ପ୍ରେମ କରି ବିବାହ କଲା, ଦେହ ସୁଖ ସରିଗଲା ପରେ ତୁ କିନ୍ନର କହି ଛାଡିଦେଲା ପେଟୁ ଥାନାରେ ବସି କାନ୍ଦୁଛନ୍ତି କିନ୍ନର।

ପ୍ରେମ କରି କିନ୍ନରଙ୍କର ହାତ ଧରିଥିଲେ ଜଣେ ଯୁବକ। ସାଙ୍ଗ ହୋଇ ସାଥିରେ ରହୁଥିଲେ ଆଉ ପରେ ପ୍ରେମ ବିବାହ କରିଥିଲେ। ସମ୍ବଲେଇଶ୍ୱରୀ ମନ୍ଦିରରେ ଦୁହେଁ ପରମ୍ପରା ଅନୁସାରେ ବିବାହ କରି ସାରା ଜୀବନ ସାଥି ହୋଇ ରହିବାକୁ ସଂକଳ୍ପ କରିଥିଲେ ହେଲେ ଧୀରେ ଧୀରେ ସାମ୍ନାକୁ ଆସିଲା ଯୁବକଙ୍କ ଅସଲ ରୂପ। ଦେହ ସୁଖ ପାଇଁ ଶାରୀରିକ ନିର୍ଯ୍ୟାତନା ଦେଉଥିଲା। ଆଉ ଟଙ୍କା ମାଗୁଥିଲା ଆଉ ନଦେବାରୁ ମାଡ଼ ମାରୁଥିଲା। ଏଭଳି କିଛି ଅଭିଯୋଗ ଆଣିଛନ୍ତି କିନ୍ନର ଜଣକ।

ଏନେଇ ସେ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କିନ୍ନରଙ୍କ ଲିଖିତ ଅଭିଯୋଗ କରିବା ପରେ ବଲାଙ୍ଗୀର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ କିନ୍ନର ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ରୋମାକାନ୍ତ ସାହୁ। ଆଉ ଡାକ ନାଁ ହେଉଛି ପ୍ରିୟ। ତେବେ ପ୍ରିୟାଙ୍କ କହିବା ଅନୁଯାୟୀ ୨୦୧୩ ମସିହାରୁ ସମ୍ବଲପୁରରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ସେ ଯୁବକ ଜଣକ ହେଲେ ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଜୁନାଢ଼ି ପଡାର ପ୍ରଫୁଲ୍ଲ ପାତ୍ର ଆଉ ଡାକ ନା ହେଉଛି ପେଟୁ।

ଦୁଇଜଣ ବିବାହ ପରେ ସ୍ବାମୀ ସ୍ତ୍ରୀ ଭାବରେ ବଲାଙ୍ଗୀରର ଜୁନାଢ଼ି ପଡ଼ାରେ ରହି ଆସୁଥିଲେ। ହେଲେ ପେଟୁଙ୍କ ପରିବାର ଏହି ବିବାହକୁ ସ୍ୟୁକୃତି ଦେଉନଥିଲେ। ଏପଟେ ଶାରୀରିକ ନିର୍ଯ୍ୟାତନା ଦେବା ସହ ପେଟୁ ପାତ୍ର ତାଙ୍କୁ ବିଭନ୍ନ ସମୟରେ ଟଙ୍କା ଓ ସୁନା ଅଳଙ୍କାର ପାଖାପାଖି ୧୦ ଲକ୍ଷ ଟଙ୍କା ନଗଦ ନେଇଥିବା ଅଭିଯୋଗ ଆଣିଛନ୍ତି ଏଇ କିନ୍ନର ଜଣକ।

ଆଜ୍ଞା ହଁ ବନ୍ଧୁଗଣ ପ୍ରଫୁଲ ଗତ ୧ ବର୍ଷ ହେବ ଶାରୀରିକ ପ୍ରତାରଣା ଦେବା ସହ ଗାଳି ଗୁଲଜ କରୁଥିଲା। ଆଜି ନିଶା ଶକ୍ତ ଅବସ୍ଥାରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ସହ ଘରୁ ବାହାର କରିଦେଇଛି। ତେଣୁ ତାଙ୍କୁ ନ୍ୟାୟ ମିଳୁ ବୋଲି ଟାଉନ ଥାନାର ଦ୍ୱାରସ୍ତ ହୋଇଛନ୍ତି ଏଇ କିନ୍ନର ଜଣକ।

Leave a Reply

Your email address will not be published. Required fields are marked *