ହୋଇଗଲା ଫାଇନାଲ !ଏହି ଯୁବତୀଙ୍କ ବରୋଧରେ ଲଢ଼ିବେ ସୁପରଷ୍ଟାର ଅନୁଭବ ମହାନ୍ତି।

ଅନୁଭବ ମହାନ୍ତିଙ୍କୁ ନେଇ ଥମୁନି ଚର୍ଚ୍ଚା। ନିର୍ବାଚନ କରିବେ ନାଁ ପ୍ରଚାର କରିବେ। ଚର୍ଚ୍ଚା ଭିତରକୁ ଆସିଲା ବଡ଼ ଖବର। ଅନୁଭବଙ୍କ ପାଇଁ ହୋଇଛି ସିଟ ଫାଇନାଲ।ହଁ ଆଜ୍ଞା ବନ୍ଧୁଗଣ କିଛିଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଥିବା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା। କାରଣ ତାଙ୍କ ପୂର୍ବରୁ ତାଙ୍କ ସହ ବିଜେଡି ଛାଡି ବିଜେପିରେ ମିଶିଥିବା ଅନ୍ୟ ନେତା ତଥା ଅଭିନେତା ମାନଙ୍କୁ ଦଳ ନିର୍ବାଚନ ମୈଦାନକୁ ଓଲ୍ହାଇ ସାରିଲାଣି।

ଅଭିନେତାରୁ ନେତା ହୋଇଥିବା ୪ ଜଣ ସିନେ ତାରକାଙ୍କ ମଧ୍ୟରୁ ସିଦ୍ଧାନ୍ତ ମହାପାତ୍ର ଏବଂ ଆକାଶ ଦାସ ନାୟକଙ୍କୁ ବହୁ ପୂର୍ବରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇସାରିଛି ବିଜେପି। ସିଦ୍ଧାନ୍ତ ଦିଗପହଣ୍ଡି ଆସନରୁ ଏବଂ ଆକାଶ କୋରେଇ ଆସନରୁ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଆଉ ଗତ କାଲି ଅରିନ୍ଦମ ରାୟଙ୍କୁ ମଧ୍ୟ ସାଲେପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ନେଇ ଘୋଷଣା କରିଛି ଦଳ।

ହେଲେ ବିଜେଡିରୁ ଆସିଥିବା ୩ ଜଣ ଅଭିନେତାଙ୍କୁ ପ୍ରାର୍ଥୀ କରିସାରି ଥିଲେ ମଧ୍ୟ ଅନୁଭବଙ୍କୁ କିନ୍ତୁ ଏପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇନି ଦଳ। କେବଳ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଅନୁଭଵ ମହାନ୍ତିଙ୍କ ନାମ। ଏହା ଭିତରେ ପୁଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିର ମିଶିଥିବା ବେଳେ ଦଳ ତାଙ୍କୁ ବର୍ଚ୍ଚଣାରୁ ବିଧାୟିକା ପ୍ରାର୍ଥୀ କରିଛି। ଆଉ ବର୍ଷାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଟିକେଟ ଦେବା ପରେ ଅନୁଭବଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ହୋଇଛି। କାରଣ ଅନୁଭବଙ୍କୁ ଥରେ ବିଜେଡି ରାଜ୍ୟସଭା ପଠାଇଥିବା ବେଳେ ପରେ ସେ କେନ୍ଦ୍ରାପଡାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ହେଲେ ୨୦୨୪ ନିର୍ବାଚନ ପାଇଁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବା ମୋଡ଼ରେ ନାହିଁ ବୋଲି ଆଗରୁ ଜାଣିବା ପରେ ସେ କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଅନୁଭବଙ୍କୁ ବିଜେପି ନିଶ୍ଚୟ କୌଣସି ଆସନରୁ ପ୍ରାର୍ଥୀ କରିବ ବୋଲି ଆଶା କରାଯାଉଥିଲା। ହେଲେ ଅନ୍ୟ ଅଭିନେତାମାନେ ପ୍ରାର୍ଥୀ ହୋଇସାରିଥିବା ବେଳେ ଅନୁଭବଙ୍କୁ କିନ୍ତୁ ମୈଦାନକୁ ଓଲ୍ହାଇ ନାହିଁ ଦଳ। ଯେଉଁଥିପାଇଁ ବିଜେଡିରୁ ବିଜେପିକୁ ଯାଇଥିବା ଅନୁଭବ ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।

