ରାଜଧାନୀରେ ବଢୁଛି ଅପରାଜିତାଙ୍କ ଅଡ଼ୁଆ, ବିଦ୍ରୋହ କଲେଣି ବିଜେପି କର୍ମୀ।

ବିଜେପି ପାର୍ଟି ଅଫିସରେ ଅପରାଜିତାଙ୍କୁ ବିରୋଧ।ଅପରାଜିତାଙ୍କୁ ଘେରିବାକୁ ଆସିଲା ଖୋର୍ଦ୍ଧା ଜିଲ୍ଲା। ଜଗଦେବଙ୍କ ପାଇଁ ଫଶିଗଲେ ଅପରାଜିତା ଷଡ଼ଙ୍ଗୀ।କ’ଣ ପାଇଁ ଏଇ ବିରୋଧ? କ’ଣ ପାଇଁ ଅପରାଜିତାଙ୍କୁ ଏମିତି ଟାର୍ଗେଟ। ସାଂସଦ ପ୍ରାର୍ଥୀ ପାଇଁ ଟିକେଟ ପାଇବା ପରେ ଅପରାଜିତାଙ୍କୁ କ’ଣ ପାଇଁ ଏତେ ନିନ୍ଦା। ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ପ୍ରଥମେ ଏହି ପୋଷ୍ଟଟିକୁ ପଢନ୍ତୁ ତା’ପରେ ଯାଇ ବୁଝିପାରିବର ଏ ବିରୋଧ କ’ଣ ପାଇଁ।

ଅପରାଜିତା କହିଛନ୍ତି କି ପ୍ରଶାନ୍ତ ଜଗଦେବଙ୍କୁ ସେ ବିଧାନସଭାର ଦାୟିତ୍ୱ ନେବା ପାଇଁ କହିଥିଲେ ଆଉ ପ୍ରଶାନ୍ତ ଜଗଦେଵ ଅପରାଜିତାଙ୍କର ଏଭଳି ପ୍ରସ୍ତାବରେ ଖୁସି ହୋଇ ବିଜେପିରେ ଆସି ସାମିଲ ହୋଇଗଲେ। ଆଉ ଏଇ କଥା ଶୁଣିବା ପରେ ବିଜେପି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି।ଶହ ଶହ କର୍ମୀ ମାନଙ୍କୁ ନେଇ ବିଜେପି ପାର୍ଟି ଅଫିସ ଆସି ଅପରାଜିତାଙ୍କୁ ଘେରଉ କରିବାକୁ ଆସିଛନ୍ତି। ବିଦ୍ରୋହରେ ପୁରା ଉଠୁଛି ପଡୁଛି ବିଜେପି ପାର୍ଟି ଅଫିସ। ଅପରାଜିତାଙ୍କ ବିରୋଧରେ ନାରା ଲଗାଇଥଲେ କର୍ମୀମାନେ।

ସେପଟେ ଯଦି ଦେଖିବା ପ୍ରଶାନ୍ତ ଜଗଦେଵ କାଳୁ ଖଣ୍ଡାୟତ ରାୟଙ୍କୁ ପୁରା ସମର୍ଥନ କରିଛନ୍ତି ଆଉ କହିଛନ୍ତି କି ମୁଁ କାଳୁ ଭାଇଙ୍କୁ ସମର୍ଥନ କରୁଛି। ମୁଁ ଏଥର ନିର୍ବାଚନ ଲଢ଼ୁନାହିଁ। କାଳୁ ଭାଇ ହିଁ ନିର୍ବାଚନ ଲଢ଼ିବେ। ତାଙ୍କୁ ପୁରା ଖୋର୍ଦ୍ଧା ଜିଲ୍ଲାର ଭାଇ ଭଉଣୀ ମାନେ ସମର୍ଥନ କରିବାକୁ ମୁଁ ପ୍ରାର୍ଥନା କରୁଛି। ମୁଁ ବି କାଳୁ ଭାଇଙ୍କୁ ପୁରା ସମର୍ଥନ କରିବି।

ସେପଟେ ଯଦି ନଜର ପକାଇବା ବିଜେଡିର ଛାଡି ବିଜେପିରେ ସାମିଲ ହୋଇଥିଲେ ପ୍ରଶାନ୍ତ ଜଗଦେଵ। ଯେଉଁ ଅପରାଜିତା ଦିନେ ତାଙ୍କୁ ଖରାପ କହୁଥିଲେ ସେ ନିଜେ ପ୍ରଶାନ୍ତ ଜଗଦେବଙ୍କୁ ଡାକି ଦଳରେ ମିଶାଇଥିଲେ। ତେବେ ଖୋର୍ଦ୍ଧା ଜିଲ୍ଲାର ଭବିଷ୍ୟତ କ’ଣ ହେଉଛି ତାହା ତ ସମୟ କହିବ।

Leave a Reply

Your email address will not be published. Required fields are marked *