ଆକାଉଣ୍ଟରେ କାଣି କଉଡ଼ିଟିଏ ବି ନଥାଉ ପଛେ ଆପଣ ଉଠାଇ ପାରିବେ ୧୦ ହଜାର ଯାଏଁ ଟଙ୍କା।

ଆପଣଙ୍କ ଆକାଉଣ୍ଟରେ କାଣି କଉଡ଼ିଟିଏ ବି ନଥାଉ ପଛେ ଆପଣ ଉଠାଇ ପାରିବେ ୧୦ ହଜାର ଯାଏଁ ଟଙ୍କା। ତେବେ ଆପଣ ଭାବୁଥିବେ ଏହା କ’ଣ ସତ। ତେବେ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଗ୍ରାହକ ନିଶ୍ଚିତ ଭାବରେ ଏଥିରେ ଓଭର ଡ୍ରାଫ ସୁବିଧା ପାଉଛନ୍ତି କି ନାହିଁ ତାହା ବ୍ୟାଙ୍କରେ ପଚାରିବା ନିହାତି ଆବଶ୍ୟକ। କୌଣସି ବି ବ୍ୟକ୍ତିଗତ ସମସ୍ୟା ସମୟରେ ଓଭର ଟ୍ରାଫ ଅର୍ଥାତ ଓଡ଼ି ସୁବିଧା ନିହାତି ଉପଯୋଗୀ ହୋଇଥାଏ।

ଧନଜନ ଆକାଉଣ୍ଟରେ ଏହି ସୁବିଧା ମିଳିପାରୁଛି। ଓଭର ଡ୍ରାଫ ହେଉଛି ଏକ ପ୍ରକାର ଋଣ। ଯାହାର ସୁବିଧା ବ୍ୟାଙ୍କ ଗ୍ରାହକଙ୍କୁ ହିଁ ପ୍ରଦାନ କରିଥାଏ। ତଥାପି ଏହାର ବିଶେଷ କଥା ହେଉଛି ଏଥିପାଇଁ ବ୍ୟାଙ୍କକୁ ଯାଇ ଫୋର୍ମ ପୂରଣ କରିବାକୁ କିମ୍ବା ଲମ୍ବା ଧାଡିରେ ଛିଡା ହେବାକୁ ପଡିବନାହିଁ। ଗ୍ରାହକ ଖୁବ ଶୀଘ୍ର ଏହି ଓଡିର ସୁବିଧା ପାଇପାରିବେ। ଖାଲି ସେତିକି ନୁହେଁ ଗ୍ରାହକ ଚାହିଁଲେ ଯେକୌଣସି ATM ରୁ ଏହି ଟଙ୍କା ଉଠାଇ ପାରିବେ। ମାତ୍ର ଗ୍ରାହକ କେତେ ଟଙ୍କା ପାଇବେ ତାହା ଆଗରୁ ସ୍ଥିର ହୋଇଥାଏ।

ତେବେ ସୂଚନା ଅନୁଯାୟୀ ପ୍ରତ୍ୟକ ବ୍ୟାଙ୍କ ଓଡିର ପରିମାଣକୁ ଭିନ୍ନ ଭିନ୍ନ ଭାବରେ ସ୍ଥିର କରିଥାନ୍ତି। ଜନଧନ ଆକାଉଣ୍ଟ ଥିବା ଗ୍ରାହକ ଓଡ଼ି ଅଧୀନରେ ୧୦ ହଜାର ଟଙ୍କା ଯାଏଁ ପାଇପାରିବେ। ଗ୍ରାହକ ସିଧାସଳଖ ATMରୁ ଟଙ୍କା ବାହାର କରିପାରିବେ।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଭର ଡ୍ରାଫ ଅଧୀନରେ ଟଙ୍କା ଉଠାଇବା ପାଇଁ ଆକାଉଣ୍ଟରେ ରଖିବାର କୌଣସି ଆବଶ୍ୟକତା ନାହିଁ। ଜନଧନ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ୦ ବାଲାନ୍ସ ଥିଲେ ମଧ୍ୟ ସେ ୧୦ ହଜାର ଟଙ୍କା ଯାଏଁ ସୁବିଧାରେ ଉଠାଇ ପାରିବେ। ତାପରେ ତାଙ୍କୁ ଏହି ରାଶି ସୁଧ ସହିତ ଫେରସ୍ତ ମଧ୍ୟ କରିବାକୁ ପଡିବ।

ସୂଚନା ଅନୁସାରେ ଓଡିର ପରିମାଣ କେବଳ ମାତ୍ର ୧୦ ହଜାର ଟଙ୍କା। ଅନେକ ବ୍ୟାଙ୍କ ଏହି ପରିମାଣ ଠାରୁ ଅଧିକ ଗ୍ରାହକଙ୍କୁ ପ୍ରଦାନ କରିଥାନ୍ତି। ମାତ୍ର ଗ୍ରାହକଙ୍କୁ ସେହି ଆକାଉଣ୍ଟ ଗୁଡିକରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାକୁ ପଡିବ। ଜନଧନ ଆକାଉଣ୍ଟରେ ପ୍ରାପ୍ତ ଓଡ଼ି ଉପରେ ସୁଧ ୨ ରୁ ୧୨ ପ୍ରତିଶତ ମଧ୍ୟରେ ରହି ପାରିବ। ହେଲେ ସୁଧ ହାର ବିଭିନ୍ନ ବ୍ୟାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ସୁଧ ୧୨ ପ୍ରତିଶତରୁ ଅଧିକ ହେବ ନାହିଁ। କିନ୍ତୁ ଯଦି ବ୍ୟାଙ୍କର ଓଭର ଡ୍ରାଫ ସୁବିଧା ୫୦ ହଜାର ଟଙ୍କା ଏବଂ ଗ୍ରାହକ ଏଥିରୁ ୧୦ ହଜାର ଟଙ୍କା ଡ୍ର କରିନେଇଛନ୍ତି ତେବେ ସୁଧ କେବଳ ୧୦ ହଜାର ଟଙ୍କା ଉପରେ ହିଁ ଲାଗୁହେବ ୫୦ ହଜାର ଟଙ୍କା ଉପରେ ନୁହେଁ।ତେବେ ନିହାତି କେବଳ ଜରୁରୀକାଳୀନ ପରିସ୍ଥିତିରେ ଓଭର ଡ୍ରାଫ କରିବାକୁ ବ୍ୟାଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *