ନବୀନଙ୍କ ପାଇଁ ଦୁଃଖୀ ହୋଇଗଲା ପୂରା ଓଡିଶା ! କାହିଁକି ଇସ୍ତଫା ଦୃଶ୍ୟ ଦେଖି ଭାବୁକ ହେଲେ ଲୋକ?

ହାରି ଯାଇଛି ବିଜେଡ଼ି ଆଉ ହାରି ଯାଇଛନ୍ତି ନବୀନ । ବିଜୁ ଜନତା ଦଳର ଦୁର୍ଗ ପତନ ହୋଇଛି । ଦୀର୍ଘ ୨୪ ବର୍ଷର ନବୀନ ସରକାରର ଓଡ଼ିଶାରେ ଅନ୍ତ ଘଟିଛି । ବିଜେଡ଼ି ହାତରୁ ଖସି ଯାଇଛି ରାଜ୍ୟର ଶାସନ ଡୋରି । ଆଉ ନବୀନଙ୍କ ପାଖରୁ ଚାଲି ଯାଇଛି ମୁଖ୍ୟମନ୍ତ୍ରୀ ପଦ । ନିର୍ବାଚନରେ ନିଜ ଦଳର ପରାଜୟ ପରେ ଜନାଦେଶକୁ ସ୍ବୀକାର କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ରାଜ୍ୟପାଳଙ୍କୁ ଭେଟି ଦେଇଛନ୍ତି ନିଜର ଇସ୍ତଫା ପତ୍ର ।

ଆଜ୍ଞା ହଁ ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା କରିଛନ୍ତି । ଆଜି ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ୨୦୨୪ ନିର୍ବାଚନରେ ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ । ରାଜ୍ୟ ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କର ଏହି ଇସ୍ତଫା ପରେ ଶେଷ ହୋଇଛି ଏକ ବିରାଟ ଯୁଗର ଅବସାନ ।

୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ନବୀନ । ଆଉ ସେହି ଦିନରୁ ଆରମ୍ଭ ହୋଇଥିଲା ଓଡ଼ିଶାର ବିକାଶଧାରା । ଦିନେ ମହାବାତ୍ୟାରେ ଓଡ଼ିଶାର ଆଶା, ଆକାଂକ୍ଷା ଆଉ ସ୍ୱପ୍ନ ସବୁ ଭାଙ୍ଗି ଚୁମାର ହୋଇଯାଇଥିବା ବେଳେ ବିକାଶର ମଞ୍ଜି ପୋତିଥିଲେ ନବୀନ ପଟ୍ଟନାୟକ । ଆଜି ସେହି ମଞ୍ଜି ଏକ ମହାଦ୍ରୁମ ହୋଇ କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସାରା ବିଶ୍ୱରେ ପରିଚିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ୧ ନମ୍ବର କରିବା ଉଦ୍ଦେଶ୍ୟରେ ଆଗେଇ ଯାଇ ସେ ନିଜେ ପାଲଟିଗଲେ ଭାରତର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ।

ପ୍ରତିଟି ଓଡ଼ିଆଙ୍କ ବିପଦର ବନ୍ଧୁ ହୋଇ ଠିଆ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଆଜି ସେହି ନବୀନ ଯୁଗରେ ପୂର୍ଣ୍ଣଚ୍ଛେଦ ପକାଇଛି ଜନତାଙ୍କ ମତ । ଏହାସହିତ ଓଡ଼ିଶା ରାଜନୀତିରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏଭଳି ଜଣେ ଜନନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାନ୍ଦି ଉଠିଛି କୋଟିକୋଟି ଓଡ଼ିଆଙ୍କ ମନ । ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ଇତିହାସରେ ଜଣେ ବୋଲି କହିଛନ୍ତି ଓଡ଼ିଶାବାସୀ ।

Leave a Reply

Your email address will not be published. Required fields are marked *