କଂଗ୍ରେସରୁ ବିଦା ହେଲାପରେ ବରା ଖାଇ ରାଜାଙ୍କ ଭଳି ହସିଲେ ସୁର । କହିଲେ ମୋ ପ୍ରତି ଅନ୍ୟାୟ ହୋଇଛି.. ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାହା ଖବର ରହିଛି ଯେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏଆଇସିସି ସୋମବାର ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ତେବେ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେବା ପରେ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି । ସସ୍ପେଣ୍ଡ ହେବା ଖୁସିରେ ବରା ଭୁଗୁନି ଖାଇବା ସହ ସେ କହିଛନ୍ତି ଯେ, ମୁଁ ପୁଅ ପାଇଁ ପ୍ରଚାର କରିନି । ଏଆଇସିସିର ପ୍ରେସିଡେଣ୍ଟ ଅତି ଖୁସି ହୋଇ ମୋତେ ୬ ବର୍ଷ ପାଇଁ ଯେଉଁ ବାସନ୍ଦ କରିଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦନ ।

ସେ ମୋତେ ୬ ବର୍ଷ ପାଇଁ କାହିଁକି ବହିଷ୍କାର କଲେ, ସେ ନେଇ ମୁଁ ତାଙ୍କୁ ନୋଟିସ ଜରିଆରେ ପଚାରିବି । ମୁଁ ମଲା ଯାଏ କଂଗ୍ରେସରେ ରହିବି । ମୁଁ କଂଗ୍ରେସ ପାଇଁ କାମ କରିବି । ମୋ ଜୀବନଟା କଂଗ୍ରେସ । ଯେଉଁମାନେ ଏବେ ଓ କଂଗ୍ରେସରେ ଅଛନ୍ତି ସତେ ଯେମିତି ଭାରି ନୀତି ଓ ଆଦର୍ଶରେ ଅଛନ୍ତି । ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି । ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ୍‌ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ କିଛି ଆପତ୍ତି ନାହିଁ । ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁବେଳେ ସେ କହିଛନ୍ତି ମାଡ଼ିଚାଲ । ତେଣୁ ସେ କେବେ ଅଟକିଯିବେ ନାହିଁ । ମଲା ପରେ ଯାଇ ଗୋଡ଼ ତାଙ୍କର ଅଟକିବ । ତାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ଓ ଆସନ୍ତାକାଲି ସେ ଏ ନେଇ ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବେ ବୋଲି ପ୍ରକାଶ କରିଛନ୍ତି । ବନ୍ଧୁଗଣ ଖବର ଅନୁଯାୟୀ, ସାନପୁଅ ମନ୍ମଥଙ୍କ ପାଇଁ ସୁର ପ୍ରଚାର କରୁଥିଲେ ମଧ୍ୟ ବାରମ୍ବାର ଏହାକୁ ଖଣ୍ଡନ କରି ଆସୁଥିଲେ । କଂଗ୍ରେସ ପକ୍ଷରୁ ତାଙ୍କୁ ୨ଥର କାରଣଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା ।

ମାତ୍ର ସେ ଏହି ନୋଟିସକୁ ପ୍ରତ୍ୟାଖ୍ୟାନ କରି ସେ ଦଳ ବିରୋଧୀ କାର୍ଯ୍ୟ କରୁନାହାନ୍ତି ବୋଲି ସଫେଇ ଦେଇଥିଲେ । ଏପରିକି କଂଗ୍ରେସ ତାଙ୍କୁ ଦଳରୁ ବିଦା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଓଲଟା ଚେତାବନୀ ଦେଇଥିଲେ । ସୁର ୨୦୧୯ରେ କଂଗ୍ରେସ ଟିକେଟରେ ଜଟଣୀରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଆଜି ତାଙ୍କୁ ଏଆଇସିସି ୬ ବର୍ଷ ପାଇଁ ଦଳରୁ ବିଦା କରାଯାଇଛି ।

Leave a Reply

Your email address will not be published. Required fields are marked *