“ରାଣୀ ତୁମେ ବିକ୍ରମକୁ ଛାତିଭିତରୁ କାଢି ଫୋପାଡି ଦେବାର ଥିଲା । ଲାଇଫରେ କେତେ ବିକ୍ରମ ଆସିବେ କେତେ ଯିବେ” : ରୁଦ୍ରମନ ।

ବିବାଦୀୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି । ତେବେ ଏହା ମଧ୍ୟରେ ବନ୍ଧୁଗଣ ଗତ କିଛିଦିନ ଧରି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଧୋକ୍କା ଦେଇଥିବା ପ୍ରେମିକ ବିକ୍ରମ ବିକାଶ ଓରଫ କାହ୍ନାଙ୍କ ବିରୋଧରେ ରାଣୀ କିଛିଦିନ ତଳେ ମହିଳା ଥାନାରେ ଏତଲା ଦେଇଥିଲେ ।

ତାଙ୍କୁ ନ୍ୟାୟ ଦରକାର ବୋଲି ରାଣୀ କହିଥିଲେ । ଲଭ୍ ରିଲେସନ କାରଣରୁ ସେ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ବହୁତ ନିର୍ଯାତିତ ହୋଇଥିଲେ ବୋଲି ରାଣୀ ଅଭିଯୋଗ କରିଥିଲେ । ନିକଟରେ ରାଣୀଙ୍କର ଏକ କାନ୍ଦିବା ଭିଡିଓ ସାମ୍ନାକୁ ଆସିଥିଲା । ଏହାପରେ ରାଣୀ ଏକ ଭିଡ଼ିଓ ଜରିଆରେ ସେ ପ୍ରେମିକ ବିକ୍ରମକୁ କ୍ଷମା କରିଦେଇଛନ୍ତି ବୋଲି ମଧ୍ୟ କହିଥିଲେ । ତେବେ ରାଣୀ ପଣ୍ଡାଙ୍କ ସମ୍ପର୍କକୁ ନେଇ ରୁଦ୍ରମନ ନିକଟରେ ଏକ ସାକ୍ଷାତକାରରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ତାଙ୍କୁ ଏହି ବିଷୟରେ କହିଲା ବେଳକୁ କଷ୍ଟ ଲାଗୁଛି ।

ରାଣୀ ପଣ୍ଡାର ଲାଇଫ ତାର କ୍ୟାରିୟର ଦେଖିଛନ୍ତି ରୁଦ୍ରମନ । ବ୍ୟସ୍ତତା ଭିତରେ ସେ ରାଣୀକୁ କେବେ ଫୋନ କରି ନାହାନ୍ତି । ଭୁବନେଶ୍ୱରର ତତଲା ଖରା ଓ ରାଣୀ ପଣ୍ଡାର ଆଖିର ଲୁହ, ଛାତିର କୋହକୁ ସେ କେବେ ସମ୍ଭାଳି ପାରିବେନି ବୋଲି କହିଛନ୍ତି ରୁଦ୍ରମନ । ସେ ଆହୁରି ମଧ୍ୟ କହିଛନ୍ତି ଏ ଖରା ଯେତିକି କଷ୍ଟ ଦେଉଛି ରାଣୀ ପଣ୍ଡାଙ୍କ କୋହ ମଧ୍ୟ ତାଙ୍କୁ ସେତିକି କଷ୍ଟ ଦେଉଛି । ରାଣୀ କହିଥିଲା ତାଙ୍କୁ ତାର ଗୋଟେ ବୟଫ୍ରେଣ୍ଡ୍ ଅଛି ବୋଲି କିନ୍ତୁ ସେ ଧ୍ୟାନ ଦେଇନଥିଲେ । ରାଣୀ ପଣ୍ଡାର ଗୋଟେ ଭୁଲ୍ ହେଲା ଯଦି ସେ କୋର୍ଟରେ ବାହା ହୋଇଯାଇଥାନ୍ତା ତାକୁ ତାହେଲେ ଠିକ୍ ହୋଇଥାନ୍ତା ।

ରାଣୀ ପଣ୍ଡା ତ୍ୟାଗ କରିଦେଲା କ୍ଷମା କରିଦେଲା ଠିକ୍ ଅଛି ସେ ଏବେ ଚୁପ୍ ରହି ତାର କ୍ୟାରିୟର ଉପରେ ଧ୍ୟାନ ଦେଉ । ଏମିତି ହଜାରେ ବିକ୍ରମ ଆସିବେ ହଜାରେ ବିକ୍ରମ ଯିବେ କିନ୍ତୁ କ୍ୟାରିୟର ତ ଥରେ ଆସେ ନା । ପ୍ରକୃତରେ ରାଣୀ ଗୋଟେ ସଫ୍ଟ୍ ହାର୍ଟେଡ ଝିଅଟେ । ତା ହୃଦୟରେ କିଛି ନାଇଁ ସବୁ କହିଦିଏ । ଆଉ ଏମିତି ଝିଅର ଫାଇଦା ନେବାକୁ ବହୁତ୍ ଲୋକ ଅଛନ୍ତି । କିନ୍ତୁ ଯିଏ ପ୍ରେମରେ ଧୋକା ଖାଇଥିବ ସେଇଠୁ ତୁମ କ୍ୟାରିୟର ଆରମ୍ଭ ହେବ । ଏବେ ରାଣୀ କେବଳ ଅଭିନେତ୍ରୀ ନୁହେଁ ଗୋଟେ ପାର୍ଟିର ପରିଚାଳକ ଦାୟିତ୍ଵ ନେଇଛି । ତେଣୁ ଗୋଟେ ବିକ୍ରମ ପଳେଇଲା କଣ ଅଛି କ୍ୟାରିୟରରେ ଧ୍ୟାନ ଦେବାକୁ ସେ ରାଣୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *