ରୋଷେଇରୁ ରାଜନୀତି । ବିଜେପିରେ ମିଶିଲେ କାରଖାନା ଭାଉଜ ନେହା ଓ ରଶ୍ମିତା… । ମିଳିପାରେ ଟିକେଟ ।

ବିଜେପିରେ ମିଶିଲେ କାର-ଖାନା ଭାଉଜ । ଆଉ ରୋଷେଇ କରିବେନି କି ଖାଇବାକୁ ଦେବେନି । ଏବେ ହେବ ରାଜନୀତି କାର୍ ରେ ବୁଲି ବୁଲି । କାର-ଖାନା ଭାଉଜ ଏବେ ରାଜନୀତି କରିବେ । ମଇଦାନ ଉପରେ ରହି ବିଜେଡ଼ି ସହ ଲଢ଼େଇ କରିବେ । ସାଧାରଣ ନିର୍ବାଚନୀରେ ତିଆରି କରିବେ ନିଜର ସ୍ଵତନ୍ତ୍ର ପରିଚୟ । କାରଣ ସେ ଜାଣି ସାରିଛନ୍ତି କାର-ଖାନାରେ ଏବେ ଲୋକଙ୍କୁ ଖାଇବାକୁ ଦେଇ କିଛି ଲାଭ ହେବନାହିଁ ।

ଯଦି ପ୍ରଭାବଶାଳୀ ହେବାକୁ ଅଛି ତେବେ ରାଜନୀତିକୁ ଓହ୍ଲାଇବାକୁ ହିଁ ପଡ଼ିବ । ବନ୍ଧୁଗଣ ରିଲ୍ସରୁ ରୋଷେଇ ଆଉ ରୋଷେଇରୁ ଏବେ ରାଜନୀତି । ପୂର୍ବରୁ ହାଣ୍ଡିଶାଳରେ ରୋଷେଇ କରୁଥିଲେ, ଏବେ ରାଜନୀତିରେ ଛୁଙ୍କ ଦେବେ । ଆଜ୍ଞା ହଁ ଆମେ କହୁଛୁ, କିଛି ଦିନ ତଳେ ରାଜରାସ୍ତାରେ କାରରେ ଖାଦ୍ୟ ବିକ୍ରି କରି ବେଶ୍ ଚର୍ଚ୍ଚାରେ ଥିବା ଦୁଇ ଜଣ ମହିଳାଙ୍କ କଥା । ଆପଣ ନିହାତି ଜାଣି ସାରିଥିବେ, ସମାନେ କିଏ? ସେମାନେ ହେଉଛନ୍ତି କାରଖାନା ଭାଉଜ ।

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ପାଣିଗ୍ରାହୀ ସୋମବାର ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ବିଜେପିର ସଦସ୍ୟତା ହାସଲ କରିଛନ୍ତି । ଆଉ ନାରୀ ସଶକ୍ତିକରଣ ପାଇଁ କାମ କରିବା ତାଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେପି ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଧୁଗଣ ଏଠାରେ କହି ରଖିବୁ ଯେ ବେଶ କିଛି ମାସ ହେବ କାରଖାନା ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଘରୁ କାରରେ ଖାଦ୍ୟ ତିଆରି କରି ଆଣି ବିକ୍ରି କରୁଥିଲେ । ସୁଆଦିଆ ଖାଦ୍ୟ ଯୋଗୁ ସେଠାରେ ପ୍ରବଳ ଭିଡ଼ ଜମିଥିଲା । ଦୁଇ ଯାଆଙ୍କ ଆମିଷ-ନିରାମିଷ ଖାଦ୍ୟ ଖାଇବାକୁ ଦୋକାନ ଖୋଲିବା ପୂର୍ବରୁ ଦେଖିବାକୁ ମିଳିଥାଏ ଭିଡ । କମ୍ ମୂଲ୍ୟରେ ପେଟ ପୂରା ଖାଦ୍ୟ ଯୋଗାଉଥିଲେ । ଏଜି ପାର୍କ ନିକଟରେ କାରରେ ଖାଦ୍ୟ ବିକ୍ରି କରିବା ସମୟରେ ଭିଡ ଜମୁଥିଲା ।

ଯାହାଫଳରେ ଟ୍ରାଫିକ୍ ସମସ୍ୟା ହୋଇଥିଲା । ଏପରିକି ଭୁବନେଶ୍ୱର ବି.ଏମ.ସି କାର୍ଯ୍ୟାଳୟ ତରଫରୁ ମଧ୍ୟ ଉକ୍ତ ମହିଳାଙ୍କ ଦୋକାନକୁ ବାରମ୍ବାର ବନ୍ଦ କରିବା ପାଇଁ ଚାପ ପକାଯାଉଛି । ଏହାସତ୍ତ୍ୱେ ଏହି ୨ ଯା’ ହାର ନ ମାନି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଯାହାକୁ ନେଇ ଉଭୟ ମହିଳା ବେଶ୍ ଚର୍ଚ୍ଚାରେ ଥିଲେ । ତେଣୁ ଆଜି ବିଜେପିର ଉଭୟ ଯା’ ସାମିଲ୍ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *