ଘରୁ କେହି ବାହାରକୁ ବାହାରନ୍ତୁ ନାହିଁ ମୋବାଇଲ୍ କୁ ଆସିଲା ଏଭଳି ମେସେଜ

ସବୁ ସୀମା ପାର୍ କରିଲାଣି ତାତି, ଏତେ ଅସହ୍ୟ ହେଲାଣି ଯେ ସାରା ରାଜ୍ୟରେ ସ୍ଥିତି ପୂରା ଭୟଙ୍କର। ଉପକୂଳରୁ ପ୍ରାନ୍ତ, ଉତ୍ତରରୁ ଦକ୍ଷିଣ ଅସହ୍ୟ ଖରାରେ ଜଳୁଛି ସାରା ଓଡ଼ିଶା। କଲବଲ୍ ହେଉଛନ୍ତି ଲୋକେ ଦିନକୁ ଦିନ ବଢ଼ୁଛି ତାତି ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହି ତାପମାତ୍ରା ଆଗକୁ ଆହୁରି ବଢ଼ିବ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ୨ ଡିଗ୍ରୀ ଯାଏଁ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ ଫଳରେ ଭିଷଣରୁ ଅତି ଭିଷଣ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ଯାହାକୁ ଦୃଷ୍ଟି ରେ ରଖି ଅଧିକାଂଶ ଜିଲ୍ଲାକୁ ରେଡ୍ ୱଆଣ୍ଣିଂ ଜାରି କରାଯାଇଛି। ଆସନ୍ତା ଚାରିଦିନ ଧରି ଆପଣଙ୍କ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ଓ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ।

ଏହି କଥା ଆମେ କେହି କହୁନାହୁଁ ଏହିଭଳି କିଛି ସତର୍କ କରାଇଛି ପାଣିପାଗ ବିଭାଗ ମୋବାଇଲ୍ କୁ ମୋବାଇଲ୍ ପ୍ରତ୍ୟେକ ମୋବାଇଲ୍ କୁ ଆସିଛି ଏହିଭଳି କିଛି ମେସେଜ୍ ଯାହାକି ଜନସାଧାରଣ ଙ୍କୁ ଆଗୁଆ ସତର୍କ କରା ଯାଇଛି। ଆଉ ଏହି ସମୟରେ ଭୁଲ୍ ରେ ବି କେହି ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଆଗାମୀ ଚାରିଦିନ ଯାଏଁ ରାଜ୍ୟ ରେ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

କ୍ରମାଗତ ଭାବେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ଜାରି ରହିଛି ଏହା ସହ ସୂର୍ଯ୍ୟ ଙ୍କ ପ୍ରଖର କିରଣର ତେଜ ଫଳରେ ତାପମାତ୍ରା ସ୍ୱଭାବିକ ଭାବରେ ବୃଦ୍ଧି ପାଇଛି, ତେବେ ଅତି ପ୍ରବଳ ଗ୍ରୀଷ୍ମ ଲହରୀ ନେଇ ଆଜି ୧୧ ଟି ଜିଲ୍ଲାକୁ ରେଡ୍ ୱଆଣ୍ଣିଂ ଓ ଭିଷଣ ଗ୍ରୀଷ୍ମ ଲହରୀ ନେଇ ୧୭ ଜିଲ୍ଲା‌କୁ ଅରେନ୍ଜ ୱଆର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ୪୫ କିମ୍ବା ଅଧିକ ପାରଦ ରେକର୍ଡ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ, ଦିନ ସାଢେ଼ ୧୧ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *