“ଟିକେଟ୍ ନପାଇଲେ ଅନୁଭବ ଲଙ୍ଗ୍‌ଡା ଘୋଡା…ବର୍ଷାଙ୍କ ପାଖରେ ୪ଟା ପାୱାର ଅଛି । ସେ ଜିତିବେ” : ବ୍ୟୋମକେଶ ତ୍ରିପାଠୀ ।

ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀଙ୍କୁ ଆପଣ ସମସ୍ତେ ଭଲ ଭବାରେ ଚିହ୍ନିଥିବେ ନିଶ୍ଚୟ । ସେ ପ୍ରାୟ ସମୟରେ କୌଣସି ନା କୌଣସି ନ୍ୟୁଜ ଚ୍ୟାନେଲରେ କୌଣସି ନା କୌଣସି ବିଷୟକୁ ନେଇ ମିଡିଆକୁ ନିଜର ବୟାନ ଦେଉଥିବାର ନଜର ଆସିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ । କହିବାକୁ ଗଲେ ତାଙ୍କର ବୟାନ ସବୁଠୁ ଭିନ୍ନ ପ୍ରକାରର । ସେ ଯେଉଁଭଳି ଭାବରେ କୌଣସି କଥା ଉପରେ ନିଜର ମନ୍ତବ୍ୟ ଦିଅନ୍ତି ତାହା ଅନ୍ୟ କୌଣସି ଓକିଲ ଦିଅନ୍ତି ନାହିଁ । ପୁଣିଥରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ରାଜନୈତିକ ଜୀବନକୁ ନେଇ ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜନୀତିରେ କିଛି ଦେଖିବାକୁ ମିଳିବନି ।

କାହିଁକି ନା ରାଜନୀତି ଗୋଟେ ସମ୍ପୂର୍ଣ ଅଲଗା ଜିନିଷ । ସବୁଠାରୁ ଶ୍ରେଷ୍ଠ ନୀତି ହେଉଛି ରାଜନୀତି । ଆଉ ଯେଉଁ ବର୍ଷା ଅନୁଭବଙ୍କ କଥା ସେମାନେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ବର୍ଷା ତାଙ୍କ କ୍ୟାରିୟର କଥା ଚିନ୍ତା କରୁଛନ୍ତି ଅନୁଭବ ମହାନ୍ତି ମଧ୍ୟ ତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ ଚିନ୍ତା କରୁଛନ୍ତି । ମୋଟା ମୋଟି କଥା ଦୁଇଜଣ ଯାକଙ୍କୁ ସୋସାଇଟିରେ ଟ୍ରୋଲ ହେବାକୁ ପଡିବ ନିଶ୍ଚିତ ଭାବରେ ସେଥିରେ ସନ୍ଦେହ ନାହିଁ ।

ତେବେ ସେମାନେ ଦୁହେଁ ଯଦି ସୋସାଇଟିର କଥାକୁ ଧ୍ୟାନ ନଦେଇ ନିଜ ନିଜର ରାଜନୈତିକ କ୍ୟାରିୟର ପଛରେ ଲାଗିବେ ତାହେଲେ ଭଲ ହେବ ବୋଲି ସେଇଟା ତାଙ୍କର ନିଜସ୍ଵ ମତ ବୋଲି କହିଥିଲେ ବ୍ୟୋମକେଶ । ତେବେ ରାଜନୀତିରେ କୌଣସି ଦଳ ଚିନ୍ତା କରିକି ଟିକେଟ ଦେଇଥାଏ ଯେ ଜିତିବାର କେତେ ସମ୍ଭାବନା ଅଛି । ଯଦି ଜିତିବାର ସମ୍ଭାବନା ଅଧିକ ଥିବାର କଣ୍ଟା ବାଜୁଥିବ ସେ ନିଶ୍ଚିତ ଭାବରେ ତାଙ୍କୁ ଟିକେଟ ଦେଇଦେବେ।

ସାଧାରଣତଃ ଦେଖିବାକୁ ଗଲେ ଲଙ୍ଗଡା ଘୋଡ଼ା ପଛରେ କେହି ବାଜି ଲଗାନ୍ତି ନାହିଁ । ଯିଏ ଟିକେଟ ନପାଇବ ସେ ଲଙ୍ଗଡା ଘୋଡ଼ା । ଅନୁଭବ ଯଦି କାଲିକୁ ଟିକେଟ ପାଇଯିବେ ତାହେଲେ ସେ ଲଙ୍ଗଡ଼ା ଘୋଡ଼ା ନୁହେଁ । ମନେକର ବିଜେଡ଼ି ବର୍ଷାଙ୍କ ସୁନ୍ଦର ମୁହଁ ଦେଖିକି ଟିକେଟ୍ ଦେଇଦେବ । ଏବେ ସୋସାଇଟିର ମାନସିକତା ହିସାବରେ ଲୋକମାନେ ସୁନ୍ଦରତା ପଛରେ ଯେହେତୁ ଏବେ ମାତିଛନ୍ତି ନିହାତି ବର୍ଷାଙ୍କୁ ଭୋଟ୍ ଦେବେ । କାରଣ ଭଲଟାକୁ ସମସ୍ତେ ଚାହାଁନ୍ତି । ଏମିତି ଭି ଦେଖିଲେ ଯେଉଁମାନେ ପୂର୍ବରୁ ବିଧାୟକ ହୋଇଛନ୍ତି ଏମପି ହେଇଛନ୍ତି ସେମାନଙ୍କ ସମାପ୍ତି ଦିନ ଆସେ । ପଳିଟିକ୍ସରେ ମଧ୍ୟ ଗୋଟେ ନିର୍ଦ୍ଧାରିତ ବୟସ ସୀମା ରହିବା ଦରକାର ଅବସର ନେବା ପାଇଁ । ଯଦି ଅନୁଭବ ବର୍ଷା ଏବେ ସାଙ୍ଗରେ ଥାଆନ୍ତେ ତେବେ ସ୍ୱର୍ଗୀୟ ଜିନିଷ ଗୋଟେ ଦେଖିବାକୁ ମିଳିଥାନ୍ତା ତେବେ ଜଣେ ଏମପି ଆଉଜଣେ ବିଧାୟକ ହୋଇଥାନ୍ତେ ।

Leave a Reply

Your email address will not be published. Required fields are marked *