ଦାନ୍ତ ଉପାଡୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ କଲେ ଦାନ୍ତ ଡ଼ାକ୍ତର । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ଦେଉଛନ୍ତି ଧମକ ।

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଇଥାଏ । ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଏଥିରୁ ଉପଶମ ପାଇବାକୁ ଡାକ୍ତର ନିକଟକୁ ହିଁ ଯାଇଥାଏ । ମାତ୍ର ରୋଗୀର ଅସୁବିଧାର ସୁଯୋଗ ନେଇ ତା ଇଜ୍ଜତ ସହ ଖେଳିବା, ଦୁଷ୍କର୍ମ କରୁଥିବା ଡାକ୍ତର କୌଣସି ଜହ୍ଲାଦଠୁ କମ୍‌ ନୁହଁ । ବର୍ତ୍ତମାନ୍ ସମୟରେ ଖବର ମିଳିଛି ଦାନ୍ତ ଉପାଡୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ କରି ବସିଲେ ଡ଼ାକ୍ତର । ଆନାସ୍ଥିସିଆ ଦେବା ନାଁରେ ବେହୋସ୍ ଇଞ୍ଜେକସନ ଦେଇଥିଲେ । ଦୁଷ୍କର୍ମ କଲେ ଆଉ ସେହି ସମୟର ଫଟୋ ଆଉ ଭିଡ଼ିଓ ବି ଉଠାଇଥିଲେ । ରକ୍ଷକ ସାଜିଲେ ଭକ୍ଷକ ।

ଆଜ୍ଞା ହଁ ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମାଲ ସହରରେ ଘଟିଛି ଏକ ଲଜ୍ୟାଜନକ ଘଟଣା । ଚିକିତ୍ସା ନାଁରେ ଜଣେ ମହିଳାଙ୍କୁ ପ୍ରାୟ ୭ ଥର ଦୁଷ୍କର୍ମ କରୁଥିବା ଅଭିଯୋଗରେ ପୁଲିସ୍ ଜଣେ ଦାନ୍ତ ଡାକ୍ତରଙ୍କୁ ବାନ୍ଧିଛି ।ଗିରଫ ଡାକ୍ତରଜଣକ ସୁରେଶ ସୁନ୍ଦେଶା ବୋଲି ଜଣାଯାଇଛି । ତେବେ ବନ୍ଧୁଗଣ ସୂଚନାଯୋଗ୍ୟ ଯେ ଭିନମାଲ ସହରରେ ସୁରେଶ ସୁନ୍ଦେଶା ଏକ କ୍ଲିନିକ୍‌ କରି ସେଠାରେ ରୋଗୀ ଦେଖନ୍ତି ।

ମହିଳାଜଣଙ୍କର ଦାନ୍ତରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଡାକ୍ତର ସୁରେଶଙ୍କ ନିକଟକୁ ଯାଇଥିଲେ । ମହିଳାଙ୍କୁ ଆନାସ୍ଥିସିଆ ଦେବା ନାଁରେ ଡାକ୍ତରଜଣକ ତାଙ୍କୁ ବେହୋସ ହେବାର ଇଞ୍ଜେକସନ ଦେଇଥିଲେ । ଏହାପରେ ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇ ରଖିଥିଲେ । ପରେ ଏହାକୁ ଭାଇରାଲ କରିବାର ଧମକ ଦେଇ ସେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ଲାଗିଥିଲେ ଦାନ୍ତ ଡ଼ାକ୍ତର ଜଣକ । ଏପରିକି ଡାକ୍ତରଜଣକ ମହିଳାଙ୍କ ସ୍ୱାମୀ ନ ଥିବା ବେଳେ ତାଙ୍କ ଘରକୁ ଚାଲି ଯାଉଥିବା ବେଳେ ଚିକିତ୍ସା ନାଁରେ ନିଜ କ୍ଳିନିକ୍‌କୁ ଡାକି ବାରମ୍ବାର ଦୁଷ୍କର୍ମ କରୁଥିଲେ । ଆଉ ଯେତେବେଳେ ଏହି ଘଟଣା ସବୁ ସୀମା ଟପି ଗଲା ଏଥିରେ ଅତିଷ୍ଠ ହୋଇ ମହିଳାଜଣକ ଥାନାରେ ଅଭିଯୋଗ କଲେ ।

ଏହାପରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ଏଥିସହ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *