ମନ୍ଦିରରେ ଲୁଚି ପ୍ରେମିକକୁ ବାହାହେଉଥିଲା ଭଉଣୀ । ହଠାତ ପହଞ୍ଚିଗଲା ଭାଇ ଆଉ ତା ପରେ…।

ରାସ୍ତା ମଝିରେ ଭଉଣୀର ହାତକୁ ଧରି ଦେଇଛି ଭାଇ । ଆଉ ଭଉଣୀ କାନ୍ଦି କାନ୍ଦି କହୁଛି ଭାଇ ବୁଝେ ଟିକେ ମୋ ହାତ ଛାଡ଼ି ଦେ । ଆଉ ସେପଟେ ଭାଇ ମଧ୍ୟ କାନ୍ଦି କହୁଛି, ମୁଁ ନିଜ ଖୁସି ଭୁଲି ତୋ ପାଇଁ ସବୁକିଛି କରୁଛି । ତୋ ସୁବିଧା ଅସୁବିଧାରେ ମୁଁ ଛିଡ଼ା ହେଉଛି ହେଲେ ତୁ ଏମିତି କାହିଁକି କଲୁ । ଆଜ୍ଞା ହଁ ବନ୍ଧୁଗଣ ଭଉଣୀର ବେକରେ ଫୁଲମାଳ ପଡ଼ିଛି । ଭଲ ପାଉଥିବା ପୁଅକୁ ଲୁଚି ମନ୍ଦିରକୁ ଯାଇ ବାହା ହେଇଗଲା ।

ଆଉ ଯେଉଁ କଥା ଶୁଣିଦେଲା ଭାଇ ଦୌଡ଼ି ଆସି ପହଞ୍ଚିଗଲା ଆଉ ଭାଇ ତାପରେ ଏମିତି ଭଉଣୀର ହାତକୁ ଭିଡ଼ିକି ଧରିଛି ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି । ତେବେ ଲୋକ ମାନଙ୍କ ଗହଳି ଜମିଛି ଆଉ ଜଣେ ସେଠି କହୁଛନ୍ତି ଯେ ଝିଅକୁ ଛାଡ଼ିଦିଅ । କିନ୍ତୁ ଭାଇ କହୁଛି ସେ ମୋ ଭଉଣୀ ତୁମେ ମୁଣ୍ଡ ପୁରାଓନି । ଆଉ ତାପରେ ଭଉଣୀକୁ ସେପଟକୁ ଏପରି ନେଇ ଯାଇ ପୁଣିଥରେ ଦେଖିବାକୁ ମିଳୁଛି ହାଇଡ୍ରାମା ।

ଜଣେ ମହିଳା ଆସୁଛନ୍ତି ମାରିବାକୁ ଚେଷ୍ଟା କରି ଅଚେତ୍ ହୋଇ ପଡ଼ୁଛନ୍ତି । ତେବେ ଏତେ ସବୁ ଭିତରେ ଏତିକି ଜଣା ପଡୁଛି ଯେ ଲୁଚି ଲୁଚି ପ୍ରେମିକକୁ ବାହା ହେଉଥିବା ଭଉଣୀ ଆଜି ଏଭଳି ହଟହଟା ହୋଇଛି । ଆଜି ଭାଇ ନଜର ପଡ଼ିଯାଇଛି ଆଉ ଭାଇ ତାକୁ ଧରି ପକାଇଛି । ଘଣ୍ଟା ଘଣ୍ଟା ଧରି ଏଭଳି ବିଚ୍ ରାସ୍ତା ଉପରେ ଚାଲିଥିଲା ଏଭଳି କିଛି ହାଇ ଡ୍ରାମା । ଆଉ ଭଉଣୀ ବାରମ୍ବାର କହୁଥିଲା ଭାଇକୁ ବୁଝିବାକୁ ଚେଷ୍ଟା କରେ ।

ତେବେ ବାରିପଦା ସଦର ଥାନା ଅନ୍ତର୍ଗତ ଏହି ଦୁଇ ପ୍ରେମୀ ଯୁଗଳ ଭଲପାଇ ଘରୁ ଫେରାର ହୋଇ ଯାଇଥିବା ବେଳେ ଆଜି କୌଣସି ଏକ ମନ୍ଦିରରେ ଦୁହେଁ ବାହା ହୋଇ ଘରକୁ ଫେରୁଥିବା ବେଳେ ବେତନଟୀ ଥାନା ଅନ୍ତର୍ଗତ ବାରମାଇଲ ଛକରେ ଝିଅର ଭାଇ କୌଣସି ସୂତ୍ରରୁ ଖବର ପାଇଗଲା । ଆଉ ତାପରେ ପ୍ରେମୀ ଯୁଗଳଙ୍କୁ ଅଟକାଇ ଝିଅକୁ ସାଙ୍ଗରେ ନେଇ ଯିବାକୁ ଚେଷ୍ଟା କରୁଛି ଭାଇ । ଆଉ ଯେଉଁ ସମୟରେ ଝିଅ ସାଙ୍ଗରେ ଯିବାକୁ ରାଜି ହେଉନଥିଲେ । ଯାହାକୁ ପ୍ରତିବାଦ କରିବାକୁ ଉଭୟ ପୁଅ ଝିଅ ପକ୍ଷରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *