ହୋଇଗଲା ଫାଇନାଲ! ଏବେ ଏହି ସିଟରୁ ସାଂସଦ ପଦ ପାଇଁ ବିଜେପିରୁ ଲଢ଼ିବେ ସିନ୍ଧାନ୍ତ ମହାପାତ୍ର।

ଏପଟେ ୨ ଥର ସୁଯୋଗ ଦେଲେ ପୁଣି ଅଣଦେଖା କଲେ। ସେପଟେ ବିଜେପି ଯାଇ ନୂଆ ଯାତ୍ରା ଆରମ୍ଭ କଲେ ସିନ୍ଧାନ୍ତ ମହାପାତ୍ର। ଏଥର ବ୍ରହ୍ମପୁର ନୁହେଁ ଅଲଗା ସ୍ଥାନରୁ ଲଢ଼ିବେ ସିନ୍ଧାନ୍ତ। ବିଜେପିରେ ମିଶିବା ପରେ ସିନ୍ଧାନ୍ତ ପୁଣି ବନିବେ ସାଂସଦ।ଓଡ଼ିଆ ଫିଲ୍ମ ଜଗତରେ ଥାଇ ମଧ୍ୟ ରାଜନୀତିରେ ପ୍ରଭାବ ପକାଉଥିବା ଓଡ଼ିଆ ସୁପରଷ୍ଟାର ସିନ୍ଧାନ୍ତଙ୍କୁ ନେଇ ରାଜନୈତିକ ମହଲରେ ବେସ ଚର୍ଚ୍ଚା ଜୋର ଧରିଛି। କାରଣ ଏବେ ଗୋଟିଏ ପରେ ଗୋଟିଏ ଓଡ଼ିଆ ଅଭିନେତା ବିଜେଡି ଛାଡି ବିଜେପିକୁ ଯାଉଛନ୍ତି। ତେବେ ସିନ୍ଧାନ୍ତ ହଠାତ କାହିଁକି ବିଜେଡିକୁ ଛାଡି ବିଜେପିରେ ମିଶିବା ପାଇଁ ଏଭଳି ନେଲେ ନିଷ୍ପତ୍ତି। ଆଉ ଦିଲ୍ଲୀ ଯାଇ ବିଜେପିରେ ମିଶି ଗଲେ ସିନ୍ଧାନ୍ତ ମହାପାତ୍ର।

ତେବେ ସିନ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ୨ ଥର ସାଂସଦ ହୋଇଛନ୍ତି ବିଜେଡିରୁ। ବିଜେଡି ଦଳ ତାଙ୍କୁ ଦୁଇ ଦୁଇ ଥର ସୁଯୋଗ ଦେଇଛି। କିନ୍ତୁ ୨୦୧୯ ପର ଠାରୁ ଦଳ ଯେମିତି ତାଙ୍କୁ ଅଣଦେଖା କରୁଥିଲା ଆଉ ସେଥିପାଇଁ କୁଆଡେ ସିନ୍ଧାନ୍ତ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଗଲେ।ତେବେ ଏବେ ସିନ୍ଧାନ୍ତ କେଉଁ ଅଞ୍ଚଳର ଲୋକସଭା ପ୍ରାର୍ଥୀ ଭାବେ ଛିଡା ହେବେ ତାକୁ ନେଇ ଲାଗିଛି ବଡ଼ ଚର୍ଚ୍ଚା। କାରଣ ସବୁଠାରୁ ବଡ଼ କଥା ହେଉଛି ଯେ ୨୦୦୯ ଏବଂ ୨୦୧୪ ରେ ସିନ୍ଧାନ୍ତ ମହାପାତ୍ର ବିଜେଡି ଦଳରୁ ଟିକଟ ପାଇ ବ୍ରହ୍ମପୁରର ସାଂସଦ ହୋଇଥିଲେ। କିନ୍ତୁ ୨୦୧୯ ରେ ସିନ୍ଧାନ୍ତଙ୍କୁ ଦଳ ଅଣଦେଖା କରିଥିଲା ଏମିତିକି କୁହାଯାଉଥିଲା ଦଳରୁ ମନ ଛାଡିଯାଇଥିଲା ସିନ୍ଧାନ୍ତଙ୍କର। ଆଉ ଏପଟେ ପୁଣି ସିନ୍ଧାନ୍ତ ଲୋକସଭା ପ୍ରାର୍ଥୀ ଭାବେ ଛିଡା ହେବା ନେଇ ଅନେକ ଚର୍ଚ୍ଚା ହେଉଛି। ହେଲେ କେଉଁଠୁ ଛିଡା ହେବେ?

