ନବଙ୍କ ବାସଭବନରେ ନିରବତାର ଛାଇ, ବାପା-ମାଆ ଜାଣିନାହାନ୍ତି ନବ ଆଉ ନାହିଁ

ଚାରିଆଡେ ଖେଳିଯାଇଛି ନୀରବତାର ଛାଇ। ଘରକୁ ଆସିନାହିଁ ଖବରକାଗଜ। ଲାଗିନାହିଁ ଟିଭି। କାରଣ ନବଙ୍କ ବାପା-ମାଆଙ୍କୁ କେହି ଜଣାଇବାକୁ ଚାହାନ୍ତି ନାହିଁ ଯେ ନବ ଆଉ ନାହିଁ। ଶୁଣିବାକୁ ମିଳିଛି ଯେ ନବଙ୍କ ବାପାଙ୍କର ଏବେ ଦେହ ଭଲ ନାହିଁ। ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ଏବେ କେହି ଜଣାଇବାକୁ ଚାହାନ୍ତି ନାହିଁ ଯେ ତାଙ୍କ ପୁଅ ଆଉ ଏହି ଦୁନିଆ ରେ ନାହିଁ।

କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଚାଂଚଲ୍ୟ। ଓଡ଼ିଶାର ରାଜନୀତି ଇତିହାସରେ କେବେ ବି ଏପରି ଘ-ଟଣା ଘଟିନଥିଲା। ଦିନଦ୍ୱିପହରେ ପୋ-ଲିସ ଉପସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁ-ଳିମା-ଡ଼ ହୋଇଥିଲା। ଆଉ ଏହି ଗୁ-ଳିମା-ଡରେ ସେ ଚିର ନିଦ୍ରାରେ।

ଗୁ-ଳି କେହି ପେଶାଦାର ଅପ-ରାଧୀ ମାରିନଥିଲେ, ମା-ରିଥିଲେ ଜଣେ ପୁ-ଲିସ କର୍ମଚାରୀ।ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାହିଁକି କେଉଁ କାରଣରୁ ମନ୍ତ୍ରୀଙ୍କୁ ଜଣେ ପୋ-ଲିସ କର୍ମଚାରୀ ଗୁ-ଳି ମା-ରିଲେ ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।

ତେବେ ନବଙ୍କ ମୃ-ତ ଶରୀର ପ୍ରଥମେ ଝାରସୁଗୁଡ଼ାରେ ପହଞ୍ଚିଲା। ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ମରଶରୀର ସରବାହାଲ ବାସଭବନକୁ ନିଆଯାଇଥିଲା।ନେତାଙ୍କୁ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଲାଗିଥିଲା।

ନବ ଦାସ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ନବ ଦାସଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସ ଭବନରେ ବିଭିନ୍ନ ଦଳର ରାଜନେତା ମଧ୍ୟ ପହଞ୍ଚିଥିଲେ। ଏହାପରେ ସାଧାରଣ ଦର୍ଶନ ପାଇଁ ମନମୋହନ ଏମଇ ସ୍କୁଲରେ ମ-ର ଶରୀରକୁ ରଖାଯାଇଥିଲା। ତାପରେ ଏବେ ଫୁଲଚନ୍ଦନ, ଧୂପଦୀପ ଦେଇ ସମ୍ପନ୍ନ ହୋଇସାରିଛି ଅନ୍ତିମ ସଂ-ସ୍କାର।

Leave a Reply

Your email address will not be published. Required fields are marked *