ମାଙ୍କଡ଼ର ଭିଡିଓ କରି ୟୁଟ୍ୟୁବରେ ଚଷୁଥିଲେ, ଏବେ ଜେଲରେ ବସି କାନ୍ଦୁଛନ୍ତି ୟୁଟ୍ୟୁବର ମୋନାଲିସା।

ଏବେ ମାଙ୍କଡ଼ ପାଇଁ ଜେଲ ଭିତରେ କାନ୍ଦୁଛନ୍ତି ୟୁଟ୍ୟୁବର ମୋନାଲିସା। ଆଗରୁ ବନବିଭାଗ ବାରମ୍ବାର ମନା କରିଥିଲା। ହେଲେ ଶୁଣିନଥିଲେ ମୋନାଲିସା। କରି ଚାଲିଥିଲେ ଭିଡିଓ। ସବୁ ମାଙ୍କଡ଼କୁ ଘରେ ରଖୁଥିଲେ ଆଉ ଏବେ ଜେଲ ଭିତରେ ଅନୁତାପ କରି କାନ୍ଦୁଛନ୍ତି ମୋନାଲିସା।

ହଁ ଆଜ୍ଞା ୟୁଟ୍ୟୁବରେ ଆପଣ ମାନେ ଦେଖିଥିବେ ଯେତେବେଳେ ମୋନାଲିସା ଅନେକ ମାଙ୍କଡ଼ଙ୍କ ସହିତ ଦେଖାଯାନ୍ତି କୁନି କୁନି ମାଙ୍କଡ଼ଙ୍କୁ କାନ୍ଧରେ ଧରନ୍ତି ତ କେତେବେଳେ ଗେଲ୍ହ କରନ୍ତି ହାତରେ। ହେଲେ ଏସବୁ ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବନବିଭାଗ ବାରମ୍ବାର କହିଥିଲା ଯେ ବନ୍ୟଜନ୍ତୁ ମାନଙ୍କୁ ଏଭଳି ଘରେ ରଖିପାରିବେ ନାହିଁ। ଏହା ଆଇନଗତ ଅପରାଧ। ହେଲେ ଶୁଣୁନଥିଲେ ମୋନାଲିସା। ଆଉ ଏବେ ଜେଲରେ ଦଣ୍ଡ ଭୋଗୁଛନ୍ତି ମୋନାଲିସା।

ହଁ ଆଜ୍ଞା ବେଆଇନ ଭାବେ ଘରେ ମାଙ୍କଡ଼ ରଖି ସେମାନଙ୍କ ସହ ଫୋଟ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ସେୟାର କରୁଥିବା ୟୁଟ୍ୟୁବର ମୋନାଲିସା ଭଦ୍ର ଏବଂ ତାଙ୍କ ସ୍ବାମୀ ବଦ୍ରୀ ନାରାୟଣ ଭଦ୍ର ଶେଷରେ ଜେଲ ଯାଇଛନ୍ତି।ଉଭୟ ଗତ ବୁଧବାର ଯାଜପୁର ରୋଡ଼ ବନବିଭାଗ କାର୍ଯ୍ୟଳୟରେ ଆତ୍ମସମର୍ପଣ କରିଥିଲେ। ବନଖଣ୍ଡ କାର୍ଯ୍ୟଳୟ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଯାଜପୁର ଟାଉନ ଇଭିଜିଏମ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଭଦ୍ର ଦମ୍ଫତ୍ତିଙ୍କ ଜାମିନ ନାମଞ୍ଜୁର ହେବାରୁ ଯାଜପୁର ଜିଲ୍ଲା କାରଗାରକୁ ପଠାଇ ଦିଆଯାଇଛି।

ତେବେ ସୂଚନା ଅନୁଯାୟୀ ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଦା ପଞ୍ଚାୟତ ଜହଳ ଗ୍ରାମର ୟୁଟ୍ୟୁବର ମୋନାଲିସା ବନ୍ୟ ଆଇନ ଉଲଘଂନ କରୁଥିବା ନେଇ ଅଭିଯୋଗ ହେବା ପରେ ବନଭିବାଗ ଗତ ୨୪ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ କରିଥିବା ସମୟରେ ମୋନାଲିସା ଓ ବଦ୍ରୀ ନାରାୟଣ ଫେରାର ହୋଇଯାଇଥିଲେ। ଏହି ଭଦ୍ର ଦମ୍ଫତ୍ତି ଫେରାର ହେବା ପରେ ପୁନଶ୍ଚ ଗତ ସୋମବାର ଦିନ ବନଭିବାଗ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବନଭିବାଗ ପକ୍ଷରୁ ତାଙ୍କ ଘରୁ ଏକ ମାଙ୍କଡ଼କୁ ଜବତ କରି ଯାଜପୁର ରୋଡ଼ ବନଭିବାଗ କାର୍ଯ୍ୟଳୟକୁ ଅଣାଯାଇଥିଲା।ଏଥି ସହିତ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନଭିବାଗ ପକ୍ଷରୁ ୨ ଟି ଟିମ ଗଠନ କରାଯାଇଥିଲା। ଆଉ ଏବେ ଆତ୍ମସମର୍ପଣ କରିବା ପରେ ଏବେ ଜେଲରେ ଅଛନ୍ତି ମୋନାଲିସା।

Leave a Reply

Your email address will not be published. Required fields are marked *