ଅନୁଭବଙ୍କୁ ବଡ଼ ଝଟକା ଦେଲା ଏଇ ଅଦୃଶ୍ୟ ଶକ୍ତି, ଯାହା ପାଇଁ ଛାଡିଦେଲେ ବିଜେଡି ଦଳ।

କାହା ଶକ୍ତି ଆଗରେ ହାରିଗଲେ ଅନୁଭବ। କାହିଁକି ମନ ଦୁଃଖ କରି ବିଜେଡି ଛାଡିଲେ। ମିଳିଥିବା ସୁଯୋଗ ପାଇଁ ଧନ୍ୟବାଦ ଦେଲେ। କିନ୍ତୁ କହିଲେ ଆଉ ଦଳରେ ରହି ପାରିବିନି।କାହା କଥା କହି ଦଳ ଛାଡି ଦେଲେ ଅନୁଭବ ମହାନ୍ତି। ଯାହାକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହେଉଥିଲା ଯେ ଦଳ ତାଙ୍କୁ ଅଣଦେଖା କରିଦେଇଛି। ଅଣଦେଖା କରୁଛି ଦଳ। ସେଥିପାଇଁ ସମସ୍ତେ ଆଲୋଚନା କରୁଥିଲେ ଯେ ଅନୁଭବ ଦଳ ଛାଡ଼ିଦେବେ ଆଉ ସତକୁ ସତ ଅନୁଭବ ଏବେ ବିଜେଡି ଦଳକୁ ଛାଡି ଦେଇଛନ୍ତି।

ତେବେ ଏଠାରେ ଜଣେଇ ଦେବା ପାଇଁ ଚାହିଁବୁ ଯେ ଅନୁଭବ ବିଜେପିରୁ ଲୋକସଭାରେ ଛିଡା ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏବେ ଥମିବାର ନାଁ ଧରୁନାହିଁ। କିନ୍ତୁ ଏପଟେ ଅନୁଭବ କାହିଁକି ଦଳ ଛାଡିଲେ ବୋଲି ଯାହାକି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଅନୁଭବ। ତାହା ଦେଖି ସମସ୍ତେ ଅନୁଭବ କରୁଛନ୍ତି ଯେ ଅନୁଭବ ମନ କଷ୍ଟ କରି ସେଭଳି କିଛି ଚିଠି ଲେଖିଛନ୍ତି। ତାଙ୍କୁ ବହୁତ କଥା ବାଧିଛି ଯାହା ପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି।

୪ ବର୍ଷ ହେଲାଣି କିଛି ଅଦୃଶ୍ୟ ଶକ୍ତି କାମ କରୁଛି ଯାହା ପାଇଁ ମୁଁ ଦଳରେ ଥାଇ ଯେମିତି ଅଣନିଶ୍ୱାସୀ ହୋଇପଡୁଛି। ହେଲେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋର ପିତା ତୁଲ୍ୟ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ଆଉ ଏପଟେ କହିଛନ୍ତି ମାତୃଭୂମି ପାଇଁ ମୋତେ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ଲାଗିଲା ଆଉ ସେଥିପାଇଁ ମୁଁ ଦଳ ଛାଡ଼ିଲି। ଆଉ ଏସବୁ ଲେଖିବା ଭିତରେ ନିଜର କଷ୍ଟ ସମୟର ଦିନକୁ ମଧ୍ୟ ଏଇ ଚିଠିରେ ଲେଖିଛନ୍ତି ଅନୁଭବ ଯାହା ତାଙ୍କ ସହ ଘଟିଛି।ଆଉ ବାପାଙ୍କ ବିୟୋଗର ଦୁଃଖ ମଧ୍ୟ ଲେଖିଛନ୍ତି ଅନୁଭବ। ତେବେ ସବୁଠାରୁ ବଡ଼ କଥା ଅନୁଭବ ଯାହା ଲେଖିଛନ୍ତି ଗୋଟେ ଅଦୃଶ୍ୟ ଶକ୍ତି ପାଇଁ ସେ ଅଣନିଶ୍ୱାସୀ ହୋଇ ପଡୁଥିଲେ। ସେ କେଉଁ ଶକ୍ତି କାହାର ଶକ୍ତି ସେ କିଏ ତାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି।

ତେବେ ଚର୍ଚ୍ଚା ହେଉଛି ଅନୁଭବଙ୍କ ଛାଡପତ୍ର ମାମଲା ଯୋଗୁ ଅନୁଭବ ଦଳକୁ ସେତୋଟା ସମୟ ଦେଇପାରିନଥିଲେ। ଆଉ ମାନସିକ ଅଶାନ୍ତିରେ ରହୁଥିଲେ। ଆଉ ଏପଟେ ଦଳ ମଧ୍ୟ ତାଙ୍କୁ ଅଣଦେଖା କରୁଥିଲା। ତେବେ ଅନୁଭବ ଯେଉଁ ଅଦୃଶ୍ୟ ଶକ୍ତି କଥା କହୁଛନ୍ତି ତାହା କ’ଣ ହୋଇପାରେ ଯାହା ପାଇଁ ଅଣନିଶ୍ଵାସୀ ହୋଇ ଅନୁଭବ ମହାନ୍ତି ବିଜେଡି ଦଳ ଛାଡିଦେଲେ।ହଁ ଆଜ୍ଞା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଓଲିଉଡ ଲୋକପ୍ରିୟ ଅଭିନେତା ବା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଶନିବାର ଦିନ ଅନୁଭବ ମହାନ୍ତି ଇସ୍ତଫା ପତ୍ର ପଠେଇଛନ୍ତି। ଅନୁଭବ କେନ୍ଦ୍ରାପଡାରୁ ସାଂସଦ ଥିଲେ ହେଲେ ଏବେ ଏଭଳି ସେ ଇସ୍ତଫା ପତ୍ର ଦେଇ ବିଜେଡି ଛାଡିଦେଲେ।

Leave a Reply

Your email address will not be published. Required fields are marked *