ପିଇ ପାରିଲେନି ପଣା, ବସ ତଳେ ଚାପି ହୋଇଗଲେ ୧୫ ଯାତ୍ରୀ

ଆଜି ହେଉଛି ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ସେଥିପାଇଁ ସମସ୍ତେ ଖୁସିଥିଲେ। କିନ୍ତୁ ଆଜି ଭୋରରୁ ଭୋରରୁ ଘଟିଗଲା ଏଭଳି ଏକ ଭୟଙ୍କର ଦୁର୍ଘଟଣା। ହସ ଖୁସିରେ ଭୋରରୁ ଭୋରରୁ ପରିବାର ସାଙ୍ଗସାଥୀ ସମସ୍ତେ ମିଶି ଏକ ବସ୍ ଯୋଗେ ପୁରୀକୁ ଯାଇଥିଲେ। ସେଠାରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଥିଲେ। ଶ୍ରୀଜୀଉଙ୍କୁ ଦର୍ଶନ କରି ଓଡ଼ିଆ ନବବର୍ଷ ଆରମ୍ଭ କରିଥିଲେ ସମସ୍ତେ। ନବବର୍ଷ ସୁଖ ଶାନ୍ତିରେ କଟିବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ସମସ୍ତେ।

କିନ୍ତୁ ଆଖି ପିଚୁଳାକେ ସବୁକିଛି ଓଲଟ ପାଲଟ ହୋଇଗଲା। କିଏ ବା ଜାଣିଥିଲା ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଥିବା ବେଳେ ହସ ଖୁସିରେ ଯେମିତି କାହାର ନଜର ଲାଗିଗଲା। ପଦ୍ମପୁରରୁ ପଖଣ୍ଡ ମହାପ୍ରଭୁ ନୃସିଂହନାଥ ମନ୍ଦିରକୁ ଆସୁଥିବା ବେଳେ ତୀର୍ଥ ଯାତ୍ରୀ ବସଟି ହଠାତ୍ ରାସ୍ତା କଡ଼କୁ ଓଲଟି ପଡ଼ିଛି। ଆଉ ବସ୍ ଭିତରେ ଅନେକ ଯାତ୍ରୀ ଚାପି ହୋଇ ଯାଇଥିଲେ। ଆଉ ଅଧାରେ ରହିଗଲା ପ୍ରଭୁ ନୃସିଂହନାଥଙ୍କ ଦର୍ଶନ। ସୂଚନାରୁ ଜଣାପଡିଛି ଯେ ବସରେ ଥିଲେ ୫୫ଜଣ ଯାତ୍ରୀ।

ଆଉ ରାସ୍ତା କଡ଼କୁ ବସଟି କିଭଳି ଓଲଟି ପଡ଼ିଛି ତାହାର ଦୃଶ୍ୟ ଆପଣମାନେ ଦେଖି ପାରୁଥିବେ। ହଁ ଆଜ୍ଞା ଭାରସାମ୍ୟ ହରାଇ ଓଲଟି ପଡ଼ିଲା ତୀର୍ଥ ଯାତ୍ରୀ ବସ । ପୁରୀରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ କରିବାକୁ ଆସୁଥିଲେ। ଏହି ସମୟରେ ଘଟିଛି ଏଭଳି ଦୁର୍ଘଟଣା । ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ଗାଁ ନିକଟରେ।

ସୁଲିଆରୁ ଏକ ତୀର୍ଥ ଯାତ୍ରୀ ବସ ଛତିଶଗଡ଼ ବଳଧା ବଜାର ଗାଁର ପାଖାପାଖି ୫୫ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାତ୍ରାରେ ଯାଇଥିଲେ। ଆଉ ସେଠି ପୁରୀରୁ ଶ୍ରୀଜିଉଙ୍କୁ ଦର୍ଶନ କରି ପଦ୍ମପୁରର ପଖଣ୍ଡ ପ୍ର ନୃସିଂହନାଥଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଫେରୁଥିବା ସମୟରେ ଭୋରରୁ ଭୋରରୁ ତୀର୍ଥ ଯାତ୍ରୀ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଉ ବସ୍ ମଧ୍ୟରୁ ୫୫ ଜଣଙ୍କ ଯାତ୍ରୀ ମଧ୍ୟରୁ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଯାତ୍ରୀଙ୍କ ଚିକିତ୍ସା ନିମନ୍ତେ ପଦ୍ମପୁରର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ସେଠାରେ ସମସ୍ତେ ଚିକିତ୍ସିତ ହେଉଛନ୍ତି ଆଉ ସେଠାରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *