“ଶାଢୀରେ ଶାଳୀନତା ରଖିହେବ, ଡ୍ରେସରେ ବି ଶାଳୀନତା ରଖିହେବ । ନିଜ ଉପରେ ସବୁ ନିର୍ଭର..” ।

ଆମେ ଅନେକ ଗୁଡ଼ିଏ ସିରିଏଲ୍ ସବୁ ଦେଖିଛନ୍ତି ଆଉ ବହୁତ୍ ଧାରାବାହିକରେ ଆମେ ବହୁତ ଦେଖନ୍ତି ଯେ ଶାଶୂ ଆଉ ବୋହୂଙ୍କ ଝଗଡ଼ା । କିନ୍ତୁ ଆଜି ଏମିତି ଶାଶୂ ବୋହୂର ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଲାଗିବନି ଏମାନେ ଶାଶୂ ବୋହୁ ବୋଲି । ଆପଣଙ୍କୁ ଲାଗିବ ଏମାନେ ତୋ ମାଆ ଝିଅ ଭଳିଆ ଦିଶୁଛନ୍ତି । କାହିଁକି ନା ତାଙ୍କୁ ନେଇ ସେମାନେ ୟୁ-ଟ୍ୟୁବ୍ ଭିଡ଼ିଓ ରେ ଏମିତି ସବୁ ନୀତିବାଣୀ ଦିଅନ୍ତି ମାଉସୀ ଯେ ଆପଣଙ୍କୁ ଲାଗିବ ଯେ ମୁଁ ଭି ଯଦି ବାହା ହେବି ମୋତେ ଏମିତି ଗୋଟେ ଶାଶୂ ଦରକାର ଆଉ ଶାଶୂମାନେ ଭାବିବେ ଯେ ଏମିତି ବୋହୂ ଆମକୁ ଦରକାର ।

ତେବେ ଦୁଇ ବୋହୂ ହେଉଛନ୍ତି ଦୀପ୍ତି ଏବଂ ଲିପିକା ଆଉ ଶାଶୂ ହେଉଛନ୍ତି ନିବେଦିତା ମାଡ଼ାମ୍ । ଦୀପ୍ତି ହେଉଛନ୍ତି ବଡ଼ ଆଉ ସାନ ବୋହୂ ହେଉଛନ୍ତି ଲିପିକା । ତେବେ ବଡ଼ ବୋହୁ ଙ୍କୁ ପଚରା ଯାଇଥିଲା ତାଙ୍କୁ ଏ ଘରକୁ ଆସିବାର କେତେ ବର୍ଷ ହେଇଗଲାଣି ବୋଲି ଆଉ ଉତ୍ତର ଦେଇଥିଲେ ଯେ ସେ ୭ ବର୍ଷ ବୋଲି । ଆଉ ତାଙ୍କ ଶାଶୂ ବହୁତ୍ ଭଲ ପୂରା ନିଜ ମା’ ଭଳି।

ବୋହୂ ମାନେ ଭଲ ହେଲେ ଭି କୁହନ୍ତି ଆଉ ଖରାପ୍ ହେଲେ ଭି କୁହନ୍ତି ବୋଲି କହିଛନ୍ତି ବଡ଼ ବୋହୁ । ବାପା ଘରୁ ଆସିଗଲେ ବୋହୂ ବହୁତ୍ କିଛି ମିସ୍ କରେ ବୋଲି କୁହାଯାଏ ବିଶେଷ କରି ଶାଶୂ ଘରେ ମାର ସ୍ନେହ ପାଏନି ବୋହୂ । ତେବେ ଏଠାକୁ ଆସିବା ପରେ କଣ ପାଇଛନ୍ତି ଆଉ କଣ ହରାଇଛନ୍ତି ବୋଲି ପଚାରିବାରୁ ବଡ଼ ବୋହୂ ଦୀପ୍ତି କହିଛନ୍ତି ସେ ଶାଶୂ ଘରକୁ ଆସି କିଛି ହରେଇ ନାହାଁନ୍ତି । ତାଙ୍କ ଘରେ ସେ ଯେମିତି ଥିଲେ ଏଠି ମଧ୍ୟ ସେମିତି ଅଛନ୍ତି । ଡ୍ରେସ୍ ପିନ୍ଧୁଛନ୍ତି ତାଛଡ଼ା ବୁଲାବୁଲି ମଧ୍ୟ ସବୁ ସେମିତି କରୁଛନ୍ତି କିଛି ଅସୁବିଧା ନାହିଁ । ସ୍କୁଟି ମୁଣ୍ଡରେ ଓଢଣା ଦେଇ ସାନ ବୋହୁ ଚଳାଉଥିବାର ଭିଡ଼ିଓ ଦେଖିବାକୁ ମିଳିଥିଲା ।

ଶାଶୂ ଜଣକ କହିଥିଲେ ଯେ ଶାଳୀନତା ଶାଢୀରେ ବି ରଖିହେବ, ଡ୍ରେସରେ ବି ଶାଳୀନତା ରଖିହେବ । ନିଜ ଉପରେ ସବୁ ନିର୍ଭର । ତେଣୁ ମନ ଟା ବଡ଼ କଥା ଡ୍ରେସ୍ କିମ୍ଵା ଶାଢ଼ୀ ସେଇଟା ବଡ଼ କଥା ନୁହେଁ । ସାନ ବୋହୂ କହିଛନ୍ତି ତାଙ୍କ ଶାଶୂଙ୍କୁ ତାଙ୍କ ସାଙ୍ଗ କହିଲେ ହିଁ ଠିକ୍ ହେବ । ଆଉ ଦୁଇ ଯା ସବୁବେଳେ ଭଉଣୀ ଭଳିଆ ମିଶି ରୁହନ୍ତି ।

Leave a Reply

Your email address will not be published. Required fields are marked *