ରାମନବମୀରେ ଜନ୍ମ ହୋଇ କୁଆଁ କୁଆଁ କାନ୍ଦି ମାକୁ ଖଜୁଛନ୍ତି ଯାଆଁଳା ଛୁଆ ରାମ ଲକ୍ଷ୍ମଣ, ହେଲେ ମା’ ଆଉ ଶୁଣୁ ନାହିଁ।

ରାମ ନବମୀରେ ଜନ୍ମ ହେଲେ ଯାଆଁଳା ଛୁଆ ରାମ ଲକ୍ଷ୍ମଣ। ତାର ଗୋଟିଏ ଦିନ ପରେ ମାର ଅବସ୍ଥା ଏମିତି ହେଲା ଦୁନିଆ ଦେଖିନଥିବା ଛୁଆଙ୍କୁ ଛାଡି ଚାଲିଗଲା ମା’। କୁଆଁ କୁଆଁ କାନ୍ଦି ମାକୁ ଖୋଜୁଛନ୍ତି ଏବେ ରାମ ଲକ୍ଷ୍ମଣ ହେଲେ ମା’ ଆଉ ନାହିଁ। ମାର ଗର୍ଭରୁ ଯାଆଁଳା ଛୁଆ ରାମ ଲକ୍ଷ୍ମଣ ଜନ୍ମ ହେଲେ ଆଉ ଦେଖୁ ଦେଖୁ ରାମ ଲକ୍ଷ୍ମଣଙ୍କୁ ଛାଡି ଗୋଟିଏ ଦିନ ପରେ ଚାଲିଗଲା ମା’। ସତରେ କି ଦୁଃଖର କଥା ଇଏ ଏମିତି ଦୁଃଖଦ ଖବର ଲେଖିବାକୁ ହାତ ଯାଉନାହିଁ। ଏ ଦୃଶ୍ୟକୁ ଦେଖୁ ଦେଖୁ ଆଖିରୁ ଲୁହ ମଧ୍ୟ ଚାଲି ଆସୁଛି। ହେ ଭଗବାନ ଏମିତି ଦୁଃଖ ଏମିତି ଯନ୍ତ୍ରଣା କ’ଣ ପାଇଁ। ମା ପାଖରୁ ଛୁଆ କ୍ଷୀର ନ ଖାଉଣୁ କଣ ପାଇଁ ଛୁଆଙ୍କ ମଥାରୁ ମାଙ୍କ ମମତାକୁ ଛଡାଇ ନେଲ।

କାନ୍ଦ ବୋବାଳିରେ ଫାଟି ପଡୁଛି ଡାକ୍ତରଖାନାର ପରିସର। ସମସ୍ତଙ୍କ ଆଖିରେ ଆଜି ଧାର ଧାର ଲୁହ କାରଣ ଯାଆଁଳା ଛୁଆ ମା ଛେଉଣ୍ଡ ହୋଇଯାଇଛନ୍ତି। ହଁ ଆଜ୍ଞା ରାମ ନବମୀରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇ ଅଫେରା ରାଇଜକୁ ଚାଲିଗଲା ମା’। ଆଉ ଛୁଆ ଦୁଇଜଣ ଭୋକରେ କାନ୍ଦି କାନ୍ଦି ଖୋଜୁଛନ୍ତି ମାକୁ। ଭୋକ ହେଉଥିଲେ ମଧ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଆଜି ମା’ ନାହିଁ।

ଏମିତି କିଛି ଦୁଃଖଦ ଖବର ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲରେ। ମୃତ ମା’ର ନାମ ହେଉଛି ଶୁଭଲକ୍ଷ୍ମୀ ନାୟକ। ଯାହାକୁ ନେଇ ଚିକିତ୍ସାରେ ଅବହେଳା ପାଇଁ ଏମିତି ହୋଇଛି ବୋଲି ଘର ଲୋକ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବିକ ଏ ହେଉଛନ୍ତି ଶୁଭଲକ୍ଷ୍ମୀ ଝାରପଡାର ଝିଅ ଖାକିଖିଆରେ ଏଇ ୧ ବର୍ଷ ହେବ ବାହା ହୋଇଥିଲେ। କିନ୍ତୁ ଏମିତି କିଛି ହୋଇଯିବ କେହି କିଛି ଭାବିନଥିଲେ। ରାମ ନବମୀରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ ଶୁଭଲକ୍ଷ୍ମୀ ଘର ଲୋକେ ସମସ୍ତେ ଖୁସି ଥିଲେ। କାରଣ ଘରକୁ ରାମ ନବମୀରେ ରାମ ଲକ୍ଷ୍ମଣ ଆସିଥିଲେ। ହେଲେ ରାତି ପାହି ସକାଳ ହେଲା ବେଳକୁ ସବୁକିଛି ଏପଟ ସେପଟ ହୋଇଯାଇଥିଲା।

ରାତିରେ ସୁଭଲକ୍ଷ୍ମୀଙ୍କୁ କାଶ ହୋଇଥିଲା ନିଶ୍ୱାସ ନେବାରେ ପ୍ରବଳ ଅସୁବିଧା ହେଲା। ପେଟରେ ମଧ୍ୟ ଭୀଷଣ ଯନ୍ତ୍ରଣା ହେଲା ପରିବାର ଲୋକେ ନର୍ସ ମାନଙ୍କୁ ଡାକିଲା ପରେ ନର୍ସ ମାନେ କହିଲେ ସିଜରିଂରେ ଏମିତି କାଶ ହୁଏ ସାକାଲେ ଡାକ୍ତର ରାଉଣ୍ଡରେ ଆସିଲେ ଦେଖିବେ। ଆଉ ଏହା ପରେ ରାତିରେ ଦେଖିବା ପାଇଁ ମଧ୍ୟ କେହି ଟିକେବି ରାଉଣ୍ଡରେ ଆସିଲେନି। ଆଉ ସକାଳୁ ଡାକ୍ତର ଆସିବା ପରେ ସବୁକିଛି ଏପଟ ସେପଟ ହୋଇଯାଇଥିଲା। ଡାକ୍ତର କହିଥିଲେ କି ସିରିୟସ କଣ୍ଡିସନ ICU କୁ ଯିବା ପାଇଁ ହେବ

ଆଉ ଶୁଭଲକ୍ଷ୍ମୀଙ୍କୁ ICU କୁ ଯିବାର ଅଧଘଣ୍ଟା ପରେ ଶୁଭଲକ୍ଷ୍ମୀ ତାଙ୍କ ଯାଆଁଳା ଛୁଆଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି।ସେପଟେ ଡାକ୍ତରଖାନାର କତ୍ତୃପକ୍ଷଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଯଦି ସ୍ଥାନୀୟ ଅଞ୍ଚଳର ଅବସ୍ଥା ଏମିତି ତେବେ ବାହାରୁ ଆସୁଥିବା ଲୋକେ କେମିତି ବିଶ୍ୱାସ କରିବେ କ୍ୟାପିଟାଲ ହସ୍ପିଟାଲ ଉପରେ। ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *