ଟିକେଟ ଦରକାର ନାହିଁ କହି ଟିକେଟ ନେଇଗଲେ ପ୍ରଶାନ୍ତ ଜଗଦେଵ। ବିଶ୍ୱାସ କରି ଠକିଗଲେ କାଳୁ ଖଣ୍ଡାୟତରାୟ।

ଭକୁଆ ପାଲଟି ଗଲେ କାଳୁ ଖଣ୍ଡାୟତ ରାୟ। ଦରକାର ନାହିଁ କହି ଟିକେଟ ନେଇଗଲେ ପ୍ରଶାନ୍ତ ଜଗଦେଵ। କାଳୁଙ୍କ ପିଠିକୁ ଆଉଁଶି ବିଧାୟ ମାରିଲେ ଜଗଦେଵ।କାଳୁ ଖଣ୍ଡାୟତ ରାୟ ଖୋର୍ଦ୍ଧାର ଜଣେ ଟାଣୁଆ ବିଜେପି ନେତା ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଛନ୍ତି କାଳୁ। ରକ୍ତକୁ ଝାଳରେ ପରିଣତ କରି ଦଳ ପାଇଁ ଖଟିଛନ୍ତି। କାଳୁ ଖଣ୍ଡାୟତ ରାୟ ନିଜର ସଙ୍ଗଠନକୁ ବନାଇଛନ୍ତି।

ହେଲେ କେହି ଜଣେ ଯଦି ଦଳକୁ ଡେଇଁ ଆସିବ ଆଉ ମିଳିବାକୁ ଥିବା ଟିକେଟ ଛଡାଇ ନେଇ ପଳେଇଯିବ ତାହେଲେ କେମିତି ଲାଗିବ ଟିକେ ଭାବନ୍ତୁ। ଆପଣଙ୍କ ଭାବନା ଏବେ ଯାହା କାଳୁ ଖଣ୍ଡାୟତ ରାୟଙ୍କ ଭାବନା ମଧ୍ୟ ଠିକ ସେମିତି ହିଁ ରହିଛି। କାରଣ ପ୍ରଶାନ୍ତ ଜଗଦେଵ ବିଜେପିରେ ମିଶିବା ପରେ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀତ୍ବ ଟିକେଟକୁ ଝାମ୍ପି ନେଇଛନ୍ତି କାଳୁ ଖଣ୍ଡାୟତ ରାୟଙ୍କ ହାତରୁ। ଯାହା କାଳୁ ଖଣ୍ଡାୟତ ରାୟଙ୍କୁ ବହୁତ ବାଧିଥିବ ନିଶ୍ଚିତ।

ଆପଣ ମାନେ କିଛିଦିନ ତଳେ ଶୁଣିଥିବେ ବିଜେପି ପାର୍ଟି ଅଫିସରେ ଆସି ହଙ୍ଗାମା କରିଥିଲେ କାଳୁ ଖଣ୍ଡାୟତ ରାୟ। ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ମିଳିଥିବା କଥା ଶୁଣିବା ପରେ ରାଗରେ ପୁରା ଫଁ ଫଁ ହେଉଥିଲେ। ହଜାର ହଜାର କର୍ମୀଙ୍କୁ ନେଇ ଅପରାଜିତା ସଡ଼ଙ୍ଗୀଙ୍କୁ ଘେରାଉ କରିଥିଲେ କାଳୁ ଖଣ୍ଡାୟତ ରାୟ। ହେଲେ ମଝିରେ ପସିଥିଲେ ପ୍ରଶାନ୍ତ ଜଗଦେଵ। ଶହ ଶହ କର୍ମୀ ମାନଙ୍କ ପାଖରେ ଠିଆ ହୋଇ କହିଥିଲେ କି ମୁଁ ନିର୍ବାଚନ ଲଢ଼ିବି ନାହିଁ।

କାଳୁ ଖଣ୍ଡାୟତ ରାୟ ହିଁ ଖୋର୍ଦ୍ଧାରେ ନିର୍ବାଚନ ଲଢ଼ିବେ ଆଉ ସେ ତାଙ୍କୁ ସହଯୋଗ କରିବେ। କାଳୁ ଭାଇ ଜିନ୍ଦାବାଦ। ହେଲେ ଏବେ ଯେଉଁ ହାତରେ ପିଠିକୁ ଆଉଁଶି ଥିଲେ ସେହି ହାତରେ କାଳୁ ଖଣ୍ଡାୟତ ରାୟଙ୍କ ପିଠିକୁ ବି ବିଧା ମାରିଛନ୍ତି ପ୍ରଶାନ୍ତ ଜଗଦେଵ। ଯେଉଁ ବିଧାକୁ ବିଲକୁଲ ବି ସହି ପାରୁନାହାନ୍ତି କାଳୁ ଖଣ୍ଡାୟତ ରାୟ। କାରଣ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିବା ପରେ ମିଳିବାକୁ ଥିବା ଅଧିକାରକୁ ଛଡାଇ ନେଇଛନ୍ତି ପ୍ରଶାନ୍ତ।

ସେପଟେ ଯଦି ଦେଖିବା ଏବେ ବିଜେଡିର ମିଶି ପାରନ୍ତି କାଳୁ ଖଣ୍ଡାୟତ ରାୟ। ନିଜର ୪୦,୦୦୦ ହଜାର ସମର୍ଥକଙ୍କୁ ନେଇ ଆସି ଭୁବନେଶ୍ୱର ଶଙ୍ଖ ଭବନରେ ସାମିଲ ହୋଇପାରନ୍ତି ବିଜେଡିର। ଯାହା ଖୋର୍ଦ୍ଧାରେ ବିଜେପି ପାଇଁ ବହୁତ ଖରାପ ହେବ। କାରଣ ସେମିତିରେ ବି ପ୍ରଶାନ୍ତ ଜଗଦେଵଙ୍କର ସେପଟେ ପରିଚୟ କିଛି ଖାସ ନାହିଁ। ବାରମ୍ବାର ଲୋକଙ୍କ ରାଗର ଶିକାର ହେଉଛନ୍ତି ପ୍ରଶାନ୍ତ ଜଗଦେଵ। ଏଇ କିଛି ଦିନ ପୂର୍ବରୁ ପ୍ରଚାର ପାଇଁ ଯାଇଥିବା ସମୟରେ ଲୋକଙ୍କୁ ଖରାପ ବ୍ୟବହାର କରିଥିଲେ ପ୍ରଶାନ୍ତ। ଯାହା ପରେ ଲୋକମାନେ ମଧ୍ୟ ଉତ୍ୟକ୍ତ ହୋଇ ଠେଲାପେଲା କରିଥିଲେ। ହେଲେ ବିଜେପି ସବୁକୁ ଅଣଦେଖା କରି ଏବେ ପ୍ରଶାନ୍ତ ଜଗଦେବଙ୍କୁ ଦେଇଛି ଟିକେଟ। ଯାହାକୁ ଦେଖି କାଳୁ ଖଣ୍ଡାୟତ ରାୟ ପୁରା ଭକୁଆ ପାଲଟି ଯାଇଛନ୍ତି।

Leave a Reply

Your email address will not be published. Required fields are marked *