ଜଣା ପଡିଲା କାହିଁକି ରାଣୀଙ୍କୁ ଅଧାବାଟରେ ଛାଡିଦେଲା ବିକ୍ରମ। ୨୫ ଲକ୍ଷ ଟଙ୍କା କିଏ ଦେଇଥିଲା?

ଜଣା ପଡିଲା କାହିଁକି ରାଣୀଙ୍କୁ ଛାଡିଲେ ବିକ୍ରମ। ସେହି ଗୋଟିଏ ଭୁଲ ପାଇଁ ଆଜି ରାଣୀ ପଣ୍ଡା ବର୍ବାଦ ହୋଇଗଲେ। ବିକ୍ରମଙ୍କୁ ବାଧୁଥିଲା କିନ୍ତୁ ରାଣୀ ପଣ୍ଡା ଠିକ ବାଟରେ ଥିଲେ। ଆଉ ସେହି କଥା ଠାରୁ ବିକ୍ରମ ରାଣୀ ପଣ୍ଡାଙ୍କ ଭିତରେ ପଡିଥିଲା ଫାଟ। ରାଣୀ ପଣ୍ଡା ଶେଷରେ ଖୋଲି କହିଲେ କେମିତି ଆଉ କେଉଁଠୁ କ’ଣ ଘଟିଥିଲା। କେଉଁଠୁ କେଉଁ ଭୁଲ ପାଇଁ ରାଣୀ ପଣ୍ଡାଙ୍କୁ ଜୀବନରୁ ଚାଲି ଯିବା ପାଇଁ ନିଷ୍ପତ୍ତି ନେଇଥିଲା ବିକ୍ରମ। ଆଉ ରାଣୀ ପଣ୍ଡାଙ୍କ ଠାରୁ ଦୂରେଇ ଯିବାକୁ ଗୋଟିଏ ଗୋଟିଏ ବାଟ ଖୋଜୁଥିଲା ବିକ୍ରମ।

ତେବେ ବିକ୍ରମ ଓ ରାଣୀ ପଣ୍ଡାଙ୍କ ପ୍ରେମ ସମ୍ପର୍କ ୧ ବର୍ଷ କି ୨ ବର୍ଷ ନୁହେଁ ୭ ବର୍ଷର ପ୍ରେମ ସମ୍ପର୍କ। ସବୁକିଛି ଠିକ ଚାଲିଥିଲା ହେଲେ ଗୋଟିଏ ଭୁଲ ପାଇଁ ଧୀରେ ଧୀରେ ଦୂରେଇ ଯିବା ପାଇଁ ଚାହିଁଥିଲା ବିକ୍ରମ। ବହୁତ ଚେଷ୍ଟା କରିଥିଲେ ରାଣୀ ପଣ୍ଡା ତଥାପି ବିକ୍ରମ ଶୁଣିନଥିଲା। ଆଉ ଧିରେ ଧିରେ ସମ୍ପର୍କ ଖରାପ ହେବାକୁ ଲାଗିଥିଲା।

ହଁ ଆଜ୍ଞା ୨୫ ଲକ୍ଷ ଟଙ୍କା ଯେତେବେଳେ ରାଣୀ ପଣ୍ଡାଙ୍କୁ ଆବଶ୍ୟକ ଥିଲା ଜଣେ ବ୍ୟକ୍ତି ସାହାର୍ଯ୍ୟ କରିଥିଲେ। ହେଲେ ସେହି ମଣିଷ ଏମିତି ଖେଳ ଖେଳିଦେବ କେବେବି ଭାବିନଥିଲେ ରାଣୀ ପଣ୍ଡା। ବିକ୍ରମଙ୍କୁ ଯାଇ ସେହି ମଣିଷ କହିଲା ରାଣୀ ପଣ୍ଡା ସହ ମୋର ରହିଛି ଖରାପ ସମ୍ପର୍କ। ଆଉ ବିକ୍ରମର ମୁଣ୍ଡ ସେଇଠୁ ଖରାପ ହୋଇଗଲା। ବଦଳି ଗଲା ବିକ୍ରମ ଆଉ ରାଣୀ ପଣ୍ଡାଙ୍କ କଥାକୁ ବିଶ୍ୱାସ କରିନଥିଲେ।

