ସମାଚାରସ୍ପେଶାଲ ରିପୋର୍ଟ

ରୋଗୀଙ୍କର କୌଣସି ଦଳ ନଥାଏ, ବିଏସକେୱାଇକୁ ଲାଗୁ ନକରିବା ଏକ ଅପରାଧ – ଶ୍ରୀକାନ୍ତ ଜେନା ।

ବନ୍ଧୁଗଣ ରାଜ୍ୟ ରାଜନୀତିରେ ହଠାତ୍ ଏତେ ବଡ଼ ପରିବର୍ତ୍ତନକୁ କେହି ବୁଝି ପାରୁ ନ ଥିବା ସମୟରେ ବର୍ତମାନ ଏକ କଡ଼ ସମସ୍ୟା ହୋଇ ଛିଡ଼ା ହେଲାଣି ବିଏସକେୱାଇ । ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ସହ ଭୁଷୁଡିଛି ବିଜେଡି ଗଡ । ଏହାପରେ ଏହାପରେ ପୂର୍ବ ସରକାରଙ୍କ ଦ୍ଵାରା ହୋଇଥିବା ଯୋଜନାକୁ ନେଇ ଉପୁଜିଛି ଦ୍ଵନ୍ଦ । ଆଜ୍ଞା ହଁ ଗତକାଲି ଦିର୍ଘ ଚବିଶ ବର୍ଷ ଧରି ଶାସନ କରିଆସୁଥିବା ବିଜେଡିର ପରାଜୟ ପରେ ଦୋହଲି ଯାଇଛି ସ୍ବାସ୍ଥ୍ୟ ବ୍ୟବସ୍ଥା ।

ଗୋଟିଏ ଦିନ ଭିତରେ ରୋଗୀଙ୍କୁ ଫେରେଇ ଦେଲେଣି ଘରୋଇ ଚିକିତ୍ସାଳୟ । ଯଦିଓ ଏହା ଉପରେ ବିଜେପି ସ୍ପଷ୍ଟି କରଣ ରଖିଛି ତଥାପି ଇଣ୍ଡିଆ ମେଣ୍ଟ ପ୍ରେସମିଟ କରି ତାହାର ଦାବି ରଖିଛି । ରାଜ୍ୟର ରୋଗୀ ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାକୁ ଜାରି ରଖାଯାଉ । ଏହି କାର୍ଡ ବନ୍ଦ ନେଇ କୌଣସି ଅପପ୍ରଚାର କରା ନଯାଉ । ଏହି କାର୍ଡ ହଠାତ୍ ବନ୍ଦ ଘୋଷଣା ଦ୍ଵାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ ହେବା ସହ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି ।

ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ବର୍ତମାନ ସମୟରେ ବିଏସକେୱାଇ କାର୍ଡ ବନ୍ଦ ହୋଇଥିବା କହି କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି, ତାହା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା । ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଞ୍ଚିତ କରିବା ସାମାଜିକ ଅପରାଧ ।

ଏହି ମିଥ୍ୟା ଗୁଜବ ପ୍ରତି ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀକାନ୍ତ ଜେନା । ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ କରାଯାଇ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ l ଏହା ପରେ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ରୋଗୀ ମାନେ ସମସ୍ୟା ଭୋଗି ଥିଲେ l ଏହି ଦାୟିତ୍ବହୀନ ମନ୍ତବ୍ୟକୁ ଇଣ୍ଡିଆ ମେଣ୍ଟର ସମସ୍ତ ରାଜନୈତିକ ଦଳ ଦୃଢ଼ ନିନ୍ଦା କରିଛନ୍ତି l

Leave a Reply

Your email address will not be published. Required fields are marked *