‘ରାଣୀ ସେତେବେଳେ ଭଲ ଦିଶୁଥିଲା, ଜିମ୍‌ରୁ ବିକ୍ରମ ସହ ଦେଖା ପରେ ସେମାନେ ପ୍ରେମରେ ପଡିଲେ’ ।

ବନ୍ଧୁଗଣ ଆପଣମାନେ ଯାତ୍ରା ଜଗତର ତଥା ଓଲିଉଡ଼ ଜଗତର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଗତ କିଛିଦିନ ହେବ ସେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଯେବେଠୁ ଜଣା ପଡ଼ିଛି ତାଙ୍କର ପୁରୁଷ ବନ୍ଧୁ ବିକ୍ରମ ତାଙ୍କୁ ଧୋକା ଦେଇଛନ୍ତି ସେବେଠାରୁ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ସବୁ ଚ୍ୟାନେଲରେ ଏବେ ଏହି ଖବର । ଆଜ୍ଞା ହଁ ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି । ତେବେ ଏହା ମଧ୍ୟରେ ରାଣୀ ତାଙ୍କର ପ୍ରେମିକ ବିକାଶ ବିକ୍ରମ ଓରଫ କାହ୍ନାଙ୍କ ବିରୋଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି ।

ଦୀର୍ଘ ୭ ବର୍ଷର ସମ୍ପର୍କ ପରେ ତାଙ୍କୁ ବିକ୍ରମ ବହୁ ନିର୍ଯାତନା ଦେଇଥିବାରୁ ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଣୀ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ତାଙ୍କ ପ୍ରେମ ସମ୍ପର୍କ କିଭଳି ଆରମ୍ଭ ହୋଇଥିଲା ସେ ସବୁ ବିଷୟରେ ଖୋଲି କହିଛନ୍ତି ରାଣୀ ପଣ୍ଡାଙ୍କ ବେଷ୍ଟ ଫ୍ରେଣ୍ଡ୍ ସୁରଜ ତ୍ରୀପାଠୀ ।

ସୁରଜ ତ୍ରୀପାଠୀ ମିଡ଼ିଆ ସାମ୍ନାରେ କହିଛନ୍ତି ସେ ହେଉଛନ୍ତି ରାଣୀର ଭଲ ସାଙ୍ଗ ଆଉ ବିକ୍ରମ ଯିଏ ରାଣୀଙ୍କ ବୟଫ୍ରେଣ୍ଡ୍ ତାଙ୍କୁ ମଧ୍ୟ ସେ ଭଲ ଭାବରେ ଜାଣିଛନ୍ତି । ସେ ତାଙ୍କ ସାନ ଭାଇ ପରିକା ହେବ । ଭାଇ ଭଳି ମଧ୍ୟ ସେ ତାଙ୍କୁ ସମ୍ମାନ ଦିଏ । ସେ ଆଗରୁ ଜାଣିଥିଲେ ଯେ ଦୁହିଁଙ୍କ ମଧ୍ୟରେ ଲଭ୍ ଥିଲା ବୋଲି । ରାଣୀ ତାକୁ ବହୁତ୍ ସିରିଏସଲି ଭଲ ପାଉଛି ବିକ୍ରମକୁ ଏବେ ଭି ସେ ଭଲ ପାଉଛି । ଆଉ ଏବେ ଭି କାନ୍ଦୁଛି ସେ ନିକଟରେ ରାଣୀ ସୁରଜଙ୍କ ଜିମ୍ କୁ ଯାଇଥିଲେ ଓ କାନ୍ଦିଥିଲେ । ଲୋକ ରାଣୀଙ୍କୁ କଣ ଭାବନ୍ତି ସେ ଜାଣିନାହାଁନ୍ତି କିନ୍ତୁ ସେ ଗୋଟେ ଝିଅ ତାର ଭି ଗୋଟେ ହୃଦୟ ଅଛି । ଗୋଟେ ପିଲାକୁ ସେ ୭/୮ ବର୍ଷ ହେଲା ଭଲ ପାଇଛି । ଆଉ ବିକ୍ରମ ଛୋଟ ପିଲା ସେ ରାଣୀ ଠାରୁ ବୟସରେ ସାନ ପାଖାପାଖି ୫/୬ ବର୍ଷ ।

ବିକ୍ରମ ଜାଣିଥିଲା ଆଗରୁ ତୋ ରାଣୀକୁ କାହିଁକି ଲଭ୍ କରୁଥିଲା । ଆଫେକ୍ସନ୍ ଦୁଇ ଆଡୁ ହୁଏ ଜଣଙ୍କ ଆଡୁ ହୁଏନି । ଯଦି ଦୁଇଆଡୁ ଲଭ୍ ହେଇଛି ବ୍ରେକଅପ୍ ଭି ଦୁଇ ଆଡୁ ହେବ ନା । ଜଣେ ଯଦି ସାଇଡ ହେଇକି ରହିଯିବ ଆଉ ଜଣେ ତୋ କାନ୍ଦିବ ନିହାତି । ଆଉ ସୁରଜ କହିଥିଲେ ଯେ, ଜିମ୍‌ରୁ ବିକ୍ରମ ସହ ଦେଖା ପରେ ଦୁହେଁ ପ୍ରେମରେ ପଡିଥିଲେ ଆଉ ରାଣୀ ସେତେବେଳେ ଭଲ ଦେଖାଯାଉଥିଲା ।

Leave a Reply

Your email address will not be published. Required fields are marked *