ବାତ୍ୟା ରେମଲ’ର ପ୍ରଭାବ, ମାଳାକାନାଗିରିରେ ଉଡିଲା ଚାଳ ଛପର। ବର୍ଷାରେ ଭିଜିବ ଓଡିଶା।

ସକାଳେ ସମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହେବା ପରେ ତାଣ୍ଡବ ରଚିଲାଣି। ୨୬ ତାରିଖ ରାତିରେ ହୁ ହୁ ଗର୍ଜନ କରି ମାଡି ଆସିବ ପବନ ଆଉ କ୍ଷଣିକ ମାତ୍ରାକେ ସବୁକିଛି ଛାରଖାର କରିଦେବ। ଆଉ ଏବେଠୁ ଦେଖାଇଲାଣି କରାଳ ରୂପ। ଆଉ କିଛି କିଛି ସ୍ଥାନରେ ରଚିଲାଣି ତାଣ୍ଡବ।।କ୍ଷଣିକ ମାତ୍ରେ ମାଡି ଆସିଲା ପବନ। ଆଖି ପିଛୁଳାକେ ଉଡାଇନେଲା ଘରର ଛପର। ଯାହାର ଦୃଶ୍ୟ ଆପଣ ଦେଖିପାରୁଥିବେ। ଆଉ ସବୁକିଛି ଛାରଖାର କରିଦେଲା।

ଖାଲି ଏତିକି ନୁହେଁ ବିରାଟ ବିରାଟ କାୟ ଗଛ ମଧ୍ୟ ଉପୁଡି ପଡିଛି ଆଉ ଏହାକୁ ଦେଖି ଲୋକେ ମଧ୍ୟ ଭୟଭୀତ ହୋଇଗଲେଣି। ୨୬ ତାରିଖ ମଧ୍ୟ ରାତିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ରେମଲ ଆଉ ଏବେଠୁ ତାର କରାଳ ରୂପ ଦେଖି ଲୋକେ ମଧ୍ୟ ଭୟଭୀତ ହୋଇଗଲେଣି। ଆଉ ଟିକେ ଏହି ଫୋଟଟିକୁ ଦେଖନ୍ତୁ କେଉଁଭଳି ତାଣ୍ଡବ ରଚିଲାଣି। କାଲି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟ ରାତିରେ ଲ୍ୟାଣ୍ଡଫଲ କରିବ। ଆଉ ଏହାରି ଭିତରେ ମାଲକାନାଗିରି ଜିଲ୍ଲାରେ କାଳବୈଶାଖୀ ତା’ର କରାଳ ରୂପ ଦେଖାଇଛି।

ଆଜ୍ଞା ହଁ ବନ୍ଧୁଗଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇଛି। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ଆଉ ୨୬ ତାରିଖ ସନ୍ଧ୍ୟାରେ ଭୀଷଣ ବାତ୍ୟାର ପରିଣତ ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ମଧ୍ୟ ଦିଆଯାଇଛି। ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ପରିଣତ ହେବ। ଏଇ ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ରେମଲ। ଆଉ ଏଇ ବାତ୍ୟା ଯୋଗୁ ଲୋକେ ମଧ୍ୟ ଭୟଭୀତ ହୋଇଗଲେଣି।।ଏହାରି ଭିତରେ ମାଲକାନାଗିରି ଜିଲ୍ଲାରେ ତାଣ୍ଡବ ରଚିଲାଣି କାଳବୈଶାଖୀ। ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା କାଚୁଛି। ଯାହା ଫଳରେ ଘରର ଛପର ମଧ୍ୟ ଉଡିଯାଇଛି। ଟିକେ ଦେଖନ୍ତୁ କେମିତି କରାଳ ରୂପ ଦେଖାଇଛି ଲୋକେ ବି ଭୟଭୀତ ହୋଇପଡିଛନ୍ତି। ଘରର ଛପର ମଧ୍ୟ ଉଡାଇ ନେଇଛି। ଆଉ ଲୋକମାନେ ବସବାସ କରିବାକୁ ଛପରକୁ ଗୋଟାଉଛନ୍ତି।

ଏହା ବ୍ୟତୀତ ଚିତ୍ରକୋଟା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଜାଗାରେ କାଳବୈଶାଖୀ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ଅନେକ ଘରର ଛାତ ଭାଙ୍ଗିଯାଇଥିବା ବେଳେ ଏହାର ଖବର ପାଇ ସ୍ଥାନୀୟ ପ୍ରଶାସନର କର୍ମଚାରୀ ମାନେ ଘଟଣା ସ୍ଥଳକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ ଆରମ୍ଭ କରିଥିବା ଜଣାପଡିଛି।

ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଛି। ଏହା ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ଅବପାତ ବାଙ୍ଗଲାଦେଶ ଖେପୁପଡା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା କାଲି ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗପସାଗରରେ ବାତ୍ୟାର ପରିଣତ ହେବ। ଆଉ ମାଲକାନାଗିରି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚୁଛି ଯାହା ଫଳରେ ଅନେକ ଘରର ଛପର ମଧ୍ୟ ଉଡିଯାଇଛି।

Leave a Reply

Your email address will not be published. Required fields are marked *