ଭଗବାନ ଯଦି ଅଛନ୍ତି ବର୍ଷା ଉଡ଼ିକି ଆସିବ ଆଉ ଅନୁଭବ ନିଶ୍ଚୟ ହାରିବ

ଅନୁଭବଙ୍କ ହାରିବାଟା ଥୟ। ଟିକେଟ ଦିଆ ହବନି। ମୁଁ କହୁଛି ମୁଁ ତାଙ୍କୁ ଟିକେଟ ଦେବିନି। ଯିଏ ନିଜ ସ୍ତ୍ରୀକୁ ସମ୍ଭାଳି ପାରୁନି ସିଏ କଣ ଦେଶକୁ ସମ୍ଭାଳିବ ?ଅନୁଭବ ଜଣେ ଆକ୍ଟର୍ ଆଉ ବର୍ଷା ପ୍ରିୟଦର୍ଶିନୀ ବି ଜଣେ ଆକ୍ଟର୍ । ତାଙ୍କର ତ ଲଭ୍ ମ୍ୟାରେଜ୍। ଦୁଇଟା ହୃଦୟର ମିଳନରେ ଭଲ ପାଇବା ସୃଷ୍ଟି ହୁଏ। ଏହାକୁ ଭଲ ପାଇବା କହନ୍ତି। ଅନୁଭବଙ୍କୁ ମୁଁ ଏତିକି କହିବି, ‘He is the right person but not good’। ଏଇଥିପାଇଁ କହିଲି ଯେ ସ୍ତ୍ରୀ କିଏ ?ନିଜର ଗୋଟେ ଅଂଶ, ନିଜର ଗୋଟେ ଅଙ୍ଗ। ଯିଏ ନିଜ ସ୍ତ୍ରୀର ମନ କଥା ଜାଣି ପାରୁନି ସେ ଦେଶର କଥା କେମିତି ତୁଲେଇବ ?

ରାଜ୍ୟର କଥା କଣ ତୁଲେଇବ ?ସିଏ କି ଆକ୍ଟର୍ ?ସମସ୍ତଙ୍କ ପରିବାରରେ ସୁବିଧା ଅସୁବିଧା ଅଛି। ଅସୁବିଧା ଆସିବ। ସେ ଅସୁବିଧାକୁ ଆମେ ଅଟକାଇବା। ବାହାର ଲୋକ ବିଭିନ୍ନ ପ୍ରକାରର କଥା କହିବେ।କିନ୍ତୁ ଆମ ଘର କଥା ଆମେ ଘରେ ରଖିବା।ବର୍ଷା ପ୍ରିୟଦର୍ଶିନୀ ମ୍ୟାଡ଼ାମଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ଯଦି ପ୍ରକୃତରେ ଠାକୁରାଣୀ ଥିବେ ବର୍ଷା ପ୍ରିୟଦର୍ଶିନୀ ଉଡ଼ିକି ଆସିବ ଅନୁଭବ ହାରିବ।ବର୍ଷା ପ୍ରିୟଦର୍ଶିନୀ ଉଡିକି ଆସିବ ତାର ତାରତମ୍ୟ ନାହିଁ।

କାହିଁକି ନା ସେ ହେଉଛି ନାରୀ। ତାର କେହି ଶତ୍ରୁ ନାହାଁନ୍ତି। ଯିଏ ସ୍ଵାମୀ ସହିତ, ବନ୍ଧୁ ବାନ୍ଧବ ସହିତ,ପରିବାର ସହିତ ସମ୍ପର୍କ ଯୋଡ଼ି ପାରିଲା ନାହିଁ । ସେ ହେଉଛନ୍ତି ଅନୁଭବ ମହାନ୍ତି ଆପଣ ତ ବିଜେଡ଼ିରେ ଥିଲେ। କଣ ପାଇଁ ଆପଣ ବିଜେପିକୁ ଗଲେ। ତାଙ୍କୁ ଟିକେଟ ଦିଆ ହବ ନାହିଁ। ଆଜିକା କ୍ଷେତ୍ରରେ ଆପଣ ଯଦି ମୋତେ ବକିବେ ମୁଁ କଣ ଆପଣଙ୍କୁ ଛାଡ଼ିବି। ଏଇ ତୁଣ୍ଡରେ ବିଷ,ଏଇ ତୁଣ୍ଡରେ ଅମୃତ। ରାଜନୀତି ଏମିତି ଗୋଟେ ମାହୋଲ ମୁଁ ବି ସେଇ ପରିବାରରୁ ଆସିଛି।ନବୀନ ସରକାର ଓଡ଼ିଶା ପାଇଁ ଯାହା ବି କିଛି କରିଛନ୍ତି କିଛି ବି ଖରାପ କରି ନାହାଁନ୍ତି। ଆପଣମାନେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଅନୁଧ୍ୟାନ କରନ୍ତୁ।

ଆପଣ ବି ନି ହେଇ ଯିବେ ଯେ ବର୍ଷା ପ୍ରିୟଦର୍ଶିନୀ କଣ ପାଇଁ ଜିତିବ । ମୋ ମନ କହୁଛି ମୋ ବାପା ଜଣେ ମଙ୍ଗଳାକାଳିଶୀ । ମୁଁ ଆଜି ଛାତିରେ ହାତ ଦେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଶୀର୍ବାଦ କରୁଛି ଯେ ସେ ଏତିକି ଭୋଟରେ ଜିତିବେ ତାର ତାରତମ୍ୟ ରହିବନି। ଅନୁଭବ ହାରିବାଟା ଥୟ। ତାଙ୍କୁ ଯିଏ ଟିକେଟ ଦବ ମୋ ଅନ୍ତରରୁ ତା ପାଇଁ ଖରାପ କଥା ବାହାରିବ। ସିଏ ଜଣେ ମୋର ବଡ଼ ଭଉଣୀ ହିସାବରେ ମୁଁ ତାଙ୍କୁ ନିଶ୍ଚୟ ଟିକେଟ ଦେବି।

Leave a Reply

Your email address will not be published. Required fields are marked *