ପ୍ରିୟଙ୍କ ଦେହରେ ସବୁବେଳେ ଆସୁଛି ଭୂତ, ଆଉ ଏପଟେ You Tubeରୁ ବି ଆସୁଛି ଲକ୍ଷ ଲକ୍ଷ ଟଙ୍କା।

ପ୍ରିୟାଙ୍କ ପିଛା ଛାଡ଼ୁନି ଭୂତ। ରାତିଦିନ କିଲବିଲ କରୁଛି। ଘର ଭିତରୁ ଜଙ୍ଗଲକୁ ଟାଣି ନେଉଛି ଖତରନାକ ଭୂତ। କାନ୍ଦୁଛି ପରିବାର କିନ୍ତୁ କ୍ୟାମେରା ମେନ ଭିଡିଓ କରୁଛି। ଭୁତ ସିନା ଯନ୍ତ୍ରଣା ଦେଉଛି କିନ୍ତୁ You Tubeରୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ୨୦୨୪ ହୋଇଗଲା ସହର ସ୍ମାଟ ହେଲା ଚନ୍ଦ୍ର ପୃଷ୍ଠକୁ ଲୋକେ ଯିବାକୁ ମନ ବଳାଇ ସାରିଲେଣି। କିନ୍ତୁ ଭୂତ ସମସ୍ୟା ଆଜି ବି ଆମ ସମାଜରୁ ଗଲା ନାହିଁ।

ପ୍ରିୟାରାଜ ନାମକ ଗୋଟେ You Tube ଚ୍ୟାନେଲ ରହିଛି ଯେଉଁଥିଲେ ଦେଲି bhlog ଅପଲଡ଼ ହେଉଛି ଆଉ ଭୂତ କିପରି କିଲବିଲ କରୁଛି ପ୍ରିୟାଙ୍କୁ ସେ ଭିଡ଼ିଓକୁ ପ୍ରସ୍ତୁତ କରି ଅପଲଡ଼ କରାଯାଉଛି। ପ୍ରିୟାଙ୍କ ଦେହକୁ ଆସୁଛି ଖତରନାକ ଭୂତ ପୁରା ପରିବାରକୁ କନ୍ଦାଇ ଦେଉଛି। କେତେବେଳେ ଜଙ୍ଗଲକୁ ଟାଣି ନେଉଛି ତ କେତେବେଳେ ଛଟପଟ କରି ଗଢ଼ାଇ ଦେଉଛି ହେଲେ ଏକଥାକୁ କିଏ କହୁଛି ମିଛ You Tubeରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ସରଳ ବିଶ୍ୱାସୀ ଦର୍ଶକଙ୍କ ସହିତ ଖେଳୁଛନ୍ତି ଆଉ ମିଛ ନାଟକ କରୁଛନ୍ତି ତ କିଏ କହୁଛନ୍ତି ବିଶ୍ୱାସରେ ଭଗବାନଙ୍କୁ ଡାକୁଛନ୍ତି କି ପ୍ରିୟା ଦିଦିଙ୍କୁ ଶୀଘ୍ର ଠିକ କରିଦିଅ।

ତେବେ ସତରେ କ’ଣ ପ୍ରିୟା ନାମକ ଝିଅ ଦେହରେ ଆସୁଛି ଏଭଳି ଖତରନାକ ଭୂତ ନାଁ ଏହା କେବଳ ମିଛ ନାଟକ ସମସ୍ତେ ମିଶି ଅଭିନୟ କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ଡେଲି ଭିଡ଼ିଓ ଅପଲଡ଼ ହେଉଛି କେମିତି ପ୍ରିୟାଙ୍କ ଦେହରେ ଭୂତ ପଶୁଛି। ଜଙ୍ଗଲରେ ପ୍ରିୟାଙ୍କୁ ଭୂତ କ’ଣ କଲା। ଭୁତ ଦେହକୁ ଆସିବାରୁ ରାତି ସାରା କିଭଳି ମନ୍ଦିରରେ ବସି ରହିଲେ। କିଭଳି ପରିବାର ହନ୍ତସନ୍ତ ହେଉଛି। ଆଉ ଏସବୁ ଘଟଣା ଅତି ସୁନ୍ଦର ଭାବେ କ୍ୟାମେରାରେ କଏଦ କରାଯାଉଛି। ଆଉ ଏ ଘଟଣାକୁ ଦେଖିଲେ ବହୁତ ଭୟଙ୍କର ଲାଗୁଚି।

ପ୍ରିୟାଙ୍କ ଦେହକୁ ଭୂତ ଆସିଲେ ପାଖରେ ଥିବା କାହାକୁ ସେ ଛାଡୁ ନାହାଁନ୍ତି। ସମସ୍ତଙ୍କୁ କିଲବିଲ କରି ଦେଉଛନ୍ତି। କିନ୍ତୁ କିଛି ଦର୍ଶକ ପ୍ରଶ୍ନ କରୁଛନ୍ତି କ୍ୟାମେରା ମେନକୁ କେମିତି କିଛି କରୁନାହିଁ ଭୂତ। ତେବେ ଆଉ କିଛି ଦର୍ଶକ କମେଣ୍ଟ କରୁଛନ୍ତି କି ଜଙ୍ଗଲକୁ ପ୍ରିୟା ବିନା ଚପଲରେ ଯାଇଥିଲେ ଆଉ ଦେହରେ ଭୂତ ଥିଲା ହେଲେ ଜଙ୍ଗଲରେ ଦୌଡ଼ିଲା ସମୟରେ ଭୂତ କେମିତି ପ୍ରିୟାଙ୍କ ଗୋଡ଼କୁ ଆସିଲା ଚପଲ। କଣ ଭୂତ ପାଦରେ କଣ୍ଟା ଗଳି ଯିବାର ଭୟରେ ଚପଲ ପିନ୍ଧି ପକାଇଲା ନାଁ ଏ ନାଟକ କରୁଛନ୍ତି ନାଁ ଏ ସତରେ ଏ ଘଟଣା ଘଟୁଛି। ତେବେ ଏମିତି ସବୁ ଭିଡିଓ ଦେଖି ଏବେ ଚର୍ଚ୍ଚା ହେଉଛି ଯେ ମିଛ ଡ୍ରାମା କରୁଛନ୍ତି You Tubeରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ। ତେବେ ଆଉ କିଛି ଜଣ ପ୍ରିୟାଙ୍କ ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ପ୍ରକାଶ କରୁଛନ୍ତି ଯେ ତାଙ୍କର ଦେହ ଯଥା ଶୀଘ୍ର ସୁସ୍ଥ ହୋଇଯାଉ ବୋଲି ପ୍ରାର୍ଥନା କରୁଛନ୍ତି।

ଆଉ କିଛି କହୁଛନ୍ତି ପ୍ରିୟାଙ୍କୁ କାହିଁକି ମେଡିକାଲ ନିଆଯାଉନାହିଁ। କାହିଁକି ସେ ଛଟପଟ ହେବା ସମୟରେ ଏଭଳି ଭିଡ଼ିଓ ପ୍ରସ୍ତୁତ କରାଯାଉଛି। ଆଉ ଯଦିବା ଭୂତ ଆସେ କଣ ସବୁବେଳେ ଦେହକୁ ଆସିବ। ଏକଥାକୁ ନେଇ ମଧ୍ୟ ସନ୍ଦେହ କରୁଛନ୍ତି ଲୋକେ। ଆଉ କିଛି ଜଣ କହୁଛନ୍ତି ଯଦି ବା ତାଙ୍କର ମାନସିକ ସ୍ତରରେ କିଛି ବଡ଼ ପରିବର୍ତ୍ତନ ହେଉଛି ଯଦି ସେ ସେଥିପାଇଁ କିଛି ଏଭଳି ହେଉଛନ୍ତି ତେବେ ତାଙ୍କୁ କାହିଁକି ଗୋଟେ ଭଲ ମେଡିକାଲକୁ ନେଇ ଟ୍ରିଟମେଣ୍ଟ କରୁନାହାଁନ୍ତି କାହିଁକି ଏଭଳି ଭିଡ଼ିଓ କରାଯାଉଛି। ଆଉ ଭିଡ଼ିଓ କରି ଅପଲଡ଼ କରାଯାଉଛି। ଏମିତି ଅନେକ ପ୍ରଶ୍ନ ରହିଛି।

ତେବେ ସରକାର ମଧ୍ୟ ଅନ୍ଧବିଶ୍ୱାସକୁ ଅଧିକ ପ୍ରଚାର ନକରିବାକୁ କଡା ଚେତାବନୀ ଦେଇଛନ୍ତି ଆଉ ଯଦିବି ପ୍ରିୟାଙ୍କ ଦେହରେ ସେମିତି ଘଟୁଛି ତେବେ କାହିଁକି ଓ କଣ ପାଇଁ ପ୍ରିୟାଙ୍କ ସ୍ୱାମୀ ରାଜ ତାଙ୍କୁ ଭଲ ମେଡିକାଲ ନେଇ ଚିକିତ୍ସା କରୁନାହାନ୍ତି। ଏମିତି ଅନେକ ପ୍ରଶ୍ନ।

Leave a Reply

Your email address will not be published. Required fields are marked *