ଭୟରେ ମନ୍ମଥ ୟାସିର ନେଇଯିବେ ଏହି ସବୁ ଅଞ୍ଚଳ

ୟାସିର ନୱାଜଙ୍କ ଭୟରେ ମନ୍ମଥ ରାଉତରାୟ। ମନ୍ମଥଙ୍କ ଏହି ସବୁ ଅଞ୍ଚଳର ଭୋଟ୍ ନେଇଯିବେ ୟାସିର ନୱାଜ। ସୁରଙ୍କର ମୋହ ଭାଙ୍ଗିବାକୁ ୟାସିରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସୁରଙ୍କର ମୋହ ଭାଙ୍ଗିବାକୁ କଂଗ୍ରେସ ଛାଡ଼ିଛି ବ୍ରହ୍ମାସ୍ତ୍ର । ସୁରଙ୍କ ଦୋଷ ପାଇଁ ଏବେ ବଳି ପଡ଼ିବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୁରଙ୍କର ଅଧା ଭୋଟ ନେଇ ଯିବେ ୟାସିର ନୱାଜ । ବିଶ୍ୱାସ ଘାତକତାର ପରିଶୋଧ ନେବ କଂଗ୍ରେସ। ନବେ ହାଜରରୁ ଅଧିକ ମୁସଲିମ ସମ୍ପ୍ରଦାୟର ଭୋଟ ୟାସିରଙ୍କୁ ଯିବ ବୋଲି କହିଛନ୍ତ ୟାସିର।

ଯାହା ବିଜେଡ଼ିର ମନ୍ମଥ ରାଉତରାୟଙ୍କ ଉପରେ ଭାରି ପଡ଼ିବ। ହଁ ଆଜ୍ଞା ମନ୍ମଥଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସର ସଭପତି ୟାସିର ନୱାଜ । ଯୁବଶକ୍ତି ମାନଙ୍କୁ ସବୁବେଳେ ପ୍ରୋତ୍ସାହନ କରୁଛନ୍ତି ୟାସିର। ସାଙ୍ଗରେ ନେଇ ବୁଲନ୍ତି ଯୁବଶକ୍ତି ମାନଙ୍କୁ। ଏବଂ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଯୁବଶକ୍ତି ମାନଙ୍କ ସହିତ। ଭୁବନେଶ୍ଵରର ସାଂସଦ ପ୍ରାର୍ଥୀ ହେଉଛନ୍ତି ୟାସିର । ଅବଶ୍ୟ ୟାସିରଙ୍କୁ ବିଜୟ ହାସଲ କରିବା ପାଇଁ କଷ୍ଟକର ହେବ। ହେଲେ ସେ ମନ୍ମଥଙ୍କୁ ହରାଇବାରେ ବଡ଼ ଭୂମିକା ଗ୍ରହଣ କରି ପାରନ୍ତି।

ସାତଟି ନିର୍ବାଚନ ମଣ୍ଡଳୀରେ ରହିଛନ୍ତି ନବେ ହାଜରରୁ ଅଧିକ ମୁସଲିମ ଭୋଟ୍।ଯାହା ବିଜେଡ଼ିର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଜିତାଇବାରେ ବହୁତ୍ ଫଳପ୍ରଦ ହୋଇଥାନ୍ତା। ହେଲେ ଯେହେତୁ ମନ୍ମଥଙ୍କ ବିପକ୍ଷରେ ୟାସିର ଛିଡ଼ା ହେଉଛନ୍ତି ସେଥିପାଇଁ ନବେ ପ୍ରତିଶତ ମୁସଲିମ ଭୋଟ୍ ୟାସିରଙ୍କୁ ଯିବାର ସମ୍ଭାବନା ରହିଛି। ଯଦି ଏମିତି ରହେ ତେବେ ଏହା ମନ୍ମଥଙ୍କ ପାଇଁ ବହୁତ୍ ଭୟଙ୍କର ହେବ। ବିପୁଳ ଭୋଟରେ ହାରି ପାରନ୍ତି ମନ୍ମଥ। ଖାଲି ମୁସଲିମ ଭୋଟ ନୁହେଁ ୨୦୧୯ରେ କଂଗେସଙ୍କୁ ଭୋଟ ଦେଇ ସୁରଙ୍କୁ ଜୟଯୁକ୍ତ କରାଇଥିବା ଭୋଟର ମାନେ ଏବେ ସୁରଙ୍କ ଆଡ଼ୁ ମୁଁହ ମୋଡ଼ିବାକୁ ଆରମ୍ଭ କରିଛନ୍ତି।

ଆଉ ଯେଉଁ ଯୁବଶକ୍ତି ଦ୍ୱାରା ଅକ୍ତିଆର କରିବାକୁ ଚେଷ୍ଟା କରିବେ ୟାସିର ନୱାଜ । କହିବାକୁ ଗଲେ ମନ୍ମଥଙ୍କ ପାଇଁ ୟାସିର ହେଉଛନ୍ତି ସବୁଠାରୁ ବଡ଼ କଣ୍ଟା। ସେପଟେ ଏହାର ଫାଇଦା ଉଠାଇବେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।ୟାସିର ଏବଂ ମନ୍ମଥଙ୍କ ଲଢ଼େଇ ଭିତରେ ଲାଭ ମାରିବେ। କାରଣ ଯେଉଁସବୁ ଭୋଟ ବିଜେଡ଼ିି ଆଡ଼କୁ ଯାଇଥାନ୍ତା ତାକୁ ନେଇଯିବେ ୟାସିର । ଯେଉଁଥି ପାଇଁ ବିଜେଡ଼ିର ଭୋଟ ଦୁଇ ଭାଗ ହୋଇଯିବ। ଫଳରେ ଅପରାଜିତାଙ୍କୁ ଜିତିବା ପାଇଁ ସୁବିଧା ହେବ। ତେବେ ମନ୍ମଥଙ୍କୁ ହରାଇବା ହେଉଛି କଂଗ୍ରେସର ସବୁଠାରୁ ବଡ଼ ଲକ୍ଷ୍ୟ। ଯେଉଁଥି ପାଇଁ ୟାସିରଙ୍କୁ ପ୍ରାର୍ଥୀ କରା ଯାଇଛି।

Leave a Reply

Your email address will not be published. Required fields are marked *