମନବମୀରେ ମହାନଦୀରେ ବୁଡ଼ି ପ୍ରାଣ ହରାଇଥିଲା ବଡ଼ଭାଇ। ଆଉ ଆଜି ସେହି ରାମନବମୀରେ ଗାଁ ପୋଖରୀରେ ବୁଡ଼ିଗଲା ସାନ ଭାଇ।

ଦୁଇ ପୁଅଙ୍କୁ ହରାଇବା ପରେ ଏବେ ଭା-ଙ୍ଗି ପଡ଼ିଛି ପୂରା ପରିବାର। ତେବେ ସୂଚନା ଅନୁସାରେ ସିମୁଳିଆ ଗାଁର କୁନା ନାଥଙ୍କ ସାନ ପୁଅ ପରେଶ ଆଜି ମଧ୍ୟାହ୍ନରେ ପୋଖରୀକୁ ଶୌଚ ପାଇଁ ଯାଇଥିଲା। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ।

ମାତ୍ର ତାଙ୍କର ଖୋଜଖବର କିଛି ମିଳିଲା ନାହିଁ। ତେବେ ପୋଖରୀ ପାଖରେ ପାଦ ଚିହ୍ନ ଦେଖି ସାହି ଲୋକଙ୍କ ସ-ନ୍ଦେହ ବଢ଼ିଥିଲା। ପରେଶ ପୋଖରୀରେ ବୁଡ଼ି ଯାଇଥିବା ସ-ନ୍ଦେହ ଅଡା ଦମକଳ କେନ୍ଦ୍ରକୁ ଫୋନ୍‌ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିଥିଲେ।

କିନ୍ତୁ ତାପରେ ମଧ୍ୟ ପରେଶ ମିଳିନଥିଲେ। ଏହାପରେ ପରିବାର ଲୋକ ସୋର ଦମକଳ କେନ୍ଦ୍ରକୁ ଫୋନ୍‌ କରିଥିଲେ। ସୋର ଦମକଳ କେନ୍ଦ୍ରର କର୍ମଚାରୀମାନେ ଆସି ବହୁ ଖୋଜାଖୋଜି ପରେ ପୋଖରୀରୁ ପରେଶର ମୃ-ତଦେହ ଉ-ଦ୍ଧାର କରିଥିଲେ।

ସ୍ଥାନୀୟ ଲୋକେ କହିଛନ୍ତି ଯେ 10 ବର୍ଷ ପୂର୍ବରୁ ଏହି ରାମନବମୀ ଦିନରେ ପାଣିରେ ବୁଡ଼ି ପରେଶର ବଡ଼ ଭାଇର ମୃ-ତ୍ୟୁ ହୋଇଥିଲା। ତେବେ 10 ବର୍ଷ ପରେ ପରିବାର ସାନ ପୁଅ ମଧ୍ୟ ଚାଲିଗଲା। ଦୁଇ ଭାଇ ରାମନବମୀରେ ମୃ-ତ୍ୟୁ ଘ-ଟିବା ଘଟ-ଣାକୁ ନେଇ ଏବେ ସେହି ଅଞ୍ଚଳରେ ଶୋ-କର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *