ଯାତ୍ରା ରେ ଯଶ ପ୍ରାପ୍ତି କରିଥିବା ମଣିଭଦ୍ର ବିଶ୍ଵାଳ ଏବେ ଅଛନ୍ତି ଜରାଶ୍ରମ ରେ। କ’ଣ ପାଇଁ ରହିଲେ ସେ ଜରାଶ୍ରମ ରେ?

ଏ ଦୁନିଆ କୁ ସବୁ ଆସିଛନ୍ତି ନିଜ ନିଜ ଅଭିନୟ କରିବା ପାଇଁ।ଅଭିନୟ ସରିବା ପରେ ସେ ଦୁନିଆ ରୁ ବିଦାୟ ନେଇଥାଏ।ସେହି ଅଭିନୟ ଆଗରୁ ନିର୍ଦ୍ଧାରିତ ହୋଇଥାଏ।ତେବେ ସମସ୍ତେ ନିଜ ନିଜ କ୍ଷେତ୍ର ରେ ମହାନ୍।ସବୁ କାମ ଭଲ।ସବୁ କାମ ମଧ୍ୟ ରୁ ଯାତ୍ରା ରେ ଅଭିନୟ କରିବା ଅନ୍ୟତମ।ସେହି ଯାତ୍ରା ଜଗତ ରେ ଅଭିନୟ କରି ବେଶ୍ ଯଶ ପ୍ରାପ୍ତି କରିଛନ୍ତି ରସରାଜ ମଣିଭଦ୍ର ବିଶ୍ଵାଳ।କିନ୍ତୁ ଏହି ଯଶବାନ୍ ବ୍ୟକ୍ତି ଜଣଙ୍କ ରହୁଛନ୍ତି ଜରାଶ୍ରମ ରେ। କ’ଣ ପାଇଁ ରହୁଛନ୍ତି ବୋଲି ତାଙ୍କୁ ପଚାରିବାରୁ ସେ କହୁଛନ୍ତି ଯେ ସେ ଭ୍ରମଣ ରେ ବାହାରିଛନ୍ତି।

ସୂଚନା ଥାଉ କି ସେ ପ୍ରଥମେ ଶିକ୍ଷକ ଥିଲେ,ପରେ ଶିକ୍ଷକତା ଛାଡ଼ି ଯାତ୍ରା ଜଗତ କୁ ପଳେଇ ଆସିଲେ।ତାପରେ ପୁଣିଥରେ ଅଲେଖ ଧର୍ମ ଗ୍ରହଣ କରିବାରୁ ଯାତ୍ରା ଜଗତ ଛାଡ଼ିଦେଇଥିଲେ।ତାଙ୍କ ଘର ହେଉଛି ବାଲେଶ୍ଵର ଓ ଘରେ ଦୁଇ ପୁଅ,ବୋହୂ ଓ ନାତି ଅଛନ୍ତି।ତେବେ ତାଙ୍କ କହିବା କଥା ଯେ ତାଙ୍କ ଘରେ କିଛି ମୌନମାଳିନ୍ୟ ହୋଇନାହିଁ।

ସେ ଭ୍ରମଣ ରେ ବାହାରିଛନ୍ତି ନୂଆ ନୂଆ ଜାଗା ବୁଲିବେ ବୋଲି।ତେବେ ସେ ଚାରି କି ପାଞ୍ଚ ଦିନ ହେବ ରହିଲେଣି,ଘରୁ ଫୋନ୍ କଲ୍ ଆସିଛି ନା ନାହିଁ ପଚାରିବାରୁ ସେ କହିଲେ ତାଙ୍କ ଦେହ ଖରାପ ହେଲେ ସେ ଫୋନ୍ କରିବେ ଘରୁ କ’ଣ ପାଇଁ ଫୋନ୍ ଆସିବ।ସେ କହୁଛନ୍ତି ଯେ ସେ ଏଠି ସବୁଦିନ ପାଇଁ ରହିବେନି,ଆଉ କିଛି ଦିନ ପରେ ଅଲଗା ଜାଗା କୁ ଯିବେ ବୁଲିବା ପାଇଁ।ବୁଲିବା ପାଇଁ ବାହାରିଛନ୍ତି ତ ଜରାଶ୍ରମରେ ରହୁଛନ୍ତି ପଚାରିବାରୁ ସେ କହିଲେ ତାଙ୍କୁ ଭଲ ଲାଗୁଛି ତ ରହିଛନ୍ତି ସେ।ତେବେ ତାଙ୍କ କହିବା ଅନୁସାରେ ସେ ସେଠାରେ ଭଲ ରେ ଓ ନିଜ ଇଚ୍ଛା ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *