ଅଚାନକ ବାହାଘର ମଝିରୁ ଉଭାନ ହୋଇଗଲେ ବର-କନ୍ୟା । ସମସ୍ତେ ଦେଖି ହୋଇଗଲେ କାବା ଆଉ ତା’ପରେ…।

ହଣ୍ଡା ହଣ୍ଡା ରୋଷେଇ ସବୁ ପ୍ରସ୍ତୁତ ହୋଇ ରହିଛି । କିଛି ସମୟ ପରେ ଭୋଜି ଖାଇଥାନ୍ତେ ଗାଁ ଲୋକେ । ବାହାଘର ପାଇଁ ଘରେ ବି କୁଣିଆ ସବୁ ଫୁଲ ହୋଇଥିଲେ । ବାଜୁଥିଲା ସାହାନାଇ । ଆଉ କିଛି ସମୟ ପରେ ସବୁଦିନ ପାଇଁ ସମ୍ପର୍କରେ ବାନ୍ଧି ହୋଇଥାନ୍ତେ ବର କନ୍ୟା ଦୁହେଁ । ବନ୍ଧୁ ବାନ୍ଧବ, ସାହି ଭାଇ ସମସ୍ତଙ୍କର ଭିଡ ଜମିଥାଏ । ସାଜ ସଜା ସହିତ ବଡ ଆକାରରେ ଭୋଜିର ମଧ୍ୟ ଆୟୋଜନ କରା ଯାଇଥିଲା । ମାତ୍ର ସବୁ କିଛି କ୍ଷଣ ମାତ୍ରକେ ଏପରି ଓଲଟ ପାଲଟ ହୋଇଯିବ କିଏ ଜାଣିଥିଲା । ବର କନ୍ୟା ବେଦୀ ଉପରକୁ ଯିବା ପୂର୍ବରୁ ଏପରି କିଛି ଘଟି ଯାଇଥିଲା ସେଠି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ କ’ଣ ଏମିତି ହେଲା? ଗାଁ ଦାଣ୍ଡରେ ଲାଗିଲା ପୋଲିସ ଭ୍ୟାନ ଆଉ ଘରେ ପଶିଲେ ପୋଲିସ?

ଭୋଜି ଖାଇବା ପାଇଁ ଅପେକ୍ଷା କରିଥିବା ଗାଁ ଲୋକେ ଦୁଆର ଆଗରେ ଭିଡ଼ ଜମାଇଲେ । ଏପଟେ କିଛି ମହିଳା ଅଧିକାରୀଙ୍କ ଗୋଡ଼ ଧରି ଜଣେ ମହିଳା ନେହୁରା ହେଉଥିବାର ଦେଖିବାକୁ ମିଳିଲା । ଆଉ ଅନ୍ୟ ପଟେ କିଛି ଲୋକ ସେହି ଅଧିକାରୀଙ୍କ ସହ କଥା କଟାକଟି କରୁଥିବାର ଦେଖାଗଲା ।

ତେବେ ଘଟଣା କ’ଣ ? କାହିଁକି ଏମିତି କୋଳାହଳ ଲାଗିଛି ସମସ୍ତେ ଜାଣିବାକୁ ଇଚ୍ଛୁକ ଥିଲେ । ତେବେ ହଠାତ୍ ବିବାହ ସ୍ଥାନରେ ଆସି ପହଞ୍ଚିଥିଲେ ପୋଲିସ୍ ଓ ଶିଶୁ କଲ୍ୟାଣ ଅଧିକାରୀ । ଯେଉଁମାନେ ବିବାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୋଲିସ ଓ ଘର ଲୋକଙ୍କ ଭିତରେ ହାତା ହାତି ମଧ୍ୟ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଏପରି ଏକ ଘଟଣା ଦେହିବାକୁ ମିଳିଛି ତାଳଚେର ଜିଲ୍ଲା କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଢ଼ିମାରଗୁଡ଼ି ଅଞ୍ଚଳରେ । ସେହି ସ୍ଥାନରେ ବାଲ୍ୟ ବିବାହ କରା ଯାଉଥିଲା ।

କେହି ଜଣେ ପୋଲିସ୍ କୁ ଫୋନ୍ କରି ଏହାର ଖବର ଦେବା ପରେ ତାଳଚେର ଶିଶୁ ସୁରକ୍ଷା ଅଧିକାରୀ ତଥା ସିଡିପିଓ ପ୍ରମୋଦିନି ତ୍ରୀପାଠୀ ଏବଂ କୋଲିୟରୀ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ । ଏହାପରେ ପୋଲିସ୍ ଓ ଘର ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ବର କନ୍ୟା ଦୁହେଁ ଘଟଣା ସ୍ଥଳରୁ କୁଆଡେ ଫେରାର ହୋଇ ଯାଇଛନ୍ତି । ପୋଲିସ୍ ଘରର ଚାରି ପାଖ ଓ ଗାଆଁ ରେ ଖୋଜା ଖୋଜି କରିବା ପରେ ମଧ୍ୟ ଦୁହିଁଙ୍କୁ ପାଇନଥିଲା ।

Leave a Reply

Your email address will not be published. Required fields are marked *