ସାଙ୍ଗ ପାଇଁ ଜୀବନ ଦେଲା ଆଉ ଏକ ସାଙ୍ଗ, ନିଜ ଜୀବନକୁ ଖାତିର ନକରି ପ୍ରିୟ ସାଙ୍ଗକୁ ବଞ୍ଚାଇଲା 12 ବର୍ଷର ବାଳକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା।:-

ଜଣେ 12 ବର୍ଷର ବାଳକ ପାଣିରେ ବୁଡିଯାଉଥିବା 2 ଜଣ ସାଙ୍ଗକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଦେଲେ। ଏହି ଘଟ-ଣାଟି ଘ-ଟିଛି ମଲ୍ଲିକେଶ୍ୱର ପାହାଡ ପାଖ ପାର୍କରେ। ମାଲାକନଗିରି ତଳସାହିର ଜଣେ ବ୍ୟବସାୟୀ ରବି ସାନାଙ୍କ ପୁଅ ଶ୍ରାବଣ ଏବଂ ତାଙ୍କର କିଛି ସାଙ୍ଗ ବିଦ୍ୟାଳୟ ରେ କ୍ଲାସ ସାରିବା ପରେ ଖେଳାଖେଳି କରିବାକୁ ମଲ୍ଲିକେଶ୍ୱର ପାହାଡ ତଳେ ଥିବା ପାର୍କକୁ ଯାଇଥିଲେ। ପାର୍କ ପାଖରେ ଏକ ପୋଖରୀ ଥିଲା।

ସାଙ୍ଗମାନେ ଖେଳୁଖେଳୁ ଯୁବରାଜ ସୁରାନା ନାମକ ଜଣେ ପିଲା ପୋଖରୀକୁ ଗଳିପଡ଼ିଲା। ବୀର ଜୈନ ନାମ ଆଉ ଜଣେ ସାଙ୍ଗ ମଧ୍ୟ ସନ୍ତୁଳନ ହରାଇ ପୋଖରୀ ଭିତରକୁ ଖସିପଡିଲେ।

ତେବେ ସାହସୀ ବାଳକ ଶ୍ରାବଣ ନିଜର ସାହସ ଦେଖାଇ ପ୍ରଥମେ ବୀର ଜୈନକୁ କୁଳକୁ ଆଣିଥିଲା। ତେବେ ଆଉ ଜଣେ ସାଙ୍ଗ ଯୁବରାଜ ସୁରାନାକୁ ବଞ୍ଚାଇବା ପାଇଁ ଶ୍ରାବଣ ପାଣି ଭିତରକୁ ଡେଇଁ ପଡିଲା ଏବଂ କୂଳକୁ ଠେଲି ଠେଲି ନେଇଆସିଲା। ତେବେ ଏହା ସମୟ ଭିତରେ କାଦୁଅରେ ଶ୍ରାବଣ ଫ-ସି ଯାଇଥିଲା। ଶେଷକୁ ଶ୍ରାବଣକୁ ବଞ୍ଚାଇବା ପାଇଁ କେହି ଆସିନଥିଲେ।

ସେହି ସାଙ୍ଗମାନେ ଭ-ୟରେ ଶ୍ରାବଣକୁ ଛାଡି ଚାଲିଯାଇଥିଲେ। ଶେଷରେ ଦୁଃ-ଖର ସହ କହିବାକୁ ପଡୁଛି ଯେ ଅଗ୍ନିଶମ ବାହିନୀ ଶ୍ରାବଣର ମୃ-ତଦେ-ହ ଉ-ଦ୍ଧାର କରିଥିଲା। ତେବେ ବାଳକର ବ-ଳିଦା-ନ ଏବେ ଚାରିଆଡେ ଚର୍ଚା ହେଉଛି। ଶ୍ରାବଣଙ୍କର ଭାରତୀୟ ସେନାରେ ଯିବାକୁ ଇଛା ଥିଲା। ତେବେ ପୁଅର ମୃ-ତ୍ୟୁ ପରେ ଦୁଃ-ଖରେ ଭାଙ୍ଗିପଡିଛନ୍ତି ବାପା ଓ ମାଆ।

Leave a Reply

Your email address will not be published. Required fields are marked *