ଅନୁଭବ ଦଳରୁ ବାହାରିଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ, ଏମିତି କଥା ଶୁଣି ପୁରା ଓଡ଼ିଶା ଆଶ୍ଚର୍ଯ୍ୟ I

ମୁଖ୍ୟମନ୍ତ୍ରୀଙ୍କୁ ବଡ଼ କଥା କହିଦେଲେ ଅନୁଭବ ମହାନ୍ତି । ନବୀନଙ୍କୁ ପ୍ରଶଂସା କରି ପୋତି ପକାଇଲେ । ବିଜେପିକୁ ଯାଇ ମଧ୍ୟ ଅନୁଭବ ଏବେ ବିଜେଡ଼ିକୁ ଝୁରୁଛନ୍ତି । ବିଜେପି ସରକାର ପାଇଁ ଲୋଡ଼ିଲେ ନବୀନଙ୍କ ଆଶୀର୍ବାଦ । ଆଜ୍ଞା ହଁ କଥାଟି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ପ୍ରକୃତରେ ସତ୍ୟ । ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି ସୂତା କିଅକୁ ଆହୁରି ଛନ୍ଦି ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବାରମ୍ବାର ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହାର ଆଉ ଏକ ପୁନରାବୃତ୍ତି ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କର ଫେସବୁକରେ ଏକ ପୋଷ୍ଟ ଏବେ ରାଜ୍ୟ ରାଜନୀତିର ଆଲୋଚନାକୁ ଆହୁରି ଆକ୍ଟିଭ କରି ଦେଇଛି । ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଅନୁଭବ ଏହି ପୋଷ୍ଟରେ ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ଲୋଡ଼ଇଛନ୍ତି । ତେଣୁ ଏହି ପୋଷ୍ଟକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ଏବଂ ଅନେକ ଲୋକ ପ୍ରଶ୍ନବାଚୀ ଉଠାଇଛନ୍ତି । ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।

ଏହାପରେ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ଗୁରୁ ଦାୟିତ୍ବ ମଧ୍ଯ ଦେଇଛି । କିନ୍ତୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ରାଜନୀତି ମାହୋଲରେ ପୁଣିଥରେ ଚହଳ ସୃଷ୍ଟି ହୋଇଛି । ବିଜେପିରେ ମିଶିବା ପରେ ମଧ୍ଯ ଏହି ପୋଷ୍ଟରେ ଅନୁଭବ ମହାନ୍ତି ବିଜେଡିର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ଏହା ସହିତ ବିଜେପି ସରକାର ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଅନୁଭବ ମହାନ୍ତି ।

ଅନୁଭବ ନିଜ ପୋଷ୍ଟରେ ଲେଖୁଛନ୍ତି ଯେ, “ଆମେ ଏକ ହୋଇ ନିଜ ମାତୃଭୂମିର ଅନନ୍ୟ ଗୌରବକୁ ଅନୁପ୍ରବେଶକାରୀଙ୍କ ଆଗରେ ନଇଁବାକୁ ଦେବା ନାହିଁ । ଆସନ୍ତୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ତଥା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ଆଶୀର୍ବାଦରୁ ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ସାହସିକ ତଥା ଗତିଶୀଳ ନେତୃତ୍ବରେ ବିଜେପି ସରକାର ଗଠନ କରି ନୂତନ ଆରମ୍ଭ କରିବା” । ତେବେ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ସହ ଅନୁଭବ କାହିଁକି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ବୋଲି ଏବେ ରାଜନୀତି ଦୁନିଆରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *