କେଉଁ ପରିସ୍ଥିତିରେ ଝିଅ ହାତକୁ ଯାଇପାରିବନି ବାପାର ସମ୍ପତି? ବିବାହିତା ଝିଅକୁ କାଣିଚାଁଏ ବି ମିଳିବନି ଭାଗ।

କେଉଁ ପରିସ୍ଥିତିରେ ଝିଅ ହାତକୁ ଯାଇପାରିବନି ବାପାର ସମ୍ପତି? ବିବାହିତା ଝିଅକୁ କାଣିଚାଁଏ ବି ମିଳିବନି ଭାଗ। କେତେବେଳେ ବାପା ସମ୍ପତି ଉପରେ ଅଧିକାର ସାବ୍ୟସ୍ତ କରି ପାରିବନି ଝିଅ? ଜାଣନ୍ତୁ କ’ଣ କୁହେ ଆଇନ।ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପିଲା ମାନଙ୍କୁ ନିଜ ପିତାଙ୍କ ସମ୍ପତିରେ ଭାଗ ମିଳିଥାଏ। ପ୍ରତ୍ୟକ ପରିବାରର ମୁଖ୍ୟ ତାଙ୍କ ଇଛାରେ ନିଜ ପିଲାମାନଙ୍କ ମଧ୍ୟରେ ନିଜର ସମ୍ପତି ବାଣ୍ଟି ଦିଅନ୍ତି। ଯାହା ଫଳରେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ କୌଣସି ସମ୍ପତିକୁ ନେଇ ବିବାଦ ହୋଇନଥାଏ। ହେଲେ ବାପା ଉଇଲରେ ଝିଅ ନାଁ ଲେଖିନଥିଲେ ବିବାହିତା ଝିଅକୁ ସମ୍ପତିରେ ମିଳିବକି ଭାଗ ନାଁ ସବୁ ସମ୍ପତି ପୁଅ ହାତେଇ ନେବ। ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ତେବେ ଝିଅ ମାନଙ୍କୁ ବାପା ସମ୍ପତିରୁ ଭାଗ ମିଳୁଛି ହେଲେ ଏମିତି କିଛି ନିୟମ ରହିଛି ଯେଉଁଥିପାଇଁ ଝିଅକୁ ବାପା ସମ୍ପତିରୁ ଆଠିଣିଟିଏ ବି ମିଳିବନି। ତେବେ କିଛି ଆଇନଗତ ଅଧିକାର ଏବଂ ନିୟମ ବିଷୟରେ ଜାଣିବା ଜରୁରୀ।ଯଦି ବାପା ବଞ୍ଚିଛନ୍ତି ନିଜର ଅଧିଗ୍ରହଣ ସମ୍ପତିକୁ ପୁଅ କିମ୍ବା ନାତି ମାନଙ୍କ ନାଁରେ କରି ଦେଇଛନ୍ତି ତେବେ ତାଙ୍କ ଝିଅମାନେ ଏହି ଦାବି କରିପାରିବେ ନାହିଁ।

ଯଦି ପିତାଙ୍କ ମୃତ୍ୟୁ ପରେ ଏହା ଜଣାପଡେ ଯେ ସେ ଇଛା ପତ୍ର କରିଛନ୍ତି ଯେଉଁଥିରେ ଝିଅର ନାଁ ଉଲ୍ଲେଖ କରାଯାଇନାହିଁ ତେବେ ଝିଅ ସମ୍ପତି ପାଇପାରିବ ନାହିଁ। କିନ୍ତୁ ଉତ୍ତରାଧିକାରୀ ହୋଇଥିବାରୁ ଓକିଲାତି ନାମକୁ ସେ ଚ୍ୟାଲେଞ୍ଜ କରିପାରିବ। ଆଉ ଯଦି ପିତା ମରିବା ପୂର୍ବରୁ ସବୁ ସମ୍ପତି ପୁଅ ନାଁରେ କରି ଦେଇଯାଇଥାନ୍ତି ତାହେଲେ ଝିଅ ଏହି ସ୍ଥିତିରେ କାଣିଚାଏଁ ବି ସମ୍ପତି ପାଇପାରିବ ନାହିଁ।

ହେଲେ ଏହାରି ଭିତରେ ଏକ ଟୁଇଷ୍ଟ ଅଛି ଯଦି ପିତା ଚାହିଁବେ ସବୁ ସମ୍ପତି ପୁଅ ନାଁରେ କରିପାରିବେ କିନ୍ତୁ ପୂର୍ବଜଙ୍କ ସମ୍ପତିରୁ ସେ ଝିଅକୁ ବେଦଖଲ କରିପାରିବେ ନାହିଁ। କାରଣ ଝିଅ ମାନଙ୍କୁ ପୈତୃକ ସମ୍ପତିରେ ସମାନ ଭାଗରେ ଆଇନଗତ ଅଧିକାର ଦିଆଯାଇଛି।ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୨୦୦୫ ଅନୁଯାୟୀ ଗୋଟିଏ ଝିଅର ପୁଅ ଭଳି ସମାନ ଅଧିକାର ଅଛି।

ଯେହେତୁ ଏହା ପୈତୃକ ସମ୍ପତି ପିତାଙ୍କ ସ୍ୱଅର୍ଜିତ ସମ୍ପତି ନୁହେଁ ତେଣୁ ଝିଅ ଏବଂ ପୁଅଙ୍କର ସମାନ ଅଧିକାର ରହିଛି। ତେଣୁ ବାପା ଚାହିଁଲେ ବି ଜେଜେ କିମ୍ବା ପୈତୃକ ସମ୍ପତିରୁ ଝିଅକୁ ବେଦଖଲ କରିପାରିବେ ନାହିଁ। ଯଦି ବାପା ଜୀବିତ ଅଛନ୍ତି ନିଜ ଝିଅ କିମ୍ବା ପୁଅକୁ ସମ୍ପତି ଦେବାକୁ ଚାହୁଁନାହାନ୍ତି ତେବେ ଝିଅ କିମ୍ବା ପୁଅ ଏ ମାମଲାରେ କିଛି କରିପାରିବେ ନାହିଁ। କାରଣ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ନିଜ ଅର୍ଜିତ ସମ୍ପତି କାହାକୁ ଦେବାକୁ ଏବଂ ବିକ୍ରୟ କରିବାକୁ ମୁକ୍ତ ଅଟନ୍ତି।

Leave a Reply

Your email address will not be published. Required fields are marked *