ତେବେ ଏସବୁ ଭିତରେ ଅନ୍ୟ ଏକ ସୂତ୍ରରୁ ଖବର ମିଳିଛି ଯେ ଅନୁଭବଙ୍କ ପାଇଁ କୁଆଡେ ବିଜେପି ଗୋଟିଏ ଆଡ଼ନ ଫାଇନାଲ କରିଛି। ହଁ ଆଜ୍ଞା ଶୁଣିବାକୁ ମିଳିଛି ଯେ ଅନୁଭବ ମହାନ୍ତିଙ୍କୁ ବିଜେପି କୁଆଡେ ବାରିବାଟି କଟକ ଆସନରୁ ବିଧାୟକ ପ୍ରାର୍ଥୀ କରିବାକୁ ଯାଉଛି। କାରଣ ଅନୁଭବ କଟକର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଏଠାରେ ପ୍ରାର୍ଥୀ କଲେ ବିଜେପିକୁ ଫାଇଦା ମିଳିବ ବୋଲି ଦଳ ଭାବୁଥିବା କୁହାଯାଉଛି।

ଏହା ସହ ବିଜେପି ଏପର୍ଯ୍ୟନ୍ତ ରାଜ୍ୟର ୧୪୦ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ୭ଟି ଆସନ ବାକି ରଖିଛି। ଆଉ ବାକି ଥିବା ଏହି ୭ଟି ଆସନ ମଧ୍ୟରେ ବାରବାଟୀ କଟକ ମଧ୍ୟ ରହିଛି। ତେଣୁ କୁହାଯାଉଛି କି ଏହି ଆସନ କୁଆଡେ ଦଳ ଅନୁଭବ ମହାନ୍ତିଙ୍କ ପାଇଁ ଖାଲି ରଖିଛି। ତେବେ ବିଜେଡି ବାରବାଟି କଟକ ପାଇଁ ପୂର୍ବରୁ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଓ ବିଜେପି ଏଯାଏଁ ଏହି ଆସନରୁ ପ୍ରାର୍ଥୀ ଦେଇନାହାନ୍ତି। ହେଲେ ବିଧାୟକ ମହମ୍ମଦ ମୋକିନଙ୍କ ଝିଅ ସୋଫିୟା ଫିର୍ଦୋଷ ଏଠାରୁ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ଏକପ୍ରକାର ସ୍ଥିର ହୋଇସାରିଛି। ଦୁର୍ନୀତି ମାମଲାରେ ଛନ୍ଦି ହୋଇ ମୁକିମ ନିର୍ବାଚନ ଲଢ଼ୁନଥିବାରୁ ତାଙ୍କ ଜାଗାରେ ସୋଫିୟାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯାଉଛି। ଏପରିକି ସୋଫିୟାଙ୍କ ନାଁ ଘୋଷଣା ହେବା ଆଗରୁ ସେ ନିର୍ବାଚନ ମଣ୍ଡଳୀ ବୁଲିବା ମଧ୍ୟ ଆରମ୍ଭ କରି ସାରିଲେଣି।

ତେଣୁ ଯଦି ଏଠାରୁ ଅନୁଭବ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ହେଉଛନ୍ତି ତାହେଲେ ପ୍ରକାଶ ବେହେରା ସୋଫିୟା ଫିର୍ଦୋଷଙ୍କ ସହ ତାଙ୍କର ଟକର ହେବ ବୋଲି କୁହାଯାଉଛି। ତେବେ ବିଜେପି ଅନୁଭବଙ୍କୁ ବାରବାଟୀ କଟକରୁ ବିଧାୟକ ପ୍ରାର୍ଥୀ କରିବ ବୋଲି କେତେ ସତ୍ୟତା ରହିଛି ତାହା ଦଳର ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଜଣାପଡିବ।

Leave a Reply

Your email address will not be published. Required fields are marked *