ଋଷୀୟ ଯୁବତୀଙ୍କ ଦେହ ସାରା ସଂସ୍କୃତ ଶ୍ଳୋକ… କହିଲେ ଦ୍ରୌପଦୀଙ୍କର ୫ ସ୍ୱାମୀ ଥିଲେ, ମୁଁ ୫୦ ରଖିବି ।

ଯେତେବେଳେ ଓଡ଼ିଶାଙ୍କ ଲୋକଙ୍କ କଥା କୁହାଯାଏ ସେ ଚାକିରି କଥା କୁହନ୍ତୁ ବା କ୍ୟାରିୟର କଥା କୁହନ୍ତୁ କିମ୍ଵା ଓଡ଼ିଶାର ସଂସ୍କୃତି କଥା କୁହନ୍ତୁ ସବୁ ବୋଧହୁଏ ଭୁଲି ଯାଆନ୍ତି ଯେତେବେଳେ ଓଡ଼ିଶା ଛଡ଼ିକି ବିଦେଶକୁ ଯାଆନ୍ତି । କିନ୍ତୁ ଏବେ ଅନେକ ଘଟଣା ଆମେ ଦେଖିବାକୁ ପାଉଛୁ ଯେ ବିଦେଶରୁ ଆସିଥିବା କିଛି ଲୋକମାନେ ଓଡ଼ିଶାର ସଂସ୍କୃତି ଭାରତୀୟ ସଂସ୍କୃତିକୁ ଆପଣେଇଛନ୍ତି ।

ଏକଥା କହିବା ଅର୍ଥ ନିକଟରେ ଜଣେ ବିଦେଶିନୀ ଆମ ସଂସ୍କୃତିର ପ୍ରେମରେ ପଡ଼ି ଯାଇଛନ୍ତି ଆଉ ପଶୁ ପ୍ରେମରେ ମଧ୍ୟ ପଡ଼ି ଯାଇଛନ୍ତି । ହଠାତ୍ ସେ ଭୁବନେଶ୍ବର ରାସ୍ତା କଡ଼ରେ ଗୋଟେ କୁକୁରକୁ ମୂର୍ମୁଷ ଅବସ୍ଥାରେ ଦେଖିଥିଲେ ଆଉ ସେ କଳିଙ୍ଗ ଯୁଗ ସେନାକୁ ସଂପର୍କ କରିଥିଲେ ।ତେବେ ଓଡିଶାରେ ୨/୩ ଦିନ ହୋଇ ଗଲାଣି ତାଙ୍କୁ । ଆଉ ତାଙ୍କ ନାମ ସେ ନତାଶା ବୋଲି କହିଥିଲେ । ତେବେ ଉକ୍ତ ବିଦେଶିନୀଙ୍କ ସାରା ଦେହରେ ହିନ୍ଦୁ ଦେବଦେବୀଙ୍କ ଟାଟୁ ଦେଖିବାକୁ ମିଳିଥିଲା । ଆଜ୍ଞା ହଁ ଋଷିୟ ଯୁବତୀଙ୍କ ଦେହ ସାରା ଟାଟୁ । ମୁହଁ ଠାରୁ ଆରମ୍ଭ କରି ବେକ, ଛାତି, ହାତ, ପିଠି ପେଟ ସବୁଆଡେ ଟାଟୁ ।

ହିନ୍ଦୁ ଦେବଦେବୀଙ୍କ ଟାଟୁ ସହ ବିଭିନ୍ନ ମୁଦ୍ରା, ଶବ୍ଦ ଓ ଶ୍ଳୋକର ଟାଟୁ କରିଛନ୍ତି ଯୁବତୀ ଜଣକ । ତାଙ୍କୁ ପଚାରିବାରୁ ସେ କହିଥିଲେ ଭାରତରେ ଜନ୍ମ ହେବା କଥା ମୁଁ ଭୁଲରେ ରୁଷିଆ ରେ ଜନ୍ମ ହୋଇଗଲି । ଭାରତରେ ଶେଷ ପର୍ଯ୍ୟନ୍ତ ରହିବି । ସୋସିଆଲ ମିଡିଆରେ ଜାଣିବାକୁ ପାଇଲି ଯେ ଜଣେ ଏଠି ଗୋଟିଏ ସଂସ୍ଥା ଗୋ ସେବା କରୁଛନ୍ତି । ଖୋଜି ଖୋଜି ମୁଁ ଏହି ଭୁବନେଶ୍ୱର ପଟିଆ ଅଞ୍ଚଳକୁ ଚାଲି ଆସିଲି । ଆଉ ଗୋ ସେବା କରିବାର ସୁଯୋଗ ପାଇଲି ।

ତେବେ ସେ ଜଣେ ବ୍ଲୋଗର ଆଉ ଭାରତରେ ତାଙ୍କ ଜୀବନ କାହାଣୀ ଉପରେ ଇନ୍ଷ୍ଟାଗ୍ରାମରେ ଲୋକଙ୍କୁ ଜଣାନ୍ତି ।ଏଥି ସହିତ ଭାରତର ସଂସ୍କୃତି ଆଉ ପରମ୍ପରାକୁ ଦେଖେଇବାକୁ ଚେଷ୍ଟା କରନ୍ତି । ସେ ତାଙ୍କ ୫ ବର୍ଷ ବେଳୁ ଇଣ୍ଡିଆକୁ ଭଲପାଇ ଆସିଛନ୍ତି । ସେ ଆହୁରି ମଧ୍ୟ ହଁସି କହିଥିଲେ ଯେ ଦ୍ରୌପଦୀଙ୍କର ୫ ସ୍ୱାମୀ ଥିଲେ, ମୁଁ ୫୦ ରଖିବେ ।

Leave a Reply

Your email address will not be published. Required fields are marked *