ବୋହୂ କୁ ନିର୍ଯ୍ୟାତନା ଦେଇ ଲଢ଼ୁଛନ୍ତି ନିର୍ବାଚନ । ମୋତେ ମାଡ଼ ମାରୁଛନ୍ତି ବାହାରେ ଭଲେଇ ଦେଖେଇ ହେଉଛନ୍ତି ।

ବନ୍ଧୁଗଣ ପୁଣି ପଦାକୁ ଆସିଲା ବଲାଙ୍ଗୀର ରାଜ ପରିବାର ବିବାଦ । ବହୁ ଅଦ୍ରିଜା ମଞ୍ଜରୀ ସିଂହ ଦେଓ ପୁଣି ଭିଡିଓ ବାର୍ତ୍ତା ଜାରି କରି ଆଣିଲେ ସଙ୍ଗୀନ ଅଭିଯୋଗ । ସେପଟେ ତାଙ୍କ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ କହିଲେ ପୁରୁଣା ଘରୋଇ ବିବାଦ ଯାହା କୋର୍ଟରେ ଅଛି ତାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ପାଠ ପଢ଼ାଇ ଏଭଳି ସନ୍ଦେଶ ରେକର୍ଡ କରାଇ ଥିବାର ଆଣିଲେ ଅଭିଯୋଗ ।

ବଲାଙ୍ଗୀର ରାଜା ଘର ସାନ ବହୁ ଅଦ୍ରିଜା ମଞ୍ଜରୀ ସିଂହଦେଓ ପୁଣି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ସେ ରାଜା ପରିବାର ଉପରେ ବିଭିନ୍ନ ପ୍ରକାରର ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ତାଙ୍କୁ ଜବାବ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ତେବେ ଭିଡିଓ ବାର୍ତ୍ତାରେ ସେ ରାଜା ଘର ତାଙ୍କ ଶ୍ବଶୁର ଏୟୁ ସିଂହଦେଓ, ଦେଢ଼ ଶ୍ବଶୁର କଳିକେଶ ନାରାୟଣ ସିଂଦେଓ ଓ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନାରୀ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଯୌତୁକ ଓ ସମ୍ପତ୍ତି ପାଇଁ ଏହି ପରିବାର ତାଙ୍କୁ ନିର୍ଯାତନା ଦେଇଥିବାର କହିଛନ୍ତି ।

ଏହା ସତ୍ତ୍ୱେ ତାଙ୍କୁ ଟିକଟ ମିଳିଛି । ତେଣୁ ତାଙ୍କୁ ଲୋକ ଜବାବ ଦିଅନ୍ତୁ ବୋଲି ସେ ଭିଡିଓରେ କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ଅର୍କେଶ ନାରାୟଣ ସିଂହଦେଓ । ସେ କହିଛନ୍ତି ଯେ,ଏହି ଘରୋଇ ବିବାଦ ଦେଢ଼ ବର୍ଷ ପୁରୁଣା ଅଟେ । ଏହା ଅଦାଲତରେ ବିଚାରଧୀନ ଅଛି । ହେଲେ ଏଠି କାର ତାଙ୍କ ବିରୋଧୀ ଏହାକୁ ଅସ୍ତ୍ର କରି ହୀନ ରାଜନୀତି କରିବାକୁ ସେ କଡା ନିନ୍ଦା କରିଛନ୍ତି । ତାଙ୍କ ବଡ଼ ଭାଇ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ସେ ଖୁବ ଅଭିଜ୍ଞ ଥିବାବେଳେ ତାଙ୍କର ଲୋକପ୍ରିୟତା ଓ ଜିତିବାର ସମ୍ଭାବନା ଦେଖି ବିରୋଧୀ ଛାନିଆ ହୋଇଛନ୍ତି । ତେଣୁ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ମିଶ୍ର ଅନ୍ୟ ଉପାୟ ନ ପାଇ ତାଙ୍କ ପାରିବାରିକ ବିବାଦକୁ ବ୍ୟବହାର କରୁଛନ୍ତି । ସୂଚନା ଅନୁସାରେ କିଛି ବର୍ଷ ହେବ ଅର୍କେଷ ନାରାୟଣ ସିଂହଦେଓ ଓ ତାଙ୍କ ସ୍ତ୍ରୀ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା । ଏହାକୁ ନେଇ ଛାଡପତ୍ର ମାମଲା ଡେରାଡୁନ କୋର୍ଟରେ ବିଚାରଧୀନ ଅଛି । ସେହିପରି ସେ ଦିନଠୁଁ ଅଦ୍ରିଜା ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ଉପରେ ଘରୋଇ ହିଂସା, ଯୌତୁକ ନିର୍ଯାତନା ଇତ୍ୟାଦି ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *