ଅଭିନେତାଙ୍କ ମିଛ କଥାକୁ ନେଇ ବର୍ଷିଲେ ସମୀକ୍ଷକ । କହିଲେ, ଯିଏ ନେତା କଲା, ତାକୁ କାହିଁକି ନିନ୍ଦୁଛ? : ଦିଲୀପ ହାଲି ।

ବନ୍ଧୁଗଣ ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା । ଦଳ ଛାଡୁଛନ୍ତି ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ସାଂସଦ । ଏହି କ୍ରମରେ ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି । ତେବେ ବିଜେଡିକୁ ଏକାଦିନେ ଅଲ୍‌ବିଦା କଲେ ଦୁଇ ସିନେ ଷ୍ଟାର । ସିନେ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଇସ୍ତଫା ଦେଲେ ।

ଚକୋଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡିଲେ ବିଜେଡି । ତେବେ ୨ଦିନ ତଳେ ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ପଦ୍ମ ଧରିଥିଲେ । ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାପାତ୍ର ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଥିଲେ । ତେବେ ଇତି ମଧ୍ୟରେ ଦଳ ଛାଡୁଥିବା ଅଭିନେତାଙ୍କ ମିଛ ପ୍ରତିକ୍ରିୟାକୁ ନେଇ ବର୍ଷିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲି । ସେ କହିଛନ୍ତି ଯିଏ ତୁମକୁ ନେତା କଲା ତାକୁ କାହିଁକି ନିନ୍ଦୁଛ ।

ଆଜ୍ଞା ହଁ ବନ୍ଧୁଗଣ ଏଇ କିଛି ଦିନ ଭିତରେ ନେତା ପାଲଟିଥିବା କିଛି ଅଭିନେତାଙ୍କ ଦଳ ଡିଆଁ ପର୍ବ ରାଜ୍ୟ ରାଜନୀତିରେ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି । ତେବେ ରାଜନୀତିରେ ଦଳ ବଦଳାଇବା କିଛି ନୂଆ କଥା ନୁହେଁ । ହେଲେ ଏଠି କଥା ହେଉଛି ଅଭିନେତା ମାନଙ୍କୁ ଯେଉଁ ଦଳ ନେତା ଭାବରେ ପରିଚୟ ଦେଇଥିଲା ଆଉ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଥିଲା ସେହି ଦଳ ବିଷୟରେ ବିଭିନ୍ନ ନକରାତ୍ମକ ମନ୍ତବ୍ୟ ଦେବାକୁ ସେମାନେ ପଛାଇ ନାହାନ୍ତି ।

କିଏ କହୁଛନ୍ତି ଅଣନିଶ୍ୱାସି ହେଇ ପଡ଼ିଥିଲେ ତୋ ଆଉ କିଏ କହୁଛନ୍ତି ବୃହତ୍ତର ସ୍ୱାର୍ଥ ପାଇଁ ଦଳ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି । ହେଲେ ଦଳ ଛାଡିବାର କାରଣ ଯାହା ଭି ହେଉ ନା କାହିଁକି ଯେଉଁ ଦଳରୁ ସେମାନେ ଉପକୃତ ହୋଇଛନ୍ତି ଏବଂ ଯେଉଁ ଦଳ ପାଇଁ ସେମାନେ ଅଭିନେତାରୁ ନେତା ଭାବରେ ଭିନ୍ନ ଏକ ପରିଚୟ ପାଇଛନ୍ତି ସେହି ଦଳ ବିଷୟରେ କିଛି ମିଛ କଥା କହିବା କିମ୍ଵା ନିନ୍ଦା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲି । ଅଭିନେତା ମାନେ ଯାହା ଭି କାରଣ ଦର୍ଶାନ୍ତୁ ନା କାହିଁକି ଟିକେଟ ନ ମିଳିବା ଏବଂ ଦଳରେ ସେଭଳି କୌଣସି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନ ମିଳିବା ଯୋଗୁଁ ଏମାନେ ଦଳ ଛାଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *