ସାର୍ ଏମିତି ପିଟିଲେ ମୋ ଗୋଡ଼ରେ କ୍ୟାନସର ହେଇଗଲା

ମୋତେ ଦିନ ରାତି ଯନ୍ତ୍ରଣା ହେଉଛି ସାର୍, ଏତେ କଷ୍ଟ ହେଉଛି ଯେ ମୁଁ ଶାନ୍ତିରେ ଟିକେ ଶୋଇ ପାରୁନି, ମୋ ସାଙ୍ଗ ମାନେ ଖେଳକୁଦ କରିବାକୁ ଯାଉଛନ୍ତି ସମସ୍ତେ ସ୍କୁଲ କୁ ସାଙ୍ଗ ହେଇ ଯାଉଛନ୍ତି ହେଲେ ମୁଁ ଘର କୋଣରେ ପଡ଼ି ରହୁଛି, ଯେତେ ଯିବାକୁ ଚେଷ୍ଟା କରୁଛି ମୁଁ ଆଉ ଚାଲି ପାରୁନି।

କାନ୍ଥକୁ ଧରିକି ଠିଆ ହେଲେ ମାତ୍ର ଗୋଟିଏ ମିନିଟ୍ ରେ ମୋ ଗୋଡ଼ ଏତେ ଜୋରରେ କଷ୍ଟ ହେଉଛି ଯେ ମୁଁ ବସି ପଡ଼ୁଛି, ପାଠ ପଢ଼ିବାକୁ ବସିଲେ ଗୋଡ଼ ଯନ୍ତ୍ରଣା ପାଇଁ ପାଠ ପଢ଼ି ପାରୁନି। ସାର୍ ଆପଣଙ୍କ ମାଡ଼ ମୋ ଜୀବନକୁ ନଷ୍ଟ କରିଦେଲା, ମୁଁ ଶୁଣିଥିଲି ସାର୍ ମାନଙ୍କର ମାଡ଼ କୁଆଡେ଼ ଜୀବନର ଗତିପଥକୁ ବଦଳେଇ ଦିଏ ସତରେ ସାର୍ ଆପଣଙ୍କ ମାଡ଼ ମୋ ଜୀବନର ଗତିପଥ କୁ ବଦଳାଇ ଦେଲା।

ଆଜି ଆପଣଙ୍କ ପାଇଁ ମୁଁ ପଙ୍ଗୁ ହୋଇଗଲି ସାର୍, ମୁଁ ଟିକେ କ’ଣ ପାଠ କରିଲିନି ବୋଲି ମୋତେ ଏମିତି ମାଡ଼ ମାରିଲେ ଯେ ଗୋଡ଼ର ଅବସ୍ଥା ଏମିତି ହେଇଗଲା। ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାସନଗର ବ୍ଲକ୍ ଅନ୍ତର୍ଗତ ବଗପାଟିଆ ସରକାରୀ ବିଦ୍ୟାଳୟ ରେ ଛାତ୍ରଙ୍କ ନାମ ହେଉଛି ଚନ୍ଦନ ମଲ୍ଲିକ। ଚାଲି ପାରୁ ନାହାଁନ୍ତି ଚନ୍ଦନ ଗୋଡ଼ରେ ଘା ହୋଇ ଯାଇଛି ଏତେ ବଡ଼ ଘା ହୋଇ ଯାଇଛି ଯେ ଦେଖିଲେ ଭୟ ଲାଗିବ।‌ନଳି ଗୋଡ଼ରେ ଘା ହୋଇଥିବାରୁ ହାଡ଼ କୁ ପୂରା ବ୍ୟାପି ଯାଇଛି, ହାଡ଼ ବି ସଢ଼ିବା ଆରମ୍ଭ କରିଲାଣି।

ଯାହାଫଳରେ ଗୋଟିଏ ମିନିଟ୍ ବି ଠିଆ ହୋଇ ରହି ପାରୁନାହାଁନ୍ତି ଚନ୍ଦନ, ଯେତିକି ସମୟ ଠିଆ ହେଉଛନ୍ତି ବାପାଙ୍କୁ ଧରିକି ଠିଆ ହେଉଛନ୍ତି ଆଉ ସେତିକି ସମୟ ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ। ଅଭିଯୋଗ ମୁତାବିକ ଚନ୍ଦନ ଯେତେବେଳେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ନବଜ୍ୟୋତି ଲେଙ୍କା ନାମକ ଜଣେ ଶିକ୍ଷକ ଏକ ସ୍କେଲ୍ ମାଧ୍ୟମରେ ତାଙ୍କ ଗୋଡ଼କୁ ମାଡ଼ ମାରିଥିଲେ ଯାହାପରେ ତାଙ୍କ ଗୋଡ଼ ଫୁଲିବାକୁ ଲାଗିଥିଲା ଚନ୍ଦନ ଭୟରେ ଘରେ କିଛି କହିନଥିଲେ।

ହେଲେ ଯେତେବେଳେ ତାଙ୍କୁ ବହୁତ୍ କଷ୍ଟ ହୋଇଥିଲା ସେତେବେଳେ ସେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା କୁ ନେଇଯାଇଥିଲେ ଆଉ ଡାକ୍ତର ମେଡିସିନ ଲେଖି ଦେଇଥିଲେ କିନ୍ତୁ ମେଡିସିନ ଖାଇଲା ପରେ ମଧ୍ୟ ଗୋଡ଼ ଭଲ ହେଲା ନାହିଁ।‌କଟକ ଏବଂ ପରେ ଏମ୍ସ ମଧ୍ୟ ଯାଇଥିଲେ କିନ୍ତୁ କୋୖଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ ଆଉ ଗୋଡ଼ରେ ଘା ଏବେ ବଢ଼ି ବଢ଼ି ଚାଲିଛି। ଏବେ ଡାକ୍ତର ମାନେ କହୁଛନ୍ତି କି ଚନ୍ଦନ ଙ୍କ ଗୋଡ଼ କ୍ୟାନ୍ସର୍ ଆଡ଼କୁ ଗତି କରୁଛି ବୋଲି। ଏହି ସବୁ କଥାକୁ କିନ୍ତୁ ମୂଳରୁ ଖଣ୍ଡନ କରି ଦେଇଛନ୍ତି ଉକ୍ତ ଶିକ୍ଷକ ଜଣଙ୍କ,ସେ କହିଛନ୍ତି ମୁଁ କେବେ ଚନ୍ଦନ କୁ ମାଡ଼ ମାରିଲି ମୁଁ ନିଜେ ବି ଜାଣିନି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ।

Leave a Reply

Your email address will not be published. Required fields are marked *