ରାସ୍ତା ଭୁଲିଗଲେ ଯୋଗୀ ଆଦିତ୍ୟନାଥଙ୍କ ହେଲିକେପ୍ଟର; ପୂର୍ବ-କମ୍ପାରନ ବଦଳରେ ପଶ୍ଚିମ- ଚମ୍ପାରନରେ ପହଁଚିଲେ।

ଓଡିଶାରୁ ଫେରୁଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଝି ଆକାଶରେ ଘଟିଲା ଏମିତି ଘଟଣା। ରାସ୍ତା ଭୁଲି ଗଲେ ଯୋଗୀଙ୍କ ପାଇଲଟ। ଆଉ ମଝି ଆକାଶରେ ଘୁରି ବୁଲିଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକେପ୍ଟର।

ଆଜ୍ଞା ହଁ ବନ୍ଧୁଗଣ ଗତ କାଲି ଓଡିଶାକୁ ଆସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭୁବନେଶ୍ୱରରେ ଆସି ସିଧାସଳଖ ମାଫିଆ ମାନଙ୍କୁ କରିଥିଲେ ଟାର୍ଗେଟ। ଏହା ପରେ ଓଡିଶାରୁ ଫେରୁଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ହଠାତ ମଝି ଆକାଶରେ ରାସ୍ତା ଭୁଲିଗଲେ ଯୋଗୀ ଆଦିତ୍ୟନାଥଙ୍କ ପାଇଲଟ। ଯାହା ଫଳରେ କିଛି ସମୟ ପର୍ଯ୍ୟନ୍ତ ଆକାଶରେ ଘୁରି ବୁଲିଲା ଯୋଗୀ ଆଦିତ୍ୟନାଥଙ୍କ ପାଇଲଟ। ସଭା ସ୍ଥଳୀରେ ପହଁଚିବା ପୂର୍ବରୁ ଅନ୍ୟ ଏକ ସଭା ସ୍ଥଳୀରେ ପହଁଚିଗଲେ ଯୋଗୀ।

ହଁ ଆଜ୍ଞା ମଝି ଆକାଶରେ ରାସ୍ତା ଭୁଲିଗଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଲଟ। ଯାହା ଫଳରେ ପୂର୍ବ ଚମ୍ପାରନ ବଦଳରେ ପଶ୍ଚିମ ଚମ୍ପାରନରେ ପହଁଚିଗଲେ ମୁଖ୍ୟମନ୍ତ୍ରୀ। ଆକାଶରେ ହେଲିକେପ୍ଟର କିଛି ସମୟ ପରେ ପୁଣିଥରେ ଠିକଣା ସ୍ଥାନରେ ପହଁଚିଗଲେ।

ହଁ ଆଜ୍ଞା ବନ୍ଧୁଗଣ ଗୁରୁବାର ଦିନ ବିହାରରେ ଏକ ପୂର୍ବ ଚମ୍ପାରନରେ ନିର୍ବାଚନ ସଭାକୁ ସମ୍ବଧିତ କରିବାକୁ ଯାଉଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମାତ୍ର ସଭା ସ୍ଥଳରେ ପହଁଚିବା ପୂର୍ବରୁ ମଝି ଆକାଶରେ ଘୁରିବୁଲିଲା ତାଙ୍କ ହେଲିକେପ୍ଟର ଚଲାଉଥିବା ପାଇଲଟ ରାସ୍ତା ଭୁଲି ଯାଇଥିଲେ। ଯାହା ଫଳରେ ପୂର୍ବ ଚମ୍ପାରନ ବଦଳରେ ପହଁଚିଗଲେ ପଶ୍ଚିମ ଚମ୍ପାରନରେ। ମଝି ଆକାଶରେ କିଛି ସମୟ ଘୁରିବା ପରେ ପୁଣିଥରେ କଂଟ୍ରୋଲକୁ ନେଇ ସଭାସ୍ଥଳୀ ନିକଟରେ ଥିବା ହେଲିବ୍ୟାଡ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସେ ପ୍ରଥମେ ପୂର୍ବ ଚମ୍ପାରନରେ ପହଁଚିବା ପାଇଁ ଯୋଜନା ହୋଇଥିଲା। ହେଲେ ପାଇଲଟ ରାସ୍ତା ଭୁଲିଯିବାରୁ ଅନ୍ୟ ଏକ ସଭାସ୍ଥଳୀକୁ ନେଇଯାଇଥିଲେ। ସେଠାରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ଚମ୍ପାରନରେ ପହଁଚିଥିଲେ ଯୋଗୀ ଆଦିତ୍ୟନାଥ।

UP ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ପ୍ରଥମେ ପ୍ରଚାର ପାଇଁ ପୁରୀ ଲୋକସଭା କ୍ଷେତ୍ରରେ ପହଞ୍ଚିଥିଲେ। ଏହା ପରେ ମହାଙ୍ଗାରେ ସଭା କରିବା ପରେ ବିହାର ଅଭିମୁଖେ ଯାଇଥିଲେ। ସେଠାରେ ପୂର୍ବ ଚମ୍ପାରନରେ ପ୍ରଥମେ ପହଁଚିବାର ଥିଲା କିନ୍ତୁ ପାଇଲଟ ରାସ୍ତା ଭୁଲିଯିବାରୁ ପଶ୍ଚିମ ଚମ୍ପାରନରେ ପହଁଚିଗଲେ ଯୋଗୀ ଆଦିତ୍ୟନାଥ ଏବଂ ସେଠାରେ ଜନସଭାକୁ ସମ୍ବଧିତ କରିବା ପରେ ପୂର୍ବ ଚମ୍ପାରନରେ ପହଁଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Leave a Reply

Your email address will not be published. Required fields are marked *