ଯନ୍ତ୍ରଣା ଦେଉଛି ଜଗା ଦର୍ଶନ । ଆଉ ଜଗା ଦର୍ଶନ ଦର୍ଶନ ନ କରି ସିଂହଦ୍ୱାରରୁ ଭକ୍ତ ଯିବେ ସିଧା ସ୍ଵର୍ଗଦ୍ଵାର.. ।

ଜଣେ ଭକ୍ତ କହୁଛନ୍ତି, ଆମେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ସ୍ଵର୍ଗଦ୍ଵାରକୁ ଚାଲି ଯାଇଥିବୁ । ଯନ୍ତ୍ରଣା ଦେଉଛି ଏବେ ଜଗା ଦର୍ଶନ । ଭିଡ଼ ଭିତରେ ଅଣନିଶ୍ୱାସୀ ହେଇ ଯାଉଛନ୍ତି ଶ୍ରଦ୍ଧାଳୁ । ଆଉ ଯଦି ୧୦ ଦିନ ଧରି ଏଭଳି ଭିଡ଼ ଲାଗି ରହିବ ତେବେ ଭକ୍ତଙ୍କ ଅବସ୍ଥା ଯେ କଣ ହେବ ତାହା କହିବା ଅସମ୍ଭବ । ଏବେ ନିୟନ୍ତ୍ରଣ ବାହାରେ ସିଂହଦ୍ଵାର ଭିଡ଼ । ବାଧ୍ୟ ହୋଇ ପଶ୍ଚିମ ଦ୍ଵାର ଦେଇ ଧସେଇ ହୋଇ ପଶିଲେ ଭକ୍ତ । ପୁଣିଥରେ ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼ ।

ହଇରାଣ ହେଲେ ଶତାଧିକ ଶ୍ରଦ୍ଧାଳୁ ।ଆଉ ସକାଳୁ ସକାଳୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାରରେ ଏଭଳି ପରିସ୍ଥିତି ଉପୁଜିଥିଲା । ଆଜ୍ଞା ହଁ ଖରା ବଢ଼ୁଛି ଆଉ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ମଧ୍ୟ ଅସମ୍ଭାଳ ହେଉଛି । ତେଣୁ ଏବେ ଆଉ ଜଗା ଦର୍ଶନ ନ କରି ସିଂହଦ୍ୱାରରୁ ଭକ୍ତ ଯିବେ ସିଧା ସ୍ଵର୍ଗଦ୍ଵାର ।

ତେବେ ଏମିତି ଯଦି ଭିଡ଼ ଲାଗି ରହିବ ତେବେ ୧୦ ଦିନ ଭିତରେ କେତେ ଯେ ଲୋକଙ୍କ ଜୀବନ ଯିବ ତାହା କହିବା ଅସମ୍ଭବ । ଖରାରେ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ମାନେ ଆସୁଛନ୍ତି ତାହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ କିନ୍ତୁ ଭିଡ଼ ଭିତରେ ଅଣନିଶ୍ୱାସୀ ହେଇ ଯାଉଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ କେଉଁଭଳି ଭିଡ଼ ତାହା ତୋ ସହଜେ ଜାଣି ପାରୁଥିବେ । ହଁ ଦର୍ଶକବନ୍ଧୁ ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଠେଲା ପେଲା ଯୋଗୁଁ ଦୁଇ ବରିଷ୍ଠ ମହିଳା ନାଗରିକ ଆହତ ହେଇଥିବା ସୂଚନା ମିଳିଛି ।

ତେବେ ଏସବୁ ସତ୍ତ୍ବେ କେବେ ଚେତିବ ପ୍ରଶାସନ ଓ କେବେ ଚେତିବେ ରାଜ୍ୟ ସରକାର ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଧର୍ମ, ଅର୍ଥ, କାମ, ମୋକ୍ଷ ନାଁରେ ମନ୍ଦିରରେ ରହିଛି ୪ଟି ଦ୍ଵାର । ତେବେ କରୋନା ସମୟରୁ କେବଳ ସିଂହଦ୍ଵାରରେ ଭକ୍ତଙ୍କ ପ୍ରବେଶ ଅନୁମତି ରହିଛି । ତେଣୁ ହେଉଛି ନାହିଁ ନଥିବା ଭିଡ ଯାହା ଫଳରେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟାର ପ୍ରତୀକ୍ଷା କଲା ପରେ ଭି ପିଲାଠାରୁ ବୁଢ଼ା ସବୁ ବର୍ଗର ଲୋକଙ୍କୁ ଅତିଷ୍ଠ କରୁଛି । ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ଭି ଦର୍ଶନ ପାଇଁ ତାତିରେ ଡହଳ ବିକଳ ହେଉଛନ୍ତି ଭକ୍ତେ ।

Leave a Reply

Your email address will not be published. Required fields are marked *