କିନ୍ତୁ ଯେଉଁ ମଣିଷ ଠାରୁ ରାଣୀ ପଣ୍ଡା ବିଶ୍ୱାସ କରି ୨୫ ଲକ୍ଷ ଟଙ୍କା ସାହାର୍ଯ୍ୟ ନେଇଥିଲେ କେବେ ବି ଭାବିନଥିଲେ ଯେ ସେ ସେହି ମଣିଷ ଏମିତି ଦିନେ ଏଭଳି ଭାବରେ ଖେଳ ଖେଳିଦେଵ। ଏମିତି ମିଛ କଥା କହି ତା ସମ୍ପର୍କ ଭାଙ୍ଗିଦେଵ ଯାହାକି ରାଣୀ ପଣ୍ଡା ଏଭଳି ଲୋକଙ୍କ ଠାରୁ ସାହାର୍ଯ୍ୟ ନେଇ ଜୀବନରେ ବଡ଼ ଭୁଲ କରିଦେଲେ ଯାହା ପାଇଁ ତାଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇ ବର୍ବାଦ ହୋଇଗଲା। ରାଣୀ ପଣ୍ଡାଙ୍କ କହିବା ଅନୁଯାୟୀ ସେ ଠିକ ବାଟରେ ଥିଲେ ସେମିତି କିଛି କରିନଥିଲେ କିନ୍ତୁ ବିକ୍ରମ ଭୁଲ ବୁଝି ଚାଲିଥିଲା।

ତେବେ ବିକ୍ରମ ଯଦି ବାହା ହେବା ପାଇଁ କଥା ଦେଇଥିଲା ବାହାଘର ପୁର୍ବରୁ ପ୍ରି-ୱେଣ୍ଡିଂ ଫୋଟ ସୁଟ ମଧ୍ୟ ଦୁହିଁଙ୍କର ସରିଥିଲା। ତଥାପି ଏମିତି ଅନ୍ୟର କଥାରେ କେମିତି ଭାସି ଯାଉଥିଲା ବିକ୍ରମର ମନ। ଆଉ କେମିତି ଆଉ କାହାକୁ ବିଶ୍ୱାସ କରୁଥିଲା କିନ୍ତୁ ଯାହାକୁ ଭଲ ପାଉଥିଲା ସେଇ ରାଣୀ ପଣ୍ଡାଙ୍କୁ ବିଶ୍ୱାସ କରିନଥିଲା। ଆଉ ଧିରେ ଧିରେ ପ୍ରେମରେ ଏମିତି ଫାଟ ପଡିଥିଲା।

ତେବେ ସବୁଠାରୁ ବଡ଼ କଥା ଯାହାକି ରାଣୀ ପଣ୍ଡାଙ୍କୁ ଅଧିକ ବାଧିଛି ଯେଉଁ ମଣିଷ ବାହା ହେବା ପାଇଁ ଏତେ ଜିଦ କରୁଥିଲା ତଳ ଦିନେ ସେଇ ମଣିଷ କହିଲା ତୋତେ ବାହା ହେଲେ ମୋର ଇଜତ ଚାଲିଯିବ। ମୋ ବାପା ମା’ ମରିଯିବେ। ବିକ୍ରମଙ୍କର ଏଇ ଦୁଇ ପଦ କଥା ରାଣୀ ପଣ୍ଡାଙ୍କୁ ବହୁତ ଜୋରରେ ବାଧିଛି।

ଆହୁରି ଗୋଟିଏ କଥା ସାମ୍ନାକୁ ଆସିବା ପରେ ବିବ୍ରତ ହୋଇ ପଡିଲେ ରାଣୀ ପଣ୍ଡା। ଯେତେବେଳେ ବିକ୍ରମ ଲୁଚି ଲୁଚି ପ୍ଲାନ କରୁଥିଲା ଆଉ ଗୋଟେ ଝିଅକୁ ବାହା ହେବା ପାଇଁ। ଏକଥା ଜାଣିବା ପରେ ସହି ପାରିନଥିଲେ ରାଣୀ ପଣ୍ଡା। ରାଣୀ ପଣ୍ଡାଙ୍କ କହିବା କଥା ଯେ ମୋତେ କଥା ଦେଇ ଲୁଚି ଲୁଚି ଆଉ ଗୋଟେ ଝିଅକୁ ବାହା ହେଉଛି ପୁଣି ମୋ ଇଜତ ସହିତ ଖେଳିଛି। ଏମିତି ପୁଅକୁ ମୁଁ କେବେବି ଛାଡିବିନି। ଆଉ ସେଥିପାଇଁ ଥାନାରେ ଦ୍ୱାରସ୍ଥ ହୋଇଥିଲେ ରାଣୀ ପଣ୍ଡା।ତେବେ ଜାଣିବାକୁ ବାକି ରହିଲା ଏ ଘଟଣା ଆଗକୁ ଯାଇ କ’ଣ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *