ଶେଷରେ ରାଗିଗଲେ ସୁର,ସବୁ କଂଗ୍ରେସ ନେତାଙ୍କ ଗୁମର ଖୋଲିଦେଲେ

ଅଭିନନ୍ଦନ! ସେ ଆସୁଛନ୍ତି। ମୁଁ ପିନ୍ ଡ୍ରପ୍ ସାଇଲେନ୍ସ ଏଇନା। ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ଵରରେ ଏମ୍.ପି.ପି. ଲଢ଼ୁଛି ସ୍ନେହର ସହିତ, ଶାନ୍ତି ଶୃଙ୍ଖଳାର ସହିତ, ଶ୍ରଦ୍ଧାର ସହିତ ସେ ଭୋଟ୍ ଭିକ୍ଷା କରୁଛି। ଆଉ ଆମେମାନେ ବି କରୁଛୁ। କୌଣସି ଅଶାନ୍ତିକୁ ସୁଯୋଗ ଦିଆଯିବ ନାହିଁ। ଅପ୍ରୀତିକର ଘଟଣାକୁ ସୁଯୋଗ ଦିଆ ଯିବ ନାହିଁ। ଗଣ୍ଡଗୋଳକୁ ସୁଯୋଗ ଦିଆ ଯିବନି। ଶାନ୍ତି ଉପାୟରେ ଆମେ ଭୋଟ୍ ଭିକ୍ଷା କରୁଛୁ। ଲୋକ ଫୁଲ ସମର୍ଥନ କରୁଛନ୍ତି। ତେଣୁ ମୁଁ ସ୍ଥିର କରିଛି ୨୫ରେ ଭୋଟ୍ ସରିବ । ୨୮ରେ ଗଣତି ହେବ ଏବଂ ୨୯ତାରିଖ ଦିନ ଦଶ ହାଜର ଲୋକ ଆସିବେ କେନ୍ଦ୍ର ଅଫିସକୁ ଘେରାଉ କରି ବସିବେ।

ଯେପର୍ଯ୍ୟନ୍ତ ଏ.ଆଇ.ସି.ସି. ର ଜଣେ ମୁରବୀ ମୁଁ ନେହେରୁ ପରିବାରକୁ ଭଲ ପାଏ। ମୁଁ ଜବାହାର ନେହେରୁଙ୍କ ପାଇଁ ଲୋକ ବୁହାଇଛି ମହତାବ ନେତୃତ୍ଵରେ।୬୨,୬୩,୬୪ ରେ ଏ.ଆଇ.ସି.ସି. ରେ । ମୁଁ ଇନ୍ଦିରା ଗାନ୍ଧୀ ପାଇଁ ଜାନକୀ ପଟ୍ଟନାୟକଙ୍କ ନେତୃତ୍ଵରେ ଲୋକ ବୁହାଇଛି ମରିବା ପର୍ଯ୍ୟନ୍ତ। ଲାଷ୍ଟ ମିଟିଂରେ ମୁଁ ସବୁଠୁ ଅଧିକା ଲୋକ ଆଣିଥିଲି ଏହି ଇନ୍ଦିରା ପାର୍କରେ। ରାଜୀବ ଗାନ୍ଧୀ ପାଇଁ ଫୁଲ ଲୋକ ଆଣିଛି।ନରସିଂହ ରାଓ, ମନମୋହନ ସିଂ,ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପାଇଁ ୫୫ ବର୍ଷ ହେଲା ଅହରହ ଭୁବନେଶ୍ବରରେ ଯଦି କଂଗେସର ପ୍ରୋଗ୍ରାମ ହୁଏ ବାଜା ବଜେଇ ନେତା ମାନଙ୍କୁ ମୁଁ ରିସିଭ୍ କରିଛି।

ମୋ ପ୍ରତି ଘୋର ଅନ୍ୟାୟ କରିଛନ୍ତି। ନବୀନ ପଟ୍ଟନାୟକ ଟିକେଟ ଦେଲେ ମୋ ପୁଅକୁ ଭୁବନେଶ୍ବର ସାଂସଦ ପାଇଁ। ତମେ ସସପେଣ୍ଡ୍ କରିବ ମୋତେ। ଏଇ ଯେଉଁ ନରସିଂହ ମିଶ୍ର ମହାପରମା ଲୋକ ସିଏ। ତା ପୁଅକୁ ଟିକେଟ, ତା ଭଣଜାକୁ ଟିକେଟ, ତା ପୁତୁରାକୁ ଟିକେଟ। କଂଗ୍ରେସ କଣ ତାଙ୍କ ବାପାଙ୍କ ପ୍ରୋପର୍ଟି। ଦିନେ କଂଗ୍ରେସ ଅଫିସ୍ ସେମାନେ ଆସନ୍ତି ନାହିଁ। ମୁଁ ଏଇନେ କାହାକୁ କିଛି କହୁନି।୨୯ ତାରିଖ ଦିନ ବିଚାର ହେବ। କଣ ପାଇଁ ମୋତେ କଂଗେସରୁ ୫୫ ବର୍ଷର ବୁଢ଼ାକୁ ଖଟିଲା ପରେ ମୋତେ ବାହାର କରିଛ।ତାର ଜବାବ୍ ଦିଅ।

ସେଇ କଂଗେସ ଅଫିସରୁ ଜବାବ୍ ଆଣିଲା ପରେ ଆମେ ସବୁ ଘରକୁ ଫେରିବୁ। ତେଣୁ ଏଇନେ କିଛି କରିବାର ପ୍ରଶ୍ନ ଉଠୁନି।ଏ ଟାଉଟର ଗୁଡ଼ାକ ଯେଉଁଗୁଡ଼ାକ କଂଗେସ ସଭା ପିସିକୁ ଦିନେ ଆସନ୍ତିନି ଏଗୁଡ଼ା ଅଲାଜୁକ। ଏଗୁଡ଼ାଙ୍କ କଥାରେ ମୋତେ କଂଗେସ ସଭାରୁ ବାହାର କରିଛ।ଆରେ ମୁଁ ୫୫ବର୍ଷ ଖଟିଲା ପରେ ମୋତେ କାଢ଼ିଦେଲେ। ଆଉ ତୁ ପାଞ୍ଚ ମାସରେ ଏମିତି ତାଡ଼ି ପକେଇଲୁ ଯେ କଂଗ୍ରେସ ତୋଠି ଫସି ଗଲା। ମୁଁ ମୋ ବଡ଼ ପୁଅକୁ ସେଇୟା କହିଛି ଏଗୁଡ଼ାକ କାହାର ନୁହଁ। ଏ ଓଡ଼ିଶାର ଯେଉଁ କଂଗେସ ପୁଳାଏ ଡକାୟତ ତା ଭିତରେ ଅଛନ୍ତି।

Leave a Reply

Your email address will not be published. Required fields are marked *