ପୋଲିସ ବାବୁଙ୍କୁ ଗୋଡ଼ାଇ ଗୋଡ଼ାଇ ଫସେଇ ଦେଲେ ବିବାହିତା ମହିଳା । ସୁନ୍ଦରୀ ମହିଳାଙ୍କୁ ଦେଖି ଦେଖି ପୋଲିସ ବାବୁ ମଧ୍ୟ ଗଲେ ଫସି ।
ପୋଲିସଙ୍କୁ ପ୍ରେମରେ ଫସାଇ ଦେଲେ ମହିଳା । ପୋଲିସ୍ ଜଣକ ମଧ୍ୟ ମହିଳାଙ୍କ ପ୍ରେମରେ ଗଲେ ଫସି । ସମାଜସେବୀ ମହିଳା ପୋଲିସ ବାବୁଙ୍କୁ ଦେଇଦେଲେ ମନ । ସୁନ୍ଦରୀ ମହିଳାଙ୍କୁ ଦେଖି ପୁଲିସ ବାବୁ ଭୁଲିଗଲେ ନିଜ ପରିବାର କଥା । ହଁ ଆଜ୍ଞା ବନ୍ଧୁଗଣ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରେମ ଫସେଇ, ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।ଏବେ ନ୍ୟାୟ ପାଇଁ ସ୍ତ୍ରୀ ଥାନାକୁ ଦୌଡୁଛି ।
ହେଲେ ପୋଲିସ ନ୍ୟାୟ ଦେଇ ପାରୁନଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ,ମିଳିଛି ବାଲେଶ୍ୱର ଜିଲ୍ଲାରେ । ସୂଚନା ମୁତାବକ ପୋଲିସ୍ ଜଣକ ହେଉଛନ୍ତି ବିଜୟ ଦାସ ଆଉ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା । ଆଉ ଦୁହେଁ ସ୍ଵାମୀ ସ୍ତ୍ରୀ ପୋଲିସ୍ ବିଭାଗରେ ଚାକିରି କରନ୍ତି । ହେଲେ ଏହି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରିୟଦର୍ଶୀ ସାହୁ ନାମ୍ନି ମହିଳା ଜଣଙ୍କ ଏଣ୍ଟ୍ରି ମାରିଲେ । ଆଉ ତାପରେ ବିଜୟ ଦାସଙ୍କୁ ପ୍ରେମରେ ଫସେଇଦେଲେ । ଏହାପରେ ବିଭିନ୍ନ ହୋଟେଲ ଓ ଲଜ୍ କୁ ଯାଇ ରାତି କାଟିଲେ ।
ତେବେ ଏହି ଘଟଣାକୁ ନେଇ ସ୍ତ୍ରୀ ଅନ୍ନପୂର୍ଣ୍ଣା ଯେତେବେଳେ ଜାଣି ପାରିଥିଲେ ସେତେବେଳେ ବିରୋଧ କରିଥିଲେ । ହେଲେ ସ୍ଵାମୀ ବିଜୟ ସ୍ତ୍ରୀକୁ ମାଡ଼ଧର କରିବା ଆରମ୍ଭ କରିଦେଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ବସ୍ତା ଥାନାରେ ମଧ୍ୟ ପହଞ୍ଚିଛି । ଯେହେତୁ ବିଜୟ ବାରିପଦା ବାଟାଲିୟନ୍ ରେ କନେଷ୍ଟବଳ ଭାବରେ ଚାକିରି କରନ୍ତି ବାରିପଦା ପୋଲିସ୍ ପାଖରେ ମଧ୍ଯ ସ୍ତ୍ରୀ ଅନ୍ନପୂର୍ଣ୍ଣା ଅଭିଯୋଗ କରିଛନ୍ତି । ତେବେ ଏହି ମହିଳାଙ୍କ ନାଁରେ ଆହୁରି ଅଭିଯୋଗ ହୋଇଛି ଯେ ଏହି ମହିଳା ଜଣକ କେବଳ ବିଜୟଙ୍କୁ ଫସେଇଛନ୍ତି ତାହା ନୁହେଁ ଆହୁରି ଅନେକ ଯୁବକଙ୍କୁ ମଧ୍ୟ ଫସାଇଥିବା ନେଇ ଅଭିଯୋଗ ହୋଇଛି ।
ତେବେ ପ୍ରିୟଦର୍ଶନୀ ଓ ବିଜୟ ଏକ ହୋଟେଲରେ ରାତି କାଟୁଥିଲେ ଏକଥା ଯେତେବେଳେ ସ୍ତ୍ରୀ ଅନ୍ନପୂର୍ଣ୍ଣା ଜାଣିବାକୁ ପାଇ ସେଠାରେ ପହଞ୍ଚିଥିଲେ କିନ୍ତୁ ସ୍ଵାମୀ ବିଜୟ ଓ ପ୍ରିୟଦର୍ଶନୀ ତାଙ୍କୁ ମାଡ଼ ମାରି ଅଚେତ୍ କରି ଦେଇଥିଲେ । ତାପରେ ଆମ୍ବୁଲାନ୍ସ ଯୋଗେ ଅନ୍ନପୂର୍ଣ୍ଣାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ଏବେ ଦେଖିବାକୁ ବାକି ରହିଲା ପୋଲିସ୍ ଏହି ଘଟଣାକୁ କେମିତି ସମାଧାନ କରୁଛି ।