“ଆପଣ ଯଦି କାହାର ଖରାପ ଭାବିଥିବେ ଆପଣଙ୍କର ଖରାପ ହେବ । ୩୦,୦୦୦ର ମୋବାଇଲ ଛାଡ଼ିଥିଲି ହେଲେ..”

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆପଣମାନେ ସମସ୍ତେ ୟୁଟ୍ୟୁବରେ ମଧ୍ୟ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆପଣମାନେ ସମସ୍ତେ ୟୁଟ୍ୟୁବରମାନଙ୍କୁ ଜାଣିଥିବେ । ତେବେ ୟୁଟ୍ୟୁବର ଜଗା ଆଉ ସସ୍ମିତାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଦୁଇ ଯୋଡିଙ୍କର ଭିଡିଓ ତ ଆପଣମାନେ ଦେଖିଥିବେ ନଶ୍ଚୟ । ଏହି ଦୁଇ ଯୋଡ଼ି ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ । ଏବେ ଏହି ଯୋଡିଙ୍କୁ ନେଇ କିଛି ଖବର ଆସିଛି । ନିକଟରେ ଦୁହିଁଙ୍କ ସହିତ ଏକ ସାକ୍ଷାତକାର ସମୟରେ ଜଗାଙ୍କୁ ପଚରା ଯାଇଥିଲା ଯେ ସେ ଏବେ ଯେଉଁ ଘର କରୁଛନ୍ତି ସେଥିରେ କିଏ ସାହାର୍ଯ୍ୟ କରୁଛନ୍ତି କି ବୋଲି ।

ଏହାର ଉତ୍ତରରେ ଜଗା କହିଥିଲେ ଯେ ସେ ଘର କରିବା ପୂର୍ବରୁ ତାଙ୍କ ବଡ଼ଭାଇଙ୍କୁ ୫ଥର ପଚାରିଥିଲେ । ଯେହେତୁ ସେ ତାଙ୍କ ମାଙ୍କ ପାଖରେ ରହୁଛନ୍ତି ତେଣୁ ତାଙ୍କ ଦୁଃଖ ଜାଣି ପାରନ୍ତି । ଆଉ ତାଙ୍କ ବଡ଼ଭାଇ ଦୂରରେ ରୁହନ୍ତି ତାଙ୍କ ମନ ହେଲେ ସେ ଆସନ୍ତି ମନ ନହେଲେ ଆସନ୍ତି ନାହିଁ । ଦରକାର ବେଳେ ଆସନ୍ତି ।

ଏମିତି କି ବାପାଙ୍କ ଶ୍ରାଦ୍ଧ ଭି ହେଲେ ଫୋନ କଲେ କୁହନ୍ତି ନା ତାଙ୍କ ପାଖରେ ସମୟ ନାହିଁ ଯିବାକୁ । ତେଣୁ ଜଗାଙ୍କୁ କରିବାକୁ ପଡେ । ଯେଉଁ ବୋହୁ ଗୋଟେ ଶାଶୂ ପାଖରେ ସବୁବେଳେ ରହିଲା ସେ ବୋହୂ ପ୍ରତି ଶାଶୁର ନିଶ୍ଚିତ ଟିକେ ଭଲ ପାଇବା ଅଧିକ ରହିବ । ଯେଉଁ ବୋହୁ ଚାକିରି କରିବ ବା ନକରିକି ପୁଅ ସାଙ୍ଗରେ ବାହାରେ ଯାଇକି ରହିବ ସେ ବୋହୂ ପ୍ରତି ଶାଶୁର ଭଲପାଇବା ରହିବ କିନ୍ତୁ ସମ୍ପର୍କ ଟା ନିବିଡ଼ ହେବନି । ତେବେ ଜଗା କହିଛନ୍ତି ତାଙ୍କ ମାର ଗୋଟିଏ ଦୁଃଖ ଯେ ସାନଭାଇର ବାହାଘର କେମିତି ହେବ ।

ଆଉ ଯେହେତୁ ସେ ବଡ଼ ସାନ ଭାଇ ପ୍ରତି ତାଙ୍କର କର୍ତ୍ତବ୍ୟ ଅଛି । ତାଙ୍କ ପାଇଁ ତାଙ୍କ ବଡ଼ଭାଇ କିଛି କରିଥାନ୍ତୁ କି ନାହିଁ କିନ୍ତୁ ତାଙ୍କର ତାଙ୍କ ସାନଭାଇ ପ୍ରତି ଓ ଘର ପାଇଁ କର୍ତ୍ତବ୍ୟ ଅଛି । ତାଙ୍କ ବୋଉ ସବୁବେଳେ କୁହନ୍ତି ଭଗବାନ କରନ୍ତେ ଘର ଟା ହେଇ ଯାଆନ୍ତା ସାନ ପୁଅର ବାହାଘର ହେଇ ଯାଆନ୍ତା ଓ ସାନ ବୋହୂ ଟେ ଆସନ୍ତା । ଆଉ ଜଗା ଫୋନ କରିଥିଲେ ବଡ଼ଭାଇଙ୍କୁ ଘର କରିବା କଥାରେ ଆଉ ସେ ସିଧା ସଳଖ ନକହିଲେ ଭି ଜଗା ଜାଣିଲେ ତାଙ୍କର ଘର ପ୍ରତି ଟିକେ ହେଲେ ଇଚ୍ଛା ନାହିଁ । ଜଗା ଲୋନ କରିଛନ୍ତି, ସାନ ଭାଇ କିଛି ଟଙ୍କା ସାହାର୍ଯ୍ୟ କରିଛନ୍ତି ଆଉ ତାଙ୍କ ସ୍ତ୍ରୀ ସସ୍ମିତାଙ୍କୁ ୟୁଟ୍ୟୁବ୍ ପାରିଶ୍ରମିକ କିଛି ମିଶିକି ଘର କାମ ଚାଲିଛି ବୋଲି କହିଛନ୍ତି ଜଗା ।

Leave a Reply

Your email address will not be published. Required fields are marked *