ବ୍ରହ୍ମପୁରରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଦଳ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କରିସାରିଛି। ତେବେ ସିନ୍ଧାନ୍ତଙ୍କୁ ବିଜେପି ଆଉ କେଉଁ ସ୍ଥାନରେ ଛିଡା କରିବ? ତେବେ ଆହୁରି ବଡ଼ କଥା ହେଉଛି ଯେ ବିଜେପି ୩ଟି ସ୍ଥାନ ଛାଡ ଦେଇ ରାଜ୍ୟରେ ସବୁ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବାକି ରହିଛି କନ୍ଧମାଳ କଟକ ଆଉ ଯାଜପୁର। ତେବେ ଏହି ୩ ସ୍ଥାନରୁ କେଉଁଠି ଲଢ଼ିବେ ସିନ୍ଧାନ୍ତ। ତେବେ କଟକରୁ ସିନ୍ଧାନ୍ତଙ୍କୁ ଦଳ ନଛିଡା କରିପାରେ କାରଣ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଭତୁହରି ମହାତବ ଆଗରୁ ୬ ଥର ସାଂସଦ ହୋଇଛନ୍ତି। ରାଜନୈତିକ ଅଭିଜ୍ଞତା ରହିଛି ଏବଂ ସଙ୍ଗଠନ ମଜବୁତ ବୋଲି କୁହାଯାଉଛି। ଆଉ ସେହି କାରଣରୁ ବିଜେପ ଭରତୁହରିଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ ଭାବେ ଟିକଟ ଦେଇପାରେ।

ତେବେ ଆଉ ୨ ଟି ସ୍ଥାନ କେବଳ ବାକି ରହିଗଲା। ଯାଜପୁର ଏବଂ କନ୍ଧମାଳ। ତେବେ ଚର୍ଚ୍ଚା ହେଉଛି ଯେ ସିନ୍ଧାନ୍ତ ମହାପାତ୍ରଙ୍କୁ ଏହି ୨ ଟି ସ୍ଥାନରୁ କନ୍ଧମାଳ ପାଇଁ ଦଳ ନିଷ୍ପତ୍ତି ନେଇପାରେ। କନ୍ଧମାଳରେ ଲୋକସଭା ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ସିନ୍ଧାନ୍ତ ମହାପାତ୍ର। ହେଲେ ଏଇ ଭିତରେ ଏହା ବି ଚର୍ଚ୍ଚା ହେଉଛି ଯଦି ସିନ୍ଧାନ୍ତ କନ୍ଧମାଳରେ ଲଢ଼ିବେ ତେବେ ତାଙ୍କୁ କେତେ ଚ୍ୟାଲେଞ୍ଜ ରହିବ କାରଣ ବିଜେଡି ଦଳରୁ ସେପଟେ କନ୍ଧମାଳରେ ଲୋକସଭା ପ୍ରାର୍ଥୀ ଭାବେ ଲଢ଼ିବେ ଅଜୟ ସାମନ୍ତ। ତେବେ ଆହୁରି ବଡ଼ କଥା ହେଉଛି ସିନ୍ଧାନ୍ତ ଦଳ ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି। ଆଉ ଯେଉଁ ବ୍ରହ୍ମପୁରରୁ ସେ ସାଂସଦ ହୋଇଥିଲେ ସେହି ବ୍ରହ୍ମପୁର ଅଞ୍ଚଳ ଛାଡି ଏବେ ପୁଣି କନ୍ଧମାଳରେ ଲଢ଼ିବେ। ଯଦି କନ୍ଧମାଳରେ ସିନ୍ଧାନ୍ତ ଲୋକସଭା ପ୍ରାର୍ଥୀ ଭାବେ ଲଢନ୍ତି ତେବେ ଜାଣିବାକୁ ବାକିରହିଲା ଆସୁଥିବା ଚ୍ୟାଲେଞ୍ଜର କେମିତି ଲଢ଼ୁଛନ୍ତି ସିନ୍ଧାନ୍ତ ମହାପାତ୍ର।

Leave a Reply

Your email address will not be published. Required fields are